ଆନ୍ଧ୍ରରେ ଓଡ଼ିଆ ପିଲାଙ୍କୁ ମିଳିନି ସାହିତ୍ୟ ବହି

ପାରଳାଖେମୁଣ୍ଡି,୩ା୧(ଡି.ଏନ୍‌.ଏ.): ଗଜପତି ଜିଲାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲାର ଚାପାରା ଜିଲା ପରିଷଦ ଉଚ୍ଚ ବିଦ୍ୟାଳୟ। ସ୍ବାଧୀନତା ପରେ ସୀମା ନିର୍ଦ୍ଧାରଣ ବେଳେ ଆନ୍ଧ୍ରପ୍ରଦେଶରେ ରହିଯାଇଥିବା ବହୁ ଓଡିଆ ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରନ୍ତି। ତେବେ ଆନ୍ଧ୍ର ସରକାର ନଭେମ୍ବର ୨ରୁ ସ୍କୁଲ ଖୋଲିଥିବାବେଳେ ମେ’ରେ ପରୀକ୍ଷା ଘୋଷଣା କରିଛନ୍ତି। ଏଯାଏ ସେଠାରେ ଥିବା ଓଡ଼ିଆ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଓଡ଼ିଆ ସାହିତ୍ୟ ବହି ମିଳି ନ ଥିବାରୁ ପରୀକ୍ଷାରେ କ’ଣ ଲେଖିବେ ସେ ନେଇ ଚିନ୍ତାରେ।

ଆନ୍ଧ୍ରପ୍ରଦେଶ ଓ ଓଡିଶା ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସରକାରୀ ସ୍କୁଲରେ ପଢୁଥିବା ଓଡ଼ିଆ ପିଲାଙ୍କୁ ଓଡିଆ ସାହିତ୍ୟ ବହି ଓ ଓଡ଼ିଶାରେ ପଢୁଥିବା ତେଲୁଗୁ ପିଲାଙ୍କୁ ଆନ୍ଧ୍ର ସରକାର ତେଲୁଗୁ ସାହିତ୍ୟ ବହି ଶିକ୍ଷାବର୍ଷ ଆରମ୍ଭରୁ ଯୋଗାଇ ଦେବେ। କିନ୍ତୁ ଆନ୍ଧ୍ରରେ ପଢୁଥିବା ଓଡିଆ ପିଲାଙ୍କୁ ଏଯାଏ ଓଡିଆ ସାହିତ୍ୟ ବହି ମିଳିନାହିଁ। ପାଖାପାଖି ୧୨,୫୦୦ ଓଡିଆ ପିଲା ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ପ୍ରଥମରୁ ୧୦ମ ଯାଏ ଛାତ୍ରୀଛାତ୍ରଙ୍କ ପାଇଁ ଓଡିଶା ସରକାର ଜୁନ୍‌ ମାସରେ ସାହିତ୍ୟ ବହି ଯୋଗାଇବା କଥା, କିନ୍ତୁ ଆଜି ଯାଏ ଯୋଗାଇ ନପାରିବାରୁ ପୁରୁଣା ବହିରେ ଶିକ୍ଷାଦାନ କରୁଛନ୍ତି ଆନ୍ଧ୍ରପ୍ରଦେଶ ସରକାରୀ ସ୍କୁଲର ଶିକ୍ଷକ ମାନେ। ଆନ୍ଧ୍ରର ଶ୍ରୀକାକୁଲମ ଜିଲାରେ ଓଡିଆରେ ୧୮୫ଟି ସ୍କୁଲରେ ବିଛିନ୍ନାଞ୍ଚଳର ଓଡିଆ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଓ ବିଶାଖାପାଟନାମ୍‌ରେ ମଧ୍ୟ ବିଛିନ୍ନାଞ୍ଚଳର ଓଡିଆ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବାରମ୍ବାର ଏପରି ଅବହେଳା ଯୋଗୁ ଆନ୍ଧ୍ରରେ ଓଡିଆ ପଢିବାକୁ ବିଛିନ୍ନାଞ୍ଚଳର ଛାତ୍ରଛାତ୍ରୀ ଅରାଜି ହେଉଛନ୍ତି। ଫଳରେ ଦିନକୁ ଦିନ ଓଡ଼ିଆ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମୁଛି ବୋଲି କୁହନ୍ତି, ଛାତ୍ରୀ ପୁଷ୍ପା ମାଝି, ସ୍ବାତୀ ଦଳାଇ, ଛାତ୍ର ମଧୁସୁଦନ ମାଝି ପ୍ରମୁଖ। ଆନ୍ଧ୍ର ସରକାର ନିଜ ସ୍କୁଲରେ କାର୍ଯ୍ୟରତ ଓଡିଆ ଶିକ୍ଷକଙ୍କ ସହାୟତାରେ ଓଡିଆରେ ମୁଦ୍ରିତ ଗଣିତ, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ସାମାଜିକ ଶିକ୍ଷା ଓ ପରିବେଶ ବିଜ୍ଞାନ ଭଳି ବିଷୟର ବହି ଅନୁବାଦ କରାଇ ଡିଟିପି ସହ ବହି ପ୍ରସ୍ତୁତ କରି ପ୍ରତ୍ୟେକ ବର୍ଷ ଓଡିଆ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଆସୁଛନ୍ତି। ଆନ୍ଧ୍ରପ୍ରଦେଶର ସରକାରୀ ସ୍କୁଲ ଶିକ୍ଷକ ମାନେ ଓଡିଶା କେବଳ ଗୋଟିଏ ସାହିତ୍ୟ ବହି ଠିକ୍‌ ଭାବେ ଯୋଗାଇ ପାରୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଚାପାରା ଜିଲା ପରିଷଦ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ବି.ରବିକୁମାର।


Enter your email to get our daily news in your inbox.

All Right Reserved By Dharitri.Com

ତୈଳଦର ଅହେତୁକ ବୃଦ୍ଧି ନେଇ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ…

ସ୍କୁଟିରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ମାଡ଼ି ବସିଲା ପୋଲିସ

ଧାମନଗର,୨୭ା୫(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବା ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ ପୋଲିସକୁ…

୮୦% ଭିନ୍ନକ୍ଷମ ସୁନୀଲଙ୍କୁ ମିଳୁନି ଭତ୍ତା: ପଚାରିବାରୁ ସରପଞ୍ଚଙ୍କ ଦେଲେ ଏଭଳି ମନ୍ତବ୍ୟ, କହିଲେ ମୋ ନିଜ ଭାଉଜଙ୍କର ମଧ୍ୟ…

ଥୁଆମୂଳ ରାମପୁର, ୨୭ା୫ (ଦୁର୍ଗା କୀର୍ତ୍ତି): ସରକାର ଗରିବ, ଅସହାୟ ଓ ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରୁଥିବା ବେଳେ,…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ, ଟଙ୍କା ଜବତ କରି…

ସୁନ୍ଦରଗଡ଼,୨୭ା୫(ଜୟ ନାରାୟଣ ମେଣ୍ଡୁଳି): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ। ଜଣେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାଥିବା ବେଳେ ଜିଲା ସ୍ବାସ୍ଥ୍ୟ…

ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି।…

ତାଳଚୁଆ ସାମୁଦ୍ରିକ ଥାନାରେ ଥାର୍ଡ ଡିଗ୍ରୀ : ମହିଳା ଓ ତାଙ୍କ ପୁଅଙ୍କୁ ଥାନାରେ ମାଡ଼

ଭୁବନେଶ୍ୱର/ରାଜନଗର, ୨୭।୫(ତ୍ରିନାଥ ମହାନ୍ତି/ଭାସ୍କର ରାଉତରାୟ): ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ପତ୍ନୀ ହତ୍ୟା ସନ୍ଦେହରେ ପୋଲିସ ଉଠାଇ ଆଣି ଥାର୍ଡ ଡିଗ୍ରୀ ଦେଇ ଗୁରୁତର କରି ଆଇସିୟୁ’ରେ…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ବ୍ୟବସାୟୀଙ୍କ ଦୋକାନରୁ ୪୩ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ, ଅତର୍କିତ ଚଢାଉ କରି ପୋଲିସ…

ମହାକାଳପଡ଼ା, ୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା କଣ୍ଟିଲୋ ଓ ପୂର୍ବ ସୁନୀତି ଗ୍ରାମରେ ଦୁଇ ବ୍ୟବସାୟୀଙ୍କ ଦୋକାନ ଗୃହରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri