ଜେଜେମା’ଙ୍କ ନିଷ୍ଠୁରତା, ପଡୋଶୀ ଘରେ ଖାଇବାରୁ ମା’ଛେଉଣ୍ଡ ନାତୁଣୀଙ୍କୁ ନିର୍ଦ୍ଧୁମ୍‌ ପିଟିଲେ

ବନ୍ତଳା, ୪।୮(ଡି.ଏନ.ଏ): ଜେଜେମା’ଙ୍କ ନିଷ୍ଠୁରତା। ପଡୋଶୀ ଘରେ ଯାଇ ଖାଇବାରୁ ତିନି ବର୍ଷର ଶିଶୁ କନ୍ୟାକୁ ଜେଜେମା ମାଡ଼ ମାରି ଘର ଭିତରେ ରଖି ତାଲା ପକାଇବା ଖବର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ ତରାଶ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଛି। ଶିଶୁ କନ୍ୟାର ଜେଜେମା, ଜେଜେବାପା ଓ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ।

ସୂଚନାଯୋଗ୍ୟ, ଗଡ଼ ତରାଶ ଗ୍ରାମର ଅସିତ ରାଉତଙ୍କ ସ୍ତ୍ରୀ ଦୀପ୍ତି (୨୨)ଙ୍କର ବର୍ଷେ ପୂର୍ବରୁ ମୃତ୍ୟୁ ହୋଇଥିଲା। ତାଙ୍କ ଔରଷରୁ ଦୁଇଟି ଶିଶୁ କନ୍ୟା (୫ବର୍ଷ ଓ ୩ ବର୍ଷ) ଅଛନ୍ତି। ସାନ ଝିଅକୁ ତାଙ୍କ ଜେଜେମା କୁମୁଦିନୀ ରାଉତ ଅକଥନୀୟ ନିର୍ଯାତନା ଦେବା ସହ ମାଡ଼ ମାରିଥାନ୍ତି। ଏପରିକି ପାଇଖାନା ଏବଂ ଶୋଇବା ଘରେ ତାଲା ପକାଇ ଦୀର୍ଘ ସମୟ ରଖି ନିର୍ଯାତନା ଦିଅନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗାଁ କାଳିକା ମନ୍ଦିର ସମ୍ମୁଖ କୂଅ ନିକଟରେ ରାତ୍ରି ପର୍ଯ୍ୟନ୍ତ ବସାଇଥାନ୍ତି। ଗ୍ରାମବାସୀ ଏହାର ବିରୋଧ କଲେ କୁମୁଦିନୀ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥାନ୍ତି। ରବିବାର ସକାଳେ ଅଙ୍ଗନଓ୍ବାଡି ଶିକ୍ଷୟିତ୍ରୀ, ପଞ୍ଚାୟତ ସମିତି ସଭ୍ୟଙ୍କ ସମ୍ମୁଖରେ ଜେଜେମା’ ଶିଶୁକନ୍ୟାକୁ ଅକଥନୀୟ ମାଡ଼ ମାରିବା ସହିତ ଘର ଭିତରେ ପୂରାଇ ବାହାରେ ତାଲା ପକାଇ ଦେଇଥିଲେ। ଶିଶୁଟି କାନ୍ଦିବା ସହିତ ପାଣି ମଧ୍ୟ ମାଗିଥିଲା। ଅଙ୍ଗନଓ୍ବାଡି ଶିକ୍ଷୟିତ୍ରୀ ଓ ସମିତି ସଭ୍ୟ ଏହାକୁ ବିରୋଧ କରିବା ସହିତ ତାଲା ଖୋଲିବା ପାଇଁ କହିଥିଲେ ମଧ୍ୟ ସେ ଖୋଲି ନ ଥିଲେ। ପରବର୍ତ୍ତୀ ସମୟରେ ଏନେଇ ସ୍ଥାନୀୟ ଖବରଦାତାଙ୍କୁ ଜଣାଇବା ସହ ଜିଲା ଶିଶୁ ମଙ୍ଗଳ ଅଧିକାରୀ ଓ ବନ୍ତଳା ଥାନା ଆଇଆଇସିଙ୍କୁ ମଧ୍ୟ ଜଣାଇଥିଲେ। ପୋଲିସ ଏଏସଆଇ ବିଏନ ସାହୁ ଫୋର୍ସ ସହ ଖବରଦାତା ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ଓ ସରପଞ୍ଚଙ୍କ ହସ୍ତକ୍ଷେପରେ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଦୁଇ ଶିଶଙ୍କୁ ଉଦ୍ଧାର କରି ଜେଜେମା କୁମିଦିନୀଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି। ଶିଶୁ ଦ୍ୱୟଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି। ଏହାପୂର୍ବରୁ ଶନିବାର ୭ ବର୍ଷର ନାତିକୁ ତଳେ ପକାଇ ଜଣେ ଜେଜେ ମା’ ଗୋଇଠା ମାରୁଥିବା ଦୃଶ୍ୟ ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri