ଦିନ ଗଡୁଛି, ବାଟ ଫିଟୁନି

ଢେଙ୍କାନାଳ ଅଫିସ, ୩୧।୧୦: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଓ କୁରୁଣ୍ଟିସ୍ଥିତ ଲାନ୍‌କୋ-ବାବନ୍ଧ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ତେବେ କ୍ଷତିଗ୍ରସ୍ତ ପ୍ରଜାଙ୍କ ଦାବି ପୂରଣ କିମ୍ବା କ୍ଷତିପୂରଣ ପ୍ରଦାନ ନେଇ ବାରମ୍ବାର ବୈଠକ ବସୁଥିଲେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁନାହିଁ। ଏହାକୁ ନେଇ କମ୍ପାନୀ ବିରୋଧରେ ଅସନ୍ତୋଷ ତେଜିବାରେ ଲାଗିଛି। ଆସନ୍ତା ୯ ତାରିଖରେ ଅନ୍ତିମ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଶନିବାର ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ କମ୍ପାନୀର ଲିକ୍ୟୁଡେଟର ପ୍ରତିନିଧିଙ୍କୁ ତାଗିଦ୍‌ କରାଯାଇଛି। ଅନ୍ୟପଟେ ଜମିଜମା ନେଇ କମ୍ପାନୀ ଉପରେ ସରକାରଙ୍କ ୨.୮୬ କୋଟି ଟଙ୍କା ବକେୟା ପଡ଼ିଥିବା ରାଜସ୍ବ ବିଭାଗ ସମୀକ୍ଷାରୁ ଜଣାପଡ଼ିଛି। ତହସିଲ କର୍ତ୍ତୃପକ୍ଷ ଏତେଦିନ ହେଲା କାହିଁକି କମ୍ପାନୀକୁ ଅନୁକମ୍ପା ଦେଖାଇଥିଲେ ବୋଲି ଏମ୍‌ପି ମହେଶ ସାହୁ ପ୍ରଶ୍ନ ଉଠାଇଛନ୍ତି। ଜିଲାପାଳ ସରୋଜ କୁମାର ସେଠୀ ତୁରନ୍ତ ଉକ୍ତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ କମ୍ପାନୀ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଲାନ୍‌କୋ କମ୍ପାନୀର ଲିକ୍ୟୁଡେଟର ପ୍ରତିନିଧିମାନେ ଚୂଡାନ୍ତ ନିଷ୍ପତ୍ତି ନେଉନାହାନ୍ତି। ଅଯଥାରେ ସମୟ ଗଡ଼ାଇ ଚାଲିଛନ୍ତି। ଏହାକୁ ନେଇ ଏମ୍‌ପି ସାହୁ, ବିଧାୟକ ସୁଧୀର କୁମାର ସାମଲ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ନ ମିଳିବା ଯାଏ କମ୍ପାନୀ ପରିସରରେ ପଡ଼ିଥିବା ସ୍କ୍ରାପ୍‌ ନେବାକୁ ଦିଆଯିବ ନାହିଁ ବୋଲି ପ୍ରଜାସଂଘ ନିଜ ଜିଦ୍‌ରେ ଅଟଳ ରହିଛି। ଶନିବାର ବୈଠକରେ ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଅନ୍ୟପଟେ କ୍ଷତିଗ୍ରସ୍ତ ପ୍ରଜାସଂଘର ୬ଜଣିଆ ପ୍ରତିନିଧି ଦଳ ଏବଂ କମ୍ପାନୀ ଲିକ୍ୟୁଡେଟର ପ୍ରତିନିଧି ଏକ ବୈଠକ କରି କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ଆଲୋଚନା କରିବାକୁ ଏମ୍‌ପି ଏବଂ ବିଧାୟକ ପ୍ରସ୍ତାବ ଦେଇଛନ୍ତି। ତଦନୁଯାୟୀ ଲିକ୍ୟୁଡେଟରଙ୍କୁ ନଭେମ୍ବର ୮ ଯାଏ ସମୟ ଦିଆଯାଇଛି। ୯ ତାରିଖରେ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରିପାକ୍ଷିକ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଗଙ୍ଗାଧର ସାମଲ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ଜଣାଇବାକୁ କମ୍ପାନୀ ନିକଟରେ ଦାବି କରିଥିଲେ।
ବୈଠକରେ ଏସ୍‌ପି କେ. ଶିବା ସୁବ୍ରମଣି, ଭାରପ୍ରାପ୍ତ ଢେଙ୍କାନାଳ ଉପଜିଲାପାଳ ରବିନାରାୟଣ ତ୍ରିପାଠୀ, ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ଜମି ଅଧିଗ୍ରହଣ ଅଧିକାରୀ ସ୍ମୃତିରଞ୍ଜନ ମହାପାତ୍ର, ଅତିରିକ୍ତ ଏସ୍‌ପି ଶିଶୁରଞ୍ଜନ ମହାପାତ୍ର, କ୍ଷତିଗ୍ରସ୍ତ ପ୍ରଜାସଂଘ ଉପସଭାପତି ନରେନ୍ଦ୍ର ସାହୁ, ସମ୍ପାଦକ ବିଜୟ ଧଳ, କୋଷାଧ୍ୟକ୍ଷ ଅଖିଳ ମହାପାତ୍ର, ଆଇନ ପରାମର୍ଶଦାତା ପଙ୍କଜଲୋଚନ ସାହୁ, ସଞ୍ଜୟ ସାହୁ, ସରପଞ୍ଚ ନରୋତ୍ତମ ରାଉତ, ରବିନାରାୟଣ ସାହୁ, ନିବାରଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ତଥ୍ୟ ଦେଇପାରିଲେନି କମ୍ପାନୀ ଲିକ୍ୟୁଡେଟର

ଲାନ୍‌କୋ ପକ୍ଷରୁ ଚାକିରି ହରାଇଥିବା ୮୦ଜଣଙ୍କୁ କ୍ଷତିପୂରଣ ଦିଆଯାଇଛି ବୋଲି କମ୍ପାନୀର ଲିକ୍ୟୁଡେଟର ସଞ୍ଜୟ ଗୁପ୍ତା ବୈଠକରେ ସୂଚନା ଦେଇଥିଲେ। ହେଲେ ବିଧାୟକ ସୁଧୀର କୁମାର ସାମଲ ତାଲିକା ମାଗିବାରୁ ଠିକ୍‌ ତଥ୍ୟ ଦେଇପାରି ନ ଥିଲେ। ଏହାକୁ ନେଇ ଲିକ୍ୟୁଡେଟରଙ୍କ ଉପରେ ବର୍ଷିଥିଲେ ବିଧାୟକ। ସେହିପରି କମ୍ପାନୀ ପ୍ରତିନିଧି ସ୍କ୍ରାପ୍‌ ପରିବହନ ପାଇଁ ଅନୁମତି ଦେବା ଲାଗି ପ୍ରଶାସନକୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ କ୍ଷତିପୂରଣ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନ ହେବା ଯାଏ କୌଣସି କାର୍ଯ୍ୟ କରାଇ ଦିଆଯିବ ନାହିଁ ବୋଲି ପ୍ରଜାସଂଘ ଜିଦ୍‌ରେ ଅଟଳ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri