ଆନ୍ଧ୍ରରେ ଓଡ଼ିଆ ପିଲାଙ୍କୁ ମିଳିନି ସାହିତ୍ୟ ବହି

ପାରଳାଖେମୁଣ୍ଡି,୩ା୧(ଡି.ଏନ୍‌.ଏ.): ଗଜପତି ଜିଲାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲାର ଚାପାରା ଜିଲା ପରିଷଦ ଉଚ୍ଚ ବିଦ୍ୟାଳୟ। ସ୍ବାଧୀନତା ପରେ ସୀମା ନିର୍ଦ୍ଧାରଣ ବେଳେ ଆନ୍ଧ୍ରପ୍ରଦେଶରେ ରହିଯାଇଥିବା ବହୁ ଓଡିଆ ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରନ୍ତି। ତେବେ ଆନ୍ଧ୍ର ସରକାର ନଭେମ୍ବର ୨ରୁ ସ୍କୁଲ ଖୋଲିଥିବାବେଳେ ମେ’ରେ ପରୀକ୍ଷା ଘୋଷଣା କରିଛନ୍ତି। ଏଯାଏ ସେଠାରେ ଥିବା ଓଡ଼ିଆ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଓଡ଼ିଆ ସାହିତ୍ୟ ବହି ମିଳି ନ ଥିବାରୁ ପରୀକ୍ଷାରେ କ’ଣ ଲେଖିବେ ସେ ନେଇ ଚିନ୍ତାରେ।

ଆନ୍ଧ୍ରପ୍ରଦେଶ ଓ ଓଡିଶା ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସରକାରୀ ସ୍କୁଲରେ ପଢୁଥିବା ଓଡ଼ିଆ ପିଲାଙ୍କୁ ଓଡିଆ ସାହିତ୍ୟ ବହି ଓ ଓଡ଼ିଶାରେ ପଢୁଥିବା ତେଲୁଗୁ ପିଲାଙ୍କୁ ଆନ୍ଧ୍ର ସରକାର ତେଲୁଗୁ ସାହିତ୍ୟ ବହି ଶିକ୍ଷାବର୍ଷ ଆରମ୍ଭରୁ ଯୋଗାଇ ଦେବେ। କିନ୍ତୁ ଆନ୍ଧ୍ରରେ ପଢୁଥିବା ଓଡିଆ ପିଲାଙ୍କୁ ଏଯାଏ ଓଡିଆ ସାହିତ୍ୟ ବହି ମିଳିନାହିଁ। ପାଖାପାଖି ୧୨,୫୦୦ ଓଡିଆ ପିଲା ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ପ୍ରଥମରୁ ୧୦ମ ଯାଏ ଛାତ୍ରୀଛାତ୍ରଙ୍କ ପାଇଁ ଓଡିଶା ସରକାର ଜୁନ୍‌ ମାସରେ ସାହିତ୍ୟ ବହି ଯୋଗାଇବା କଥା, କିନ୍ତୁ ଆଜି ଯାଏ ଯୋଗାଇ ନପାରିବାରୁ ପୁରୁଣା ବହିରେ ଶିକ୍ଷାଦାନ କରୁଛନ୍ତି ଆନ୍ଧ୍ରପ୍ରଦେଶ ସରକାରୀ ସ୍କୁଲର ଶିକ୍ଷକ ମାନେ। ଆନ୍ଧ୍ରର ଶ୍ରୀକାକୁଲମ ଜିଲାରେ ଓଡିଆରେ ୧୮୫ଟି ସ୍କୁଲରେ ବିଛିନ୍ନାଞ୍ଚଳର ଓଡିଆ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଓ ବିଶାଖାପାଟନାମ୍‌ରେ ମଧ୍ୟ ବିଛିନ୍ନାଞ୍ଚଳର ଓଡିଆ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ବାରମ୍ବାର ଏପରି ଅବହେଳା ଯୋଗୁ ଆନ୍ଧ୍ରରେ ଓଡିଆ ପଢିବାକୁ ବିଛିନ୍ନାଞ୍ଚଳର ଛାତ୍ରଛାତ୍ରୀ ଅରାଜି ହେଉଛନ୍ତି। ଫଳରେ ଦିନକୁ ଦିନ ଓଡ଼ିଆ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମୁଛି ବୋଲି କୁହନ୍ତି, ଛାତ୍ରୀ ପୁଷ୍ପା ମାଝି, ସ୍ବାତୀ ଦଳାଇ, ଛାତ୍ର ମଧୁସୁଦନ ମାଝି ପ୍ରମୁଖ। ଆନ୍ଧ୍ର ସରକାର ନିଜ ସ୍କୁଲରେ କାର୍ଯ୍ୟରତ ଓଡିଆ ଶିକ୍ଷକଙ୍କ ସହାୟତାରେ ଓଡିଆରେ ମୁଦ୍ରିତ ଗଣିତ, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ସାମାଜିକ ଶିକ୍ଷା ଓ ପରିବେଶ ବିଜ୍ଞାନ ଭଳି ବିଷୟର ବହି ଅନୁବାଦ କରାଇ ଡିଟିପି ସହ ବହି ପ୍ରସ୍ତୁତ କରି ପ୍ରତ୍ୟେକ ବର୍ଷ ଓଡିଆ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଆସୁଛନ୍ତି। ଆନ୍ଧ୍ରପ୍ରଦେଶର ସରକାରୀ ସ୍କୁଲ ଶିକ୍ଷକ ମାନେ ଓଡିଶା କେବଳ ଗୋଟିଏ ସାହିତ୍ୟ ବହି ଠିକ୍‌ ଭାବେ ଯୋଗାଇ ପାରୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଚାପାରା ଜିଲା ପରିଷଦ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ବି.ରବିକୁମାର।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ନେଇ ପାରାଦୀପରେ ପୁଣି ପ୍ରଶାସନିକ ସମୀକ୍ଷା: ବିଦେଶୀ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ହୋଟେଲରେ ରଖିବାକୁ ନିର୍ଦ୍ଦେଶ

ପାରାଦୀପ,୪ା୨(ସ୍ବ.ପ୍ର.): ଚୀନ୍‌ରୁ ସୃଷ୍ଟ କରୋନା ଭାଇରସ୍‌କୁ ନେଇ ଏବେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ କିପରି ଏହାର ପ୍ରତିକାରାତ୍ମକ ବ୍ୟବସ୍ଥା କରାଯିବ ସେ ନେଇ...

ନୀଳମାଧବ ପୀଠରେ ଦେବ ଦୀପାବଳି ଉତ୍ସବ

ଖଣ୍ଡପଡ଼ା,୨୮ା୧୧(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ନୀଳମାଧବ ପୀଠରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦେବ ଦୀପାବଳି ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉତ୍ସବରେ ବହୁ...

ନିର୍ବାଚନ ଖର୍ଚ୍ଚ ପରିଚାଳନା ପ୍ରଶିକ୍ଷଣ

ଭଦ୍ରକ ଅଫିସ, ୫।୧ ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ଭଦ୍ରକ ପଞ୍ଚାୟତ ସମିତି ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ଦ୍ୱାରା ନିର୍ବାଚନ ଖର୍ଚ୍ଚ ପରିଚାଳନା ନେଇ...

ବନ୍ଦ ପାଳନ, କଂଗ୍ରେସ କର୍ମୀଙ୍କ ଧାରଣା

ଯାଜପୁର ଅଫିସ,୧୩।୧୧: ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା...

ଆନ୍ଧ୍ର ସ୍କୁଲରେ ରାୟଗଡ଼ା ପିଲା

ରାୟଗଡ଼ା ଅଫିସ,୩୧ା୧୨: ପିଲା ଅଭାବ ଦର୍ଶାଇ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କଲେ। ପରେ କରୋନା ଯୋଗୁ ଦୀର୍ଘ ୨ ବର୍ଷ ହେଲା ପ୍ରାଥମିକ...

ପୁରୀରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ପ୍ରସ୍ତାବ

ଭୁବନେଶ୍ୱର,୨୯। ୧୦(ବ୍ୟୁରୋ): ପୁରୀକୁ ଆସୁଥିବା ଅଣହିନ୍ଦୁ ଓ ବିଦେଶୀଙ୍କୁ ଶ୍ରୀମନ୍ଦିରର ଇତିହାସ, ପ୍ରତିଷ୍ଠା, ଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ବିଷୟରେ ଅବଗତ କରିବା ଲାଗି ଲାଇଟ୍‌ ଆଣ୍ଡ୍‌...

ଲକ୍‌ଡାଉନ୍‌ରୁ ଲାଭ ଉଠାଉଛନ୍ତି ଯୁବ ଇଞ୍ଜିନିୟର

ଜଗତ୍‌ସିଂହପୁର ଅଫିସ,୧୧।୭: କରୋନା ଭୂତାଣୁ ଓ ଲକ୍‌ଡାଉନ୍‌, ଶଟ୍‌ଡାଉନଜନିତ ପରିସ୍ଥିତି ଯୋଗୁ ଅନେକେ ଚାକିରି ହରାଇ ବେରୋଜଗାର ହୋଇଯାଇଛନ୍ତି। ହଜାର ହଜାର ଲୋକ ହାତବାନ୍ଧି ହତାଶ...

ଆଇଟିଡିଏ ଜେଇଙ୍କୁ ପଦୋନ୍ନତି ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ,୪ା୯-ରାଜ୍ୟ ସରକାର ଲୋକଙ୍କୁ ସୁଶାସନ ଦେବା ପାଇଁ ଏବେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି। କିଛି ଦିନ ହେବ ଏହି ମର୍ମରେ କେତେଜଣ ସରକାରୀ...

Advertisement
Archives

Model This Week