ଗଜପତି

ଜେଲ କଏଦୀଙ୍କୁ ମାସ୍କ ବଣ୍ଟନ

ଆର.ଉଦୟଗିରି,୧୨।୫(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରିର ସାପ୍ତାହିକ ହାଟ ଓ ଜେଲର କଏଦୀମାନଙ୍କୁ ମଙ୍ଗଳବାର କୃଷି ବିଜ୍ଞାନ କେନ୍ଦ୍ର, ଇସାରା ଓ ଲିପିକା ଏନ୍‌ଜିଓର ପ୍ରୟାସରେ ୨୦୦ଟି ମାସ୍କ ବଣ୍ଟନ କରାଯାଇଛି। ଏହି ଅବସରରେ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ…

ଗୋଆରୁ ଗଜପତି: ଟ୍ରେନ୍‌ ଟ୍ରାକ୍‌,ସାଇକେଲରେ ଆସିଲେ ମହେଶ୍ୱର

ପାରଳାଖେମୁଣ୍ଡି, ୧୧ା୫(ସ୍ବ.ପ୍ର.)-ସୁଦୂର ଗୋଆରୁ ଟ୍ରେନ୍‌ ଟ୍ରାକ୍‌ରେ ଚାଲିଚାଲି ଏବଂ ସାଇକେଲ ଯୋଗେ କେତେଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଗଜପତି ଜିଲାରେ ପହଞ୍ଚତ୍ଛନ୍ତି। ଜିଲାର ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ଡେଙ୍ଗାମା କଲୋନୀର ମହେଶ୍ୱର ଶବର ଗୋଆରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।…

ବିନାନୁମତିରେ ଗଜପତିରେ ପଶିପାରିବେନି ଆନ୍ଧ୍ର ଲୋକେ

କାଶୀନଗର ,୧୧ା୫(ଡି.ଏନ.ଏ.)- ଗଜପତି ଜିଲାରେ ଥିବା ଓଡ଼ିଶାର ବହୁ ଅଞ୍ଚଳର ସୀମା ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି । ପ୍ରଶାସନର ସମସ୍ତ ସତର୍କତା ସତ୍ତ୍ୱେ ଆନ୍ଧ୍ରର କରୋନା ପ୍ରଭାବିତ ଅଞ୍ଚଳରୁ କେତେଜଣ ଲୋକ ଲୁଚିଛପି, ଗଳାବାଟ ଦେଇ ଗଜପତି ଜିଲା ଭିତରକୁ…

କେରଳ, ସୁରଟରୁ ଫେରିଲେ ମୋହନାର ୧୨ପ୍ରବାସୀ

ଆର.ଉଦୟଗିରି,୯।୫(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକକୁ କେରଳ ଓ ସୁରତରୁ ୧୨ଜଣ ପ୍ରବାସୀ ଓଡ଼ିଆ ଆସିଥବା ଜଣାପଡିଛି। ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେସନରେ ୧୨ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଥିଲେ। ସେଥିମଧ୍ୟରୁ ୧୧ଜଣ କେରଳରୁ ଫେରିଥିବା ବେଳେ ଜଣେ ସୁରଟ…

ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ, ଭାଣିଜୀ ମୃତ

ମୋହନା,୨ା୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ ଓ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଅଡବା ଥାନା ପାଣିଗଣ୍ଡା ପଞ୍ଚାୟତ ବୁଢାଢିଅ ଗ୍ରାମର ଏବନି ମଣ୍ଡଳ (୩୧) ଓ କର୍ଚ୍ଚବାଡି ପଞ୍ଚାୟତ ହିଡିକିମା ଗଁାର…

କ୍ୱାରାଣ୍ଟାଇନ୍‌ ସେଣ୍ଟର ଅନୁଧ୍ୟାନ କଲେ ଜିଲାପାଳ

ଆର.ଉଦୟଗିରି,୨ା୫(ଡି.ଏନ.ଏ.): ଗଜପତି ଜିଲାପାଳ ଅନୁପମ ଶାହା ନୂଆଗଡ ବ୍ଲକର କରୋନା ପାଇଁ ଖୋଲାଯାଇଥିବା ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଖଜୁରିପଦା ପଞ୍ଚାୟତର ଦୋଘରିଆ ଆଦିବାସୀ ହାଇସ୍କୁଲ କ୍ବାରେଣ୍ଟାଇନ୍‌ ସେଣ୍ଟର ସମେତ ବଡପଦା ଓ କେ.ଝାଲରସିଂ ଆଦି…

ଗୁମ୍ମାକୁ ଫେରିବେ ୪୫୦୦ ଶ୍ରମିକ

ଗୁମ୍ମା,୨ା୫: ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି। ଶ୍ରମିକମାନଙ୍କୁ ନାମ ପଞ୍ଜୀକରଣ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିରେ ଗଜପତି ଜିଲା ଗୁମ୍ମା ବ୍ଲକ୍‌ ଅଧୀନ ୨୦ ପଞ୍ଚାୟତର ୪୫୦୦ ଶ୍ରମିକ…

୫୫ ସନ୍ଦିିଗ୍ଧଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌

ପାରଳାଖେମୁଣ୍ଡି,୨୯ା୪(ସ୍ବ.ପ୍ର.): ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଅଞ୍ଚଳରେ ଚିହ୍ନଟ ୩ କରୋନା ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଗଜପତି ଜିଲାର ୫୫ ଜଣଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌ ଆସିଛି। ଏ ନେଇ ବୁଧବାର ଗଜପତି ଜିଲାପାଳ ଅନୁପମ…

ପୋଲିସକୁ ମଦ ମାଫିଆଙ୍କ ମାଡ ଘଟଣା, ୨୭ ଗିରଫ

ଆର,ଉଦୟଗିରି,୧୬ା୪(ଡି.ଏନ୍‌.ଏ.)- ଅଡବା ପୋଲିସ ବୁଧବାର ପାଟ୍ରୋଲିଂ କରୁଥିବାବେଳେ ବିରିକୋଟ ଗ୍ରାମରେ ଲୋକେ ଜମା ହୋଇଥିବା ଦେଖି ଯାଇଥିଲେ। ସେଠାରେ ଏକ ଜାରରେ ମହୁଲି ମଦ ଭର୍ତ୍ତି ହୋଇଥିବା ଦେଖି ଜବତ କରିବାକୁ ଯିବାବେଳେ ଉପସ୍ଥିତ ମଦ ମାଫିଆମାନେ ଆକ୍ରମଣ କରିଥିଲେ। ଏଥିରେ…

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ୩୭ ଲିଟର ମଦ ଜବତ, ୩ ଗରଫ

ଆର୍‌.ଉଦୟଗିରି, ୧୫।୪(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ଆର.ଉଦୟଗିରି ଆସିସାହି, ଖଜୁରିପଦା, ସେରେଙ୍ଗ ଆଦି ଗ୍ରାମରେ ମଙ୍ଗଳବାର ଚଢ଼ାଉ କରାଯାଇ ୩୭ ଲିଟର ଦେଶିମଦ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗରିଫ କରାଯାଇଛି। ସେମାନେ…

ଗୁମ୍ମା ଅଞ୍ଚଳକୁ ସାନିଟାଇଜ୍‌ କଲା ପ୍ରଶାସନ

ଗୁମ୍ମା,୧୪ା୪: ଗଜପତି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଭୂତାଣୁ କବଳରୁ ରକ୍ଷା ପାଇଁ ମଙ୍ଗଳବାର ଗୁମ୍ମା ବ୍ଲକ୍‌ ପ୍ରଶାସନ ଆନୁକୂଲ୍ୟରେ…

ଆର୍‌.ଉଦୟଗିରି, ନୂଆଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଶୋଧକ ସିଞ୍ଚନ

ଆର୍‌.ଉଦୟଗିରି,୯ା୪(ଡି.ଏନ୍‌.ଏ.) : ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ଼, ଖଜୁରୀପଦା ଓ ବଡ଼ପଦା ସହରରେ ଯୁଦ୍ଧକାଳୀନ ଭିତ୍ତିରେ ପଞ୍ଚାୟତ କୃର୍ତ୍ତପକ୍ଷ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା କରୋନା ଭୂତାଣୁ ସହ ମୁକାବିଲା ପ୍ରୟାସ ଜୋରଦାର ଚାଲିଛି। ତହସିଲ, ବ୍ଲକ, ମେଡିକାଲ, ସାହିର ଗଳିକନ୍ଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?