ଢେଙ୍କାନାଳ

ପୂର୍ବଭାରତ ବିଜ୍ଞାନ ନାଟକ ପ୍ରତିଯୋଗିତା: ପଞ୍ଚାୟତିରାଜ ହାଇସ୍କୁଲ ଚାମ୍ପିୟନ

ଢେଙ୍କାନାଳ ଅଫିସ, ୨୨।୮ – ଲଗାତର ତୃତୀୟ ଥର ପାଇଁ ପୂର୍ବଭାରତ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଚାମ୍ପିୟନ ହୋଇ ଜାତୀୟସ୍ତରକୁ ଚୟନ ହୋଇଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତିରାଜ ହାଇସ୍କୁଲ। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ମଞ୍ଚସ୍ଥ ନାଟକ ‘ସୃଷ୍ଟି-ନିଡ୍‌ସ…

ଅଧାବାଟରେ ଛାଡ଼ି ପଳାଇଲେ ପ୍ରେମିକ

ପରଜଙ୍ଗ, ୨୨।୮(ଡି.ଏନ.ଏ.) – ପ୍ରେମ ପ୍ରତାରଣାର ଶିକାର ହୋଇଥିବା ଜଣେ ବିବାହିତା ମହିଳା ସ୍ତ୍ରୀ ମାନ୍ୟତା ଦାବିରେ ତାଲା ଭାଙ୍ଗି ଅଭିଯୁକ୍ତ ପ୍ରେମିକଙ୍କ ଘରେ ପଶିବା ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ଥାନାରେ ବିଧିବଦ୍ଧ…

ପ୍ରେମିକର ବର୍ବରକାଣ୍ଡ: ପ୍ରେମିକାଙ୍କ ବେକ କାଟିଦେଲେ

କାମାକ୍ଷାନଗର, ୨୧।୮(ଡି.ଏନ୍‌.ଏ.): ପ୍ରେମିକାଙ୍କୁ ପିଛା କରି ସୁନ୍ଦରଗଡ଼ରୁ ଚାଲିଆସିଲେ ଢେଙ୍କାନାଳ। ରାତାରାତି ତାଙ୍କୁ ଧରି ଫେରାର ହୋଇଯିବାକୁ କରିଥିଲେ ଯୋଜନା। ହେଲେ ଏଥିରେ ଯୁବତୀ ଜଣକ ଅନିଚ୍ଛା ପ୍ରକାଶ କରିବାରୁ ରକ୍ତମୁଖା ହୋଇଉଠିଲେ ପ୍ରେମିକ। ହିତାହିତ ଜ୍ଞାନ ହରାଇ ଧାରୁଆ ଛୁରିରେ…

ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ତେଲକୋଇ/ପରଜଙ୍ଗ, ୨୧।୮(ଡି.ଏନ୍‌.ଏ.): ଢେଙ୍କାନାଳ-କେନ୍ଦୁଝର ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ନେଇଛି। ହାତୀ ଦୌରାତ୍ମ୍ୟରେ ଜଙ୍ଗଲତଳି ଅଞ୍ଚଳବାସୀ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ହାତୀ ମୁହଁରେ ଜୀବନ ଯିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ମହାବିରୋଡ଼ ସେକ୍ସନ…

ମୁକ୍ତିକାନ୍ତଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ

ଢେଙ୍କାନାଳ ଅଫିସ, ୨୧।୮-ଢେଙ୍କାନାଳର ଶିଶୁ ପ୍ରତିଭା ମୁକ୍ତିକାନ୍ତ ଦାଶଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୧୯ରେ ସମ୍ମାନିତ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ସମାରୋହରେ ତାଙ୍କୁ ଏହି ପୁରସ୍କାର…

ଧଳା ଜହର ଜାଲରେ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୨୧ା୮-ଢେଙ୍କାନାଳ ପାଲଟିଛି ବ୍ରାଉନ୍‌ସୁଗାର କାରବାରର ସେଫ୍‌ଜୋନ୍‌। ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ରୀଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି। ପୋଲିସ ଗୋଇନ୍ଦା ବିଫଳତା କାରଣରୁ ଏହି ଧଳା ଜହର କାରବାର ବଢ଼ିଚାଲିଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଭିଭାବକ। ରାଜଧାନୀ ଭୁବନେଶ୍ୱରରେ…

ବର୍ଷାରେ ରାସ୍ତା ଧୋଇଗଲା

ଢେଙ୍କାନାଳ ଅଫିସ, ୨୧।୮-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବେରୁଆଁପାଳ-ତର୍କାବେଡା ଗ୍ରାମ ରାସ୍ତା ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ ଅଞ୍ଚଳବାସୀ ଗମନାଗମନରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ୬ମାସ ତଳେ ରୁଙ୍ଗ୍‌ଟା ଷ୍ଟିଲ କମ୍ପାନୀର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନ…

ସ୍ବାସ୍ଥ୍ୟସେବା ଗବେଷଣା ପାଇଁ ଢେଙ୍କାନାଳରେ ବିଦେଶୀ ଛାତ୍ରୀ: କଲେଜ ପିଲାଙ୍କ ସହ ମତ ବିନିମୟ କଲେ

ଢେଙ୍କାନାଳ ଅଫିସ, ୨୧।୮-ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବା ସମ୍ପର୍କରେ ଅଧିକ ଗବେଷଣା କରିବାକୁ ଢେଙ୍କାନାଳରେ ପହଞ୍ଚତ୍ଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରୋଚେଷ୍ଟର ବିଶ୍ୱବିଦ୍ୟାଳୟର ୫ଜଣ ଛାତ୍ରୀ। ସମ୍ପୃକ୍ତା ବିଦେଶୀ ଛାତ୍ରୀମାନେ ମଙ୍ଗଳବାର ଢେଙ୍କାନାଳ କଲେଜରେ ଆୟୋଜିତ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ।…

କମୁନାହିଁ ଦନ୍ତା ଉତ୍ପାତ, ପୁଣି ଘର ଭାଙ୍ଗିଲା

ପରଜଙ୍ଗ, ୨୦।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ମାତିଥିବା ଦନ୍ତା ଉତ୍ପାତ କମୁନାହିଁ। ସୋମବାର ଡମୋଳ ଗ୍ରାମରେ ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାବେଳେ ବନ କର୍ମଚାରୀ ଉପସ୍ଥିତ ଥିଲେ।…

ସଂସାର ଉଜାଡ଼ିଲା ସ୍ବାମୀ:ମେଡିକାଲ ଯିବା ପୂର୍ବରୁ ସ୍ତ୍ରୀଙ୍କୁ ହତ୍ୟା

ରାସୋଳ,୨୦ା୮(ଡି.ଏନ.ଏ.)କିଡ୍‌ନୀ ରୋଗରେ ପୀଡ଼ିତ ସ୍ବାମୀଙ୍କୁ ବଞ୍ଚାଇବାକୁ ଟଙ୍କା ଯୋଗାଡ଼ କରୁଥିବା ସ୍ତ୍ରୀକୁ ହାଣି ହତ୍ୟା କରିଛି ସ୍ବାମୀ। ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳରେ ସୋମବାର ଘଟିଛି ଏପରି ଏକ ଅଭାବନୀୟ ଘଟଣା। ମାନସିକ ଭାରସାମ୍ୟ ହରାଇ ଭୋର୍‌ ସମୟରେ ରୋଗଗ୍ରସ୍ତ…

ଦନ୍ତା ଉପଦ୍ରବ ନେଇ ଡିହଡୋଳ ରେଞ୍ଜରେ ଆତଙ୍କ:ଯୁବକଙ୍କୁ ଘୋଷାଡ଼ି ଦଳିଦେଲା

ପରଜଙ୍ଗ,୨୦।୮(ଡି.ଏନ.ଏ.)ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ େଅଧୀନ ଡମୋଳ ଶନି ମନ୍ଦିର ନିକଟରେ ସୋମବାର ଏକ ଦନ୍ତା ହାତୀ ଆକ୍ରମଣରେ ଡମୋଳ ଗ୍ରାମର ଶାନ୍ତନୁ ସାମଲ (୨୬)ଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର…

୨ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କାମାକ୍ଷାନଗର,୧୯।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ମାଣ୍ଡୁକୁରାଠାରେ ସୋମବାର ଅପରାହ୍ନରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ତୁମୁସିଙ୍ଗା ଥାନା ଧୋବାବାହାଳି ଗ୍ରାମର କପିଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?