ଢେଙ୍କାନାଳ

ପୋଲିସ ହେପାଜତରୁ କଏଦୀ ଚମ୍ପଟ

ହିନ୍ଦୋଳ, ୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ କୋର୍ଟ ପରିସରରୁ ବୁଧବାର ଜଣେ ବିଚାରାଧୀନ କଏଦୀ ପୋଲିସ ସୁରକ୍ଷା ବଳୟ ଭାଙ୍ଗି ଚମ୍ପଟ ମାରିଛନ୍ତି। ସେ ହେଲେ ପ୍ରହଲ୍ଲାଦ ବେହେରା। ତାଙ୍କ ଘର ବାଲିମୀ ଥାନା ଅନ୍ତର୍ଗତ କଡଲା ଗ୍ରାମରେ। ମାମଲାର ବିବରଣୀ…

ଇ-ଟେକ୍‌ ଆବାସିକ କଲେଜ ପ୍ରତିଷ୍ଠା ଦିବସ: ‘ଅଭିଭାବକଙ୍କୁ ସମ୍ମାନ ବିନା ଶିକ୍ଷା ମୂଲ୍ୟହୀନ’

ଢେଙ୍କାନାଳ ଅଫିସ, ୭।୮-ଅଭିଭାବକମାନେ ଚାହାନ୍ତି ସେମାନଙ୍କ ସନ୍ତାନ ଭଲ ପାଠପଢ଼ି ବଡ଼ମଣିଷ ହେଉ। ନିଜ ପିଲାମାନଙ୍କ ପାଇଁ ମା’ବାପା ଏପରି ସ୍ବପ୍ନ ଦେଖିବା ସ୍ବାଭାବିକ। ଏବେ ଦେଖାଯାଉଛି ପିଲାଟିଏ ଉଚ୍ଚଶିକ୍ଷିତ ହେବାପରେ ନିଜର ଜନ୍ମକଲା ମା’ବାପାଙ୍କୁ ହତାଦର କରୁଛି। ଯେତେ ଭଲ…

ଭୁବନ ସ୍ବାସ୍ଥ୍ୟକେନ୍ଦ୍ରରେ ପଶିଲା ବର୍ଷାପାଣି

ଭୁବନ, ୭।୮(ଡି.ଏନ୍‌.ଏ.)-ଲଘୁଚାପ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରେ ଭୁବନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ସ୍ବାସ୍ଥ୍ୟସେବା ଉପରେ। ଡାକ୍ତରଖାନାରେ ବର୍ଷାଜଳ ପଶିଛି। ରାତି ୯ଟା ସୁଦ୍ଧା ରୋଗୀଙ୍କ ଓ୍ବାର୍ଡ, ଅପରେଶନ ଥିଏଟର, ଲେବର ରୁମ୍‌, ବାରଣ୍ଡାରେ ପାଣି…

କଂଗ୍ରେସ ଆଣିଲା ସଙ୍ଗିନ ଅଭିଯୋଗ: ‘କ୍ଷତିପୂରଣ ପାଇଁ ଲାଞ୍ଚ ମାଗୁଛନ୍ତି ଅଧିକାରୀ’

ଢେଙ୍କାନାଳ ଅଫିସ, ୭ା୮-ଢେଙ୍କାନାଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛି ଜିଲା କଂଗ୍ରେସ। କ୍ଷତିପୂରଣ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରି ମଙ୍ଗଳବାର ଦଳୀୟ କର୍ମକର୍ତ୍ତା ଜିଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି।…

ଢେଙ୍କାନାଳରେ ବିଦେଶୀ ଆର୍କିଟେକ୍ଟ: ବଦଳିବ ବସ୍ତି ରୂପରେଖ

ଢେଙ୍କାନାଳ ଅଫିସ, ୭।୮-ରାଜ୍ୟ ସରକାରଙ୍କ ଜାଗା ମିଶନ ପାଇଲଟ୍‌ ପ୍ରୋଜେକ୍ଟରେ ସାମିଲ ହୋଇଛି ଢେଙ୍କାନାଳ ପୌରାଞ୍ଚଳ। ଏହାପରେ ସହରର ରୂପରେଖ ସାଙ୍ଗକୁ ଢାଞ୍ଚାଗତ ପରିବର୍ତ୍ତନ ଲାଗି ପ୍ରୟାସ ଆରମ୍ଭ ହୋଇଛି। ଏହି ଯୋଜନାରେ ଡ୍ରେନେଜ୍‌ ବ୍ୟବସ୍ଥା, ରାସ୍ତା ନିର୍ମାଣ, ବସ୍ତି ବାସିନ୍ଦାଙ୍କ…

ଉଦ୍ଧାର ହାତୀ ଛୁଆଙ୍କୁ ନେଇ ଚିନ୍ତାରେ ବନ ବିଭାଗ

ଢେଙ୍କାନାଳ ଅଫିସ,୬ା୮ ଢେଙ୍କାନାଳ ଜିଲାରେ ବିଭିନ୍ନ ଜଙ୍ଗଲରୁ ଉଦ୍ଧାର ହେଉଥିବା ହାତୀ ଛୁଆଙ୍କୁ ନେଇ ବନ ବିଭାଗର ଚିନ୍ତା ବଢୁଛି। ଉଦ୍ଧାର ହାତୀ ଛୁଆଙ୍କୁ ସୁରକ୍ଷିତ ଭାବରେ ରଖିବା ପାଇଁ କପିଳାସ ଚିଡିଆଖାନାରେ ଥିବା ରେସକ୍ୟୁ ସେଣ୍ଟରରେ ୪ ହାତୀ ଥିବାରୁ…

୨୧ରେ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ପାଲଲହଡା,୬।୮(ଡି.ଏନ.ଏ.) ଆସନ୍ତା ୨୧ରେ ଅନୁଷ୍ଠିତ ହେବ ପାଲଲହଡା ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ଅଗଷ୍ଟ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ ନିର୍ବାଚନ କମିଶନ ଚିଠି ନଂ. ୨୦୩୪/୦୩/୦୮/୨୦୧୯ରେ ଘୋଷଣା କରିଥିବା ସୋମବାର ଏକ ଖବରଦାତା ସମ୍ମିଳନୀରେ ପାଲଲହଡା ବିଡିଓ…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ବତ ଆସର: ‘ସାହିତ୍ୟ ସମାଜର ଦର୍ପଣ’

ଢେଙ୍କାନାଳ ଅଫିସ, ୫।୮:  ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ। ଏହାର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦେବା। ବିଭିନ୍ନ ସମୟରେ ଓଡ଼ିଆ ଭାଷା ପ୍ରତି ବିପଦ ଦେଖାଦେଇଛି। ଏଭଳି ସଙ୍କଟମୟ ପରିସ୍ଥିତିରେ ଯୋଗଜନ୍ମା…

ଜିଲାସ୍ତରୀୟ ମେଗା ଆଇନସେବା ଶିବିର: ‘ଅଧିକାର ଜଣାଇବା ମୂଳଲକ୍ଷ୍ୟ’

ଢେଙ୍କାନାଳ ଅଫିସ, ୫।୮: ଢେଙ୍କାନାଳସ୍ଥିତ କଲ୍ୟାଣ ମଣ୍ଡପରେ ରବିବାର ଜିଲାସ୍ତରୀୟ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣ, ଜିଲା ଆଇନସେବା ପ୍ରାଧିକରଣ, ଜିଲା ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହାଇକୋର୍ଟ ବିଚାରପତି ତଥା…

ଜେଜେମା’ଙ୍କ ନିଷ୍ଠୁରତା, ପଡୋଶୀ ଘରେ ଖାଇବାରୁ ମା’ଛେଉଣ୍ଡ ନାତୁଣୀଙ୍କୁ ନିର୍ଦ୍ଧୁମ୍‌ ପିଟିଲେ

ବନ୍ତଳା, ୪।୮(ଡି.ଏନ.ଏ): ଜେଜେମା’ଙ୍କ ନିଷ୍ଠୁରତା। ପଡୋଶୀ ଘରେ ଯାଇ ଖାଇବାରୁ ତିନି ବର୍ଷର ଶିଶୁ କନ୍ୟାକୁ ଜେଜେମା ମାଡ଼ ମାରି ଘର ଭିତରେ ରଖି ତାଲା ପକାଇବା ଖବର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼…

ଡମ୍‌ବେଲ ପଞ୍ଚରେ ସୁବ୍ରତଙ୍କ ରେକର୍ଡ

ଢେଙ୍କାନାଳ ଅଫିସ, ୪।୮-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି ଗ୍ରାମର ସୁବ୍ରତ କୁମାର ସାମଲ ୧ ମିନିଟରେ ୩୩୪ ଥର ଡମ୍‌ବେଲ ପଞ୍ଚ ମାରି ବଜ୍ର ଓ୍ବାଲର୍‌ଡ ରେକର୍ଡରେ ନିଜ ନାମକୁ ସାମିଲ କରିଛନ୍ତି। ଆଗାମୀ ଦିନରେ ସେ ଗିନିଜ୍‌ ବୁକ୍‌…

ଆବାସ ଯୋଜନା ଅନୁଦାନ ଅଟକାଇବା ଘଟଣା: ତଦନ୍ତ କଲେ ଉପଜିଲାପାଳ

ଭୁବନ, ୪।୮(ଡ.ଏନ୍‌.ଏ.)-ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ଭୁବନ ଏନ୍‌ଏସି ଅନ୍ତର୍ଗତ ୩ନଂ. ଓ୍ବାର୍ଡର ୮ଜଣ ହିତାଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅନୁଦାନ ଟଙ୍କା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା। ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଶନିବାର ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri