ଢେଙ୍କାନାଳ

ସେବାରେ ସାଉଁଟୁଛନ୍ତି ସନ୍ତୁଷ୍ଟି

ଢେଙ୍କାନାଳ,୨୫।୬(ରତନ ନାୟାର)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦାଶିବପୁର ପଞ୍ଚାୟତର ସରପଞ୍ଚ ଧରିତ୍ରୀ ମଲ୍ଲିକଙ୍କ କାର୍ଯ୍ୟକୁଶଳତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। ଏକଦା ଆଇନ ବ୍ୟବସାୟରେ ଭାଗ୍ୟ ପରଖିବାକୁ ମନସ୍ଥ କରିଥିବା ଏହି ଉଚ୍ଚଶିକ୍ଷିତା ମହିଳା ସମୟକ୍ରମେ ରାଜନୀତିରେ ପାଦ ଥାପିଛନ୍ତି।...

ଆତଙ୍କର ନାଁ ‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’

କାମାକ୍ଷାନଗର,୨୩।୬(ସୁଧୀର ପରିଡ଼ା): ଢେଙ୍କାନାଳ ଏବଂ ଅନୁଗୋଳ ଜିଲାରେ ଆତଙ୍କର ବାତାବରଣ ସୃଷ୍ଟି କରି ଦାଦାବଟି ଆଦାୟ କରୁଥିବା ‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’ ଗ୍ୟାଙ୍ଗର ମୁଖା ଖୋଲିଛି। ଯୁବ ବିଜେଡି ନେତା ତଥା ଠିକାଦାର କାହ୍ନୁ ଚରଣ ସାହୁଙ୍କୁ ହତ୍ୟା ଉଦ୍ୟମ...

ଜେଲ ହାଜତରେ କଏଦୀଙ୍କୁ ପିଟି ହତ୍ୟା

ଢେଙ୍କାନାଳ ଅଫିସ,୨୨ା୬(ରତନ ନାୟାର)ଏକ ଅବକାରୀ ମାମଲାରେ ଗିରଫ ହୋଇ ଢେଙ୍କାନାଳ ଜିଲା କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବୁଧବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ ସଦର ଥାନା ବେଶାଳିଆ ଗ୍ରାମର ଅଥାନି ଦେହୁରୀ (୪୨)। ଅଥାନିଙ୍କୁ...

ରଥଗଡ଼ାରେ ଟଳିପଡ଼ିଲେ ବୃଦ୍ଧ

ଢେଙ୍କାନାଳ ଅଫିସ, ୨୧।।୬(ରତନ ନାୟାର): ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଇଁ ଆସିଥିଲେ ଗଁାରୁ ସହରକୁ। ଚକାନୟନକୁ ଦେଖୁ ଦେଖୁ ଉଡ଼ିଗଲା ଜୀବନ। ପବିତ୍ର ଘୋଷଯାତ୍ରାରେ ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ରଥଗଡ଼ାରେ। ମୃତକ ହେଲେ ୧୫ନଂ. ଓ୍ବାର୍ଡ...

ନେତ ପାଇଁ ନୀତି: ଢେଙ୍କାନାଳ

ଢେଙ୍କାନାଳର ଆରାଧ୍ୟ ମହାପ୍ରଭୁ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ହୋଇଛି। ଏଠାରେ ପୂଜିତ ଠାକୁର ବଳରାମ ଦ୍ୱାପରଯୁଗର ବୋଲି ପୁରାଣରେ ବର୍ଣ୍ଣିତ। ଏଠାକାର ରଥଯାତ୍ରାର ମଧ୍ୟ ସ୍ବତନ୍ତ୍ରତା ରହିଛି। ଏଠାରେ ଶ୍ରୀବଳରାମ ପାଷାଣ ପ୍ରତିମା...

ଗଛରେ ପିଟିହେଲା କାର୍‌, ୨ ମୃତ, ୩ ଗୁରୁତର

ଢେଙ୍କାନାଳ,୧୮ା୬ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ମହୁଲପୁଞ୍ଜିଠାରେ ରବିବାର ଅପରାହ୍ନରେ ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ କାର୍‌ରେ ଥିବା ୫ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣାସ୍ଥଳରେ...

ଅସୁସ୍ଥ ମାଈହାତୀକୁ ଚିକିତ୍ସା ପାଇଁ ପଠାଗଲା କପିଳାସ ପ୍ରାଣୀ ଉଦ୍ୟାନ

ଢେଙ୍କାନାଳ,୧୭।୬(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ତଥା ଢେଙ୍କାନାଳ କପିଳାସ ରାସ୍ତାର ମେଘା ସଂରକ୍ଷିତ ଜଙ୍ଗଲରେ ଗତ ୯ ତାରିଖରୁ ଗୋଠଛଡ଼ା ହୋଇ ରହିଥିବା ୩ ବର୍ଷର ମାଈହାତୀ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲା । ପାଟ୍ରୋଲିଂ କରୁଥିବା ବନ...

ସାଢ଼େ ୪ ମାସରେ ୧୧ ପିସ୍ତଲ ଜବତ

ଢେଙ୍କାନାଳ,୧୬ା୬ (ରତନ ନାୟାର): କଥା କଥାରେ ଫୁଟୁଛି ଗୁଳି। ଅପରାଧୀମାନେ ଆପରାଧିକ କାର୍ଯ୍ୟ ଘଟାଇ ଛୁ’ ମାରୁଛନ୍ତି। ସେମାନେ କେଉଁଠାରୁ ଆସୁଛନ୍ତି, କୁଆଡ଼େ ଯାଉଛନ୍ତି ତାହାର ଟେର୍‌ କେହି ପାଇପାରୁନାହାନ୍ତି। ଗତ ସାଢ଼େ ୪ ମାସ ମଧ୍ୟରେ ଢେଙ୍କାନାଳ ଜିଲାରୁ...

ମହିମା ପୀଠ କାୟାକଳ୍ପ ବଦଳିବ

ଭୁବନେଶ୍ୱର/ଢେଙ୍କାନାଳ, ୧୬।୬(ଅନିଲ ଦାସ/ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦାସ୍ଥିତ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠର କାୟାକଳ୍ପ ସମ୍ପୂର୍ଣ୍ଣ ବଦଳିବ। ଏହାର ଉନ୍ନତୀକରଣ ସମ୍ପର୍କିତ ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।...

ବିଜେଡି କର୍ମୀଙ୍କୁ ଗୁଳିମାଡ଼

କାମାକ୍ଷାନଗର, ୧୫।୬(ସୁଧୀର କୁମାର ପରିଡ଼ା) ଢେଙ୍କାନାଳ ଜିଲା କାମାକ୍ଷାନଗର ବିଜେଡି କର୍ମୀ ତଥା ଠିକାଦାର କାହ୍ନୁଚରଣ ସାହୁଙ୍କ ଉପରେ ବୁଧବାର ରାତି ପ୍ରାୟ ୧୧ଟା ବେଳେ ଗୁଳିମାଡ଼ ହୋଇଛି। ସେ କାର୍‌ରେ ଫେରୁଥିବାବେଳେ ଘର ସମ୍ମୁଖରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ...

ରଜ ବଜାର ପାଇଁ ଅସମ୍ଭାଳ ଭିଡ଼

ଢେଙ୍କାନାଳ ଅଫିସ,୧୪।୬ (ରତନ ନାୟାର) ଗଣପର୍ବ ରଜ ଉପଲକ୍ଷେ ଲୁଗାପଟା କିଣିବା ଲାଗି ଜନସାଧାରଣଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଏହାକୁ ନେଇ ଢେଙ୍କାନାଳର ପ୍ରମୁଖ ବଜାରରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଅସମ୍ଭାଳ ଭିଡ଼ ଜମିଥିବାବେଳେ ଟ୍ରାଫିକ୍‌ ଜାମ୍‌...

ଗ୍ରାମାଞ୍ଚଳରେ ଗଣମହୋତ୍ସବ

(ସୁଧୀର କୁମାର ପରିଡ଼ା) କାମାକ୍ଷାନଗର, ୧୪।୬ ରଜ ମହୋତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ ଜିଲା କାମାକ୍ଷାନଗର। ବ୍ଲକର ଆଳତୁମା, ବାଙ୍ଗୁରା, ମାଳପୁରାରେ ଜାକଜମକର ସହ ଏହି ମହୋତ୍ସବ ପାଳନ କରାଯାଉଛି। ୩ଦିନ ଧରି ଆୟୋଜିତ ହେବାକୁ ଥିବା ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri