କପିଳାସ ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟର: ଅନାଥ ହାତୀଙ୍କ ଅଭୟଗୃହ
ଢେଙ୍କାନାଳ ଅଫିସ, ୧୨।୮: ଗରିବ ମଣିଷ ଛୁଆଟେ ଛେଉଣ୍ଡ ହୋଇଗଲେ ତା’ ପାଇଁ ଝରିପଡ଼େ ଅନେକ ଦରଦ। ଆହା କରନ୍ତି ସହୃଦୟ ବ୍ୟକ୍ତି। ବଢ଼ାନ୍ତି ସହାୟତାର ହାତ। ଆବଶ୍ୟକ ପଡ଼ିଲେ ପ୍ରଶାସନ କରାଏ ସମ୍ପୃକ୍ତ ଶିଶୁର ଥଇଥାନ ବ୍ୟବସ୍ଥା ।...
ରୋଗୀ କଲବଲ, ଲୁଟୁଛନ୍ତି ଦଲାଲ
ଭୁବନ, ୧୧।୮(ଡି.ଏନ୍.ଏ.) – କରୋନା ମହାମାରୀ ସମୟରେ ବଢ଼ିଛି ସ୍ବାସ୍ଥ୍ୟସେବାର ଗୁରୁତ୍ୱ। କେବଳ କୋଭିଡ୍ ନୁହେଁ, ଅନ୍ୟ ରୋଗୀମାନଙ୍କ ଚିକିତ୍ସାରେ ଯେପରି କୌଣସି ଅବହେଳା ନ ହୁଏ; ସେଥିଲାଗି ଗୁରୁତ୍ୱ ଦେବାଲାଗି ସରକାର ଜୋର୍ ଦେଉଛନ୍ତି। ହେଲେ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାର...
କମାଇଦେଲେ ଗହମ କୋଟା
ଭୁବନ, ୭।୮(ଡି.ଏନ୍.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍ଏସିର ସାଧାରଣ ଯୋଗାଣ ବ୍ୟବସ୍ଥା (ପିଡିଏସ୍)ରେ ଗରିବ ହିତାଧିକାରୀଙ୍କୁ ଜୁଲାଇ ମାସର ଗହମ କୋଟା କମାଇ ଦିଆଯାଇଛି। ଯୋଗାଣ ବିଭାଗ ପକ୍ଷରୁ କେ.ଜି. ପିଛା ୨୦୦ ଗ୍ରାମ କମ୍ ଗହମ ପ୍ରଦାନ କରାଯାଇଥିବା...
ଜୀବିକା ଦେଇଛି ଜୈବଖତ
ଭୁବନ, ୬।୮(ଡି.ଏନ୍.ଏ.) ଗଳିକନ୍ଦିରେ ଠୁଳ ହୋଇ ରହୁଥିଲା ଆବର୍ଜନା। ବିଗାଡୁଥିଲା ସହର ସୌନ୍ଦର୍ଯ୍ୟ। ସୃଷ୍ଟି ହେଉଥିଲା ପୁତ୍ତିଗନ୍ଧମୟ ପରିବେଶ। ବଢୁଥିବା ମଶାବଂଶ ସାଜୁଥିଲା ସଂକ୍ରାମକ ରୋଗର କାରଣ। ହେଲେ ସେହି ଅଦରକାରୀ ବର୍ଜ୍ୟ ଏବେ ଅନେକଙ୍କୁ କରିଛି ସ୍ବାବଲମ୍ବୀ। ସେଥିରୁ...
‘ସ୍ପୋର୍ଟସ୍ ହବ୍’ ସ୍ବପ୍ନ ଅଧୁରା
ଢେଙ୍କାନାଳ ଅଫିସ, ୫।୮: ତୀରନ୍ଦାଜୀଠାରୁ ଟେନିସ୍। କ୍ରିକେଟରୁ ଆରମ୍ଭ କରି ଫୁଟବଲ୍। କ୍ରୀଡ଼ାକ୍ଷେତ୍ରକୁ ନେଇ ଢେଙ୍କାନାଳ ଜିଲାରେ ରହିଛି ପର୍ଯ୍ୟାପ୍ତ ସମ୍ଭାବନା। ପ୍ରତିଭା କି ଭିତ୍ତିଭୂମିର ଅଭାବ ନାହିଁ। ଅଜସ୍ର ଟଙ୍କା ମଧ୍ୟ ମଞ୍ଜୁର ହେଉଛି। ହେଲେ ଦୂରଦୃଷ୍ଟି ଏବଂ ସମନ୍ବୟ...
ସଚେତନ କରୁଛି ବାଇକର୍ସ କ୍ଲବ
ଢେଙ୍କାନାଳ ଅଫିସ, ୩ା୮ ସଡ଼କ ସୁରକ୍ଷା ସହ ଦୁର୍ଘଟଣା ରୋକିବା ଦିଗରେ କାର୍ଯ୍ୟ କରୁଛି ଢେଙ୍କାନାଳ ବାଇକର୍ସ କ୍ଲବ। କ୍ଲବର ମୋଟ୍ ୧୨ଜଣ ସଦସ୍ୟ ବର୍ଷକ ମଧ୍ୟରେ ପ୍ରାୟ ୪ ହଜାର କିଲୋମିଟର ପରିଭ୍ରମଣ କରି ଯୁବ ଗୋଷ୍ଠୀଙ୍କୁ ସଚେତନ...
ବନ୍ଧ୍ୟାକରଣ ବାଟବଣା
ଭୁବନ, ୩୦।୭(ଡି.ଏନ୍.ଏ.) ମୁଣ୍ଡବ୍ୟଥା ବଢ଼ାଇଛନ୍ତି ବୁଲାକୁକୁର। ଗଳିକନ୍ଦିରେ ପଲପଲ ହୋଇ ବୁଲୁଛନ୍ତି। ରାଜରାସ୍ତାକୁ ଅକ୍ତିଆରକୁ ନେଉଛନ୍ତି। ଏକଲା ମଣିଷ ଦେଖିଲେ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ସେମାନଙ୍କ ଦୌରାତ୍ମ୍ୟରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ବାଇକ୍ ଆରୋହୀ। ପରସ୍ପର ଭିତରେ କାମୁଡ଼ା କାମୁଡ଼ି...
ବିକ୍ରି ହେବ ବିଆର୍ଜି କମ୍ପାନୀ
ଢେଙ୍କାନାଳ ଅଫିସ, ୨୯।୭: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି-ମେରାମଣ୍ଡଳୀରେ ପ୍ରତିଷ୍ଠିତ ବିଆର୍ଜି ଆଇରନ୍ ଷ୍ଟିଲ କମ୍ପାନୀ ବିକ୍ରି ହେବ। ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ବୁଧବାର ମଧ୍ୟାହ୍ନରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ କମ୍ପାନୀର ଲିକ୍ୟୁଡେଟର ଏ ସମ୍ପର୍କରେ ସୂଚନା...
ଖେଳାଳିରୁ କୋଚ୍
ଢେଙ୍କାନାଳ ଗୁଡ଼ିଆନାଳିର ଝିଅ କାଦମ୍ବିନୀ ମହାକୁଡ଼। ମା’ ବାସନ୍ତୀ ମହାକୁଡ଼ ଓ ବାପା ମଦନ ମୋହନ ମହାକୁଡ଼। ୧୯୮୨ ଜୁଲାଇ ୧୩ରେ ଜନ୍ମିତ କାଦମ୍ବିନୀ ଓଡ଼ିଶା ମହିଳା କ୍ରିକେଟରେ ଜଣେ ଦକ୍ଷ ଉଇକେଟକିପର ଏବଂ ଆକ୍ରମଣାତ୍ମକ ଓପନର/ମିଡ୍ଲଅର୍ଡର ବ୍ୟାଟ୍ସଓମ୍ୟାନ ଭାବେ...
୩ ବର୍ଷ ହେଲା ଶଯ୍ୟାରେ ସନ୍ତୋଷ
ହିନ୍ଦୋଳ, ୨୮।୭(ଡି.ଏନ୍.ଏ.) – ସାଇକେଲରେ କାମକୁ ଯାଉଥିବାବେଳେ ଭାରସାମ୍ୟ ହରାଇ କାଦୁଅ ରାସ୍ତାରେ କଚାଡ଼ି ହୋଇ ପଡ଼ିଲେ। ଅଣ୍ଟାରେ ଲାଗିଥିବା ଆଘାତ ଶରୀରକୁ ଅଚଳ କରିଦେଲା। ସେହିଦିନଠାରୁ ୩ ବର୍ଷ ହେଲା ଶଯ୍ୟାରେ ପଡ଼ି ରହିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ...
ଉଲ୍ଲାସ ଅଧିକ, ଉପସ୍ଥାନ କମ୍
ଢେଙ୍କାନାଳ / ଅନୁଗୋଳ ଅଫିସ, ୨୭ା୭ କରୋନା ସଂକ୍ରମଣ ସାମାନ୍ୟ ଥମିବା ପରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ୨୬ ତାରିଖ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ...
ପ୍ରକଳ୍ପ ପାଖରେ ଜମି ପଡ଼ିଆ
ଢେଙ୍କାନାଳ ଅଫିସ, ୨୬।୭: ଲୁଚକାଳି ଖେଳୁଛି ମୌସୁମୀ। ଅନାବୃଷ୍ଟି ପାଇଁ ଶ୍ରାବଣରେ ଶୁଖିଲା ପଡ଼ିଛି ଜମି। ଅନିୟମିତ ଲଘୁଚାପ ବର୍ଷା ଚାଷକୁ ନିଅଣ୍ଟ ହେଉଥିବାବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଏସବୁ ଭିତରେ ବୋଝ ଉପରେ ନଳିତା ବିଡ଼ା...
Archives


