ଢେଙ୍କାନାଳ

ଭୁଶୁଡ଼ିଲା ଆଉ ଏକ ଡିପ୍‌ଓ୍ବେଲ; ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଅଚଳ

ପରଜଙ୍ଗ, ୧୯।୮(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କଡ଼ାସୋଡ଼ା ଗ୍ରାମରେ ‘ବସୁଧା’ ଯୋଜନାରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍‌ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି। ଗତ ୧୫ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଅଗଷ୍ଟ ୩ରେ…

ଡାଇଭର୍ସନ ରାସ୍ତା ଧୋଇଗଲା; ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଢେଙ୍କାନାଳ ଅଫିସ, ୧୯ା୮: ଢେଙ୍କାନାଳ-ବଣସିଂହ ପୂର୍ତ୍ତ ବିଭାଗ ରାସ୍ତାର ଖମାର ନିକଟରେ ପ୍ରବାହିତ ଧୋବଣିଗାଡ଼ିଆ ନାଳ ଉପରେ ନିର୍ମାଣାଧୀନ ପୋଲ ସଂଲଗ୍ନ ଡାଇଭର୍ସନ ରାସ୍ତା ଲଗାଣ ବର୍ଷାରେ ଧୋଇଯାଇଛି। ଫଳରେ ଜିଲା ସଦର ମହକୁମାଠାରୁ ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।…

‘ହାସ୍ୟବିଦ୍ୟୁଷୀ’ ପଙ୍କଜିନୀ ଦାଶଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୧୯।୮: ଆଉ ନାହାନ୍ତି ଓଡ଼ିଶାର ଖ୍ୟାତନାମା ‘ହାସ୍ୟବିଦ୍ୟୁଷୀ ପଙ୍କଜିନୀ ଦାସ’। ଢେଙ୍କାନାଳ ସହର କୁଞ୍ଜକାନ୍ତ ଉତ୍ତର ମଧୁବନସ୍ଥିତ ବାସ ଭବନରେ ରବିବାର ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଅନ୍ତିମ ସମୟରେ ତାଙ୍କ ନିକଟରେ…

ନରହନ୍ତା ଦନ୍ତାର ଉଗ୍ରରୂପ:୯ ଘର ଭାଙ୍ଗିଲା, ରାତିସାରା ବର୍ଷାରେ ଭିଜିଲେ କ୍ଷତିଗ୍ରସ୍ତ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନ ଡିହଡୋଳ ଫରେଷ୍ଟ ସେକ୍ସନରେ ନରହନ୍ତା ଦନ୍ତା ତାଣ୍ଡବ ଚରମ ସୀମାରେ ପହଞ୍ଚତ୍ଛି। ଦାନ୍ତ କଟାଯିବା ପରେ କିଛି ମାତ୍ରାରେ ଶାନ୍ତ ପଡ଼ିଥିବା ହାତୀ ହଠାତ୍‌ ହିଂସ୍ର ହୋଇଉଠିଛନ୍ତି। ସପ୍ତାହେ ହେଲା ହାତୀ ଉନ୍ମତ୍ତ…

ଆଇଆଇଏମ୍‌ସି ପ୍ରତିଷ୍ଠା ଦିବସ: ଜାତୀୟତାବାଦ ସୃଷ୍ଟିରେ ଖବରକାଗଜ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୮।୮: ପରାଧୀନ ଭାରତର ଜନତାଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରିବାରେ ଆଞ୍ଚଳିକ ଭାଷାଭାଷୀ ଖବରକାଗଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେତେବେଳେ ଖବରକାଗଜଗୁଡ଼ିକ ବ୍ରିଟିଶ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ। ଇଂଲିଶ ସମେତ ଆଞ୍ଚଳିକ ଭାଷାରେ ଜାତୀୟତାବାଦ ଚିନ୍ତାଧାରାଭିତ୍ତିକ…

ଜନବସତିରେ ଦନ୍ତା ଦୌରାତ୍ମ୍ୟ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.) ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଦାନ୍ତ କଟାଯାଇଥିବା ଦନ୍ତା ହିଂସ୍ର ହୋଇଉଠିଛି। ଜନବସତିରେ ପଶି ହାତୀ ଦୌରାତ୍ମ୍ୟ ସୃଷ୍ଟି କରୁଛି। ସମ୍ମୁଖରେ ପଡୁଥିବା ଘରଦ୍ୱାର, ପାଚେରି କିଛି ବି ହାତୀ ମୁହଁରୁ ବାଦ୍‌ ପଡୁନାହିଁ।…

୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳରେ କାୟା ବିସ୍ତାର କଲାଣି ଧଳା ଜହର ଚେର। ଶନିବାର ସ୍ଥାନୀୟ ବାଜିଚୌକଠାରୁ ଅବକାରୀ ବିଭାଗ ଏବଂ ଟାଉନ ଥାନା ପୋଲିସ ଚଢ଼ାଉ କରି ୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ୧୪୮୦ ଟଙ୍କା ଜବତ କରିଛି। ଏଥିରେ…

ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ ଅର୍ଥ ହେରଫେର ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲାପାଳ

ତାଳଚେର,୧୮ା୮(ନି.ପ୍ର.) ତାଳଚେର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ କଣ୍ଟିଜେନ୍ସି ବାବଦ ଅର୍ଥ ହେରଫେର ଘଟଣାର ତଦନ୍ତ କରବିାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କଣ୍ଟିଜେନ୍ସି ଅର୍ଥ ହଡପ, ଇସିସିଇ ଟ୍ରେନିଂ ମମତା ଯୋଜନା, ସ୍ବୟଂ ସହାୟକ ଗୋଷ୍ଠୀ ତାଲିମ ଓ ଅନ୍ୟାନ୍ୟ ରିଫ୍ରେସର…

ଆବଣ୍ଟନ ହେବ କୃଷକ ବଜାର ଦୋକାନ ଗୃହ: ଦିଆଯିବ ୫୬ ଦୋକାନ, ୩ ଗୋଦାମ

ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସ୍ଥାନୀୟ କୈବଲ୍ୟ ବଜାରରେ ୮୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୃଷକ ବଜାର ଦୋକାନ ଘର ଆବଣ୍ଟନ କରାଯିବ। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର ଜିଲା…

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ଯୌତୁକଜନିତ ହତ୍ୟା ଅଭିଯୋଗ

କାମାକ୍ଷାନଗର, ୧୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ଲେକ୍‌ଚର୍ସ କଲୋନୀରେ ଭଡ଼ାଘରେ ରହୁଥିବା ଜଣେ ନବବିବାହିତାଙ୍କ ଶୁକ୍ରବାର ରାତିରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କଲ୍ୟାଣୀ ସ୍ବାଇଁ (୨୩)। ମୃତ ମହିଳାଙ୍କ ବାପା ହଟକିଶୋର ସ୍ବାଇଁ…

କଳ୍ପନା ଦାଶଙ୍କ ସ୍ମୃତିରକ୍ଷା ପାଇଁ ଅଭିନବ ପ୍ରୟାସ: ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଲେ ସିଦ୍ଧାର୍ଥ

ଢେଙ୍କାନାଳ ଅଫିସ, ୧୭।୮ – ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଛନ୍ତି ସିଦ୍ଧାର୍ଥଶଙ୍କର ଦାସ। ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ସିଦ୍ଧାର୍ଥ ସ୍ବାଧୀନତା ଦିବସ ଉପଲକ୍ଷେ ଗୁରୁବାର ପୂର୍ବାହ୍ନ ୮ଟା ୧୫ରେ ଜିଲା କାର୍ଯ୍ୟାଳୟ ପରିସରରୁ ଦୌଡ଼ିବା…

ନିର୍ମାଣାଧୀନ ରେଲଓ୍ବେ ଟ୍ରାକ୍‌ ଖାତରେ ପଡ଼ି ଛେଳି ଚରାଳି ମୃତ : କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପରଜଙ୍ଗ, ୧୬।୮(ଡି.ଏନ.ଏ.)-ଅନୁଗୋଳ-ଡୁବୁରି ରେଲଓ୍ବେ ଟ୍ରାକ୍‌ ନିର୍ମାଣ ପାଇଁ ଖୋଳାଯାଇଥିବା ଖାତରେ ଖସିପଡ଼ି ଜଣେ ଛେଳିଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଆଦିତ୍ୟ ପରିଡ଼ା (୩୦)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?