ଦେବଗଡ଼

ଘନ ଘନ ବଦ୍ୟୁତ କାଟ୍‌ ପ୍ରତିବାଦରେ ଦେବଗଡ ଜିଲା କଂଗ୍ରେସର ବିକ୍ଷୋଭ

ଦେବଗଡ,୨୮।୬(ଶଶାଙ୍କ ଶେଖର ଝାଙ୍କର): ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘନଘନ ବିଦ୍ୟୁତ କାଟ ଯୋଗୁଁ ଦେବଗଡ ଜିଲାବାସୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହୋଇଥିବା ବେଳେ ବର୍ଷା ଦିନ ଆରମ୍ଭରେ ପୁଣି ଏହାର ପୁନରାବୃତ୍ତି ଘଟିଛି। ସାମାନ୍ୟ ପବନ...

ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ବ୍ଲକ ଆକାଉଣ୍ଟ ଅଫିସର

ଦେବଗଡ,୨୭।୬(ଶଶାଙ୍କ ଶେଖର ଝାଙ୍କର): ବିଲ୍‌ କରାଇଦେବାକୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ବ୍ଲକ ଆକାଉଣ୍ଟ ଅଫିସର। ଦେବଗଡ ଜିଲା ରିଆମାଳ ବ୍ଳକ ଆକାଉଣ୍ଟ ଅଫିସର ରାଜେନ୍ଦ୍ର ଦାଶଙ୍କୁ ଗିରଫ କଲା ଭିଜିଲାନ୍ସ। ୨ ଲକ୍ଷ ବିଲ୍‌ କରାଇବା...

ହୋଟେଲ ରୁମ୍‌ରୁ ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଦେବଗଡ,୨୪।୬:( ଶଶାଙ୍କ ଶେଖର ଝାଙ୍କର) ଦେବଗଡ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସିଏସସି ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ମମତା ହୋଟେଲରୁ ଉଦ୍ଧାର କରାଯାଇଛି । ଉକ୍ତ ଘଟଣା ସହରରେ ଚର୍ଚ୍ଚାର ବିଷୟ ସାଜିଛି। ମୃତ ବ୍ୟାଙ୍କ ଅଧିକାରୀ ଜଣକ...

ପ୍ରାର୍ଥନା କରୁଥିବା ସମୟରେ ପଡ଼ିଗଲେ ଛାତ୍ରୀ, ଡାକ୍ତରଖାନାରେ ଭର୍ତ୍ତି

ଦେବଗଡ଼,୨୨ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ଗ୍ରୀଷ୍ମ ପ୍ରଭାବରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗୁରୁବାର ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବାରକୋଟ ବ୍ଲକ କୁଣ୍ଡାପିଠା ହାଇସ୍କୁଲରେ ପ୍ରାର୍ଥନା...

ଜଙ୍ଗଲ ନଷ୍ଟକରି କଂକ୍ରିଟ ପିଲାର ନିର୍ମାଣ

ଦେବଗଡ଼,୨୨ା୬(ଶଶାଙ୍କ ଶେଖର ଝାଙ୍କର)କୋରଡକୋଟ ସଂରକ୍ଷିତ ଜଙ୍ଗଲରେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ବେଆଇନ ଭାବେ ଜେସିବି ବ୍ୟବହାର କରି ଜଙ୍ଗଲ ନଷ୍ଟ କରି କଂକ୍ରିଟ ପିଲର ନିର୍ମାଣ କରାଯାଉଛି। କୋରଡକୋଟ ଜଳ ପ୍ରପାତରୁ ପାଣି ନେବା ପାଇଁ କାର୍ଯ୍ୟ ପ୍ରସ୍ତୁତି ଚାଲିଛି...

ରିଆମାଳ ବ୍ଲକ କଂଗ୍ରେସ କର୍ମୀଙ୍କ ସମୂହ ଇସ୍ତଫା

ରିଆମାଳ,୧୯ା୬(ନିରଞ୍ଜନ ବେହେରା) ଦେବଗଡ଼ ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ରିଆମାଳ ବ୍ଲକ ନାଉଲିପଡ଼ାଠାରେ ବ୍ଲକ କଂଗ୍ରେସ କମିଟିର ବହୁ କର୍ମୀ ରବିବାର ଏକ ବୈଠକ କରି ଦଳରୁ ସମୂହ ଇସ୍ତଫା...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନ ଗଲା

ଦେବଗଡ଼,୧୯ା୬(ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବାରକୋଟ ବନାଞ୍ଚଳ କଲା ଫରେଷ୍ଟ ସେକ୍ସନ ହରେକୃଷ୍ଣପୁର ଗ୍ରାମରେ ଏହି ଅଘଟଣ ଘଟିଛି। ସୋମବାର ସକାଳୁ ଶୌଚ ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ ରେଙ୍ଗଟୁ ମହାନ୍ତ ନାମକ...

ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ: ପିସିସି ନିଷ୍ପତ୍ତି ପ୍ରତିବାଦରେ ୧୯ପଦାଧିକାରୀଙ୍କ ଦଳରୁ ଇସ୍ତଫା

ଦେବଗଡ଼,୧୪।୬,(ଶଶାଙ୍କ ଶେଖର ଝାଙ୍କର) :ପବିତ୍ର ରଜ ଅବସରରେ ସାରା ରାଜ୍ୟରେ ଉତ୍ସବର ମାହୋଲ ଥିବା ବେଳେ ଦେବଗଡ଼ ଜିଲା କଂଗ୍ରେସରେ ହଟଚମଟ ଦେଖାଦେଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ତରବରିଆ ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ ନିଷ୍ପତି ପ୍ରତିବାଦରେ ବୁଧବାର...

ଟ୍ରକ୍‌ ପଛରେ ଧକ୍କା ଦେଇ ଜଳିଗଲା ଟ୍ରକ୍‌: ଚାଳକ ଗୁରୁତର

ଦେବଗଡ଼,୧୩।୬(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦ ରଜାମୁଣ୍ଡା ନିକଟସ୍ଥ ତିୱାରୀ ଢାବା ସମ୍ମୁଖରେ ୪୯ ନମ୍ବର ଜାତୀୟ ରାଜପଥରେ ସୋମବାର ରାତିରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଧକ୍କାଦେଇ ଅନ୍ୟ ଏକ ଲୁହା ପଥର  ବୋଝେଇ ଟ୍ରକ୍‌ ଜଳିଯାଇଥିବା ଜଣାପଡିଛି । ଏଥିସହ...

ପୁଅର ଠେଙ୍ଗାମାଡ଼ରେ ବାପା ମୃତ, ମା’ ଗୁରୁତର

ଦେବଗଡ଼,୧୨ା୬(ଡି.ଏନ୍‌.ଏ.): ପୁଅର ଠେଙ୍ଗା ମାଡ଼ରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ଗୁରୁଚରଣ କିଷାନ(୫୦)। ରବିବାର ବିଳମ୍ବିତ ରାତିରେ ପୁଅ ତଥା...

ସେମ ହେମ୍ବ୍ରମନୂତନ ଜିଲା କଂଗ୍ରେସ ସଭାପତି ନିଯୁକ୍ତ

ଦେବଗଡ,୧୦।୬: ଦେବଗଡ ଜିଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ପୂର୍ବତନ ଜିଲା କଂଗ୍ରେସ ସଭାପତି ସେମ ହେମ୍ବ୍ରମ ନିଯୁକ୍ତ ହୋଇଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ପ୍ରସ୍ତାବ କ୍ରମେ ଅଖିଳ ଭାରତୀୟ କଂଗ୍ରେସ କମିଟି ହେମ୍ବ୍ରମଙ୍କୁ ଦେବଗଡ ଜିଲା...

ବିବାହ ବନ୍ଧନରେ ବାନ୍ଧିହେଲେ ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ

ଦେବଗଡ଼,୯ା୬(ଡି.ଏନ୍‌.ଏ.): ଦେବଗଡ଼ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ। ପରିବାର ଲୋକ ଏବଂ ଜ୍ଞାତିପରିଜନଙ୍କ ସମ୍ମୁଖରେ ସାତଜନ୍ମ ପାଇଁ ଜୀବନସାଥୀ ଭାବେ ଉଭୟେ ଉଭୟଙ୍କୁ ଆପଣାଇ ନେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri