କଟକ

ନାଁକୁ କଟକଣା ପାଳନ: କଣ୍ଟାପଡ଼ାରେ ଅସାଧୁ ବ୍ୟବସାୟୀଙ୍କ ଢାଲ ପାଲଟିଛି ପରିବା ଓ ଗ୍ରୋସରୀ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କଣ୍ଟାପଡା, ୧୮।୪(ଡି.ଏନ୍‌.ଏ.): କରୋନାର ଗୋଷ୍ଠୀ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଲକ୍‌ଡାଉନ୍‌ କଟକଣା ଲଗାଇଛନ୍ତି। ଏହି ସମୟରେ କେବଳ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲାଯିବ ବୋଲି ନିର୍ଦ୍ଦେଶ ରହିଛି। ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ପନିପରିବା,…

ଚୌଦ୍ୱାର ପୋଲିସ ପକ୍ଷରୁ ‘ଫାଇଟ୍‌ ଏଗ୍‌ନେଷ୍ଟ କୋଭିଡ୍‌-୧୯’ ପୁସ୍ତକ ବଣ୍ଟନ:  ଘରେ ରହି ଫୋନ୍‌ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ବରିଷ୍ଠ ନାଗରିକ

ଚୌଦ୍ୱାର,୧୮ା୪(ଡି.ଏନ୍‌.ଏ.): କରୋନା ଭଳି ଭୂତାଣୁରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଏବେ ଉଦ୍‌ବେଗ ସ୍ଥିତିରେ ଗତିକରୁଛି। ଏଥିରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭକରି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଭୂତାଣୁକୁ ରୋକିବା…

ଏସଆଇଙ୍କ ମଣିଷପଣିଆ: ବୃଦ୍ଧାଙ୍କୁ ବୁଝାଇସୁଝାଇ ଖୁଆଇଲେ

ମଣିଷପଣିଆ ଦେଖାଇବାକୁ ଟଙ୍କା, ପଇସା ଦରକାର ନାହିଁ । ଏହାକୁ ବିନା ମୂଲ୍ୟରେ ବି ଖର୍ଚ୍ଚ କରାଯାଇ ପାରେ । ଆଉ ଯିଏ ନିଜର ମଣିଷପଣିଆକୁ ଖୁସିରେ ଖର୍ଚ୍ଚ କରି ଶିଖିଛି, ସେ ହେଉଛି ପ୍ରକୃତ ମଣିଷ । ଅନ୍ୟକୁ ଟିକେ…

ଛାତିରୁ ଅଲଗା ହେଲା ମୁହଁ

କଟକ ଅଫିସ,୧୮ା୪: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଛି ଏକ ବିରଳ ଅସ୍ତ୍ରୋପଚାର। ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ବାଳିକାଙ୍କ ଛାତିରୁ ମୁହଁକୁ ଅଲଗା କରାଯାଇଛି। ବାଳିକା ଜଣଙ୍କ ଦୁର୍ଭାଗ୍ୟବଶତଃ ପୋଡ଼ି ହୋଇଯାଇଥିଲେ। ଯେଉଁଥିରେ ତାଙ୍କ…

ଗରିବଙ୍କୁ ରାଶନ ଦେବାକୁ ବିଧାୟକଙ୍କ ଦାବି

କଟକ ଅଫିସ୍‌,୧୮ା୪: କଟକ ମହାନଗର ନିଗମ ଅଞ୍ଚଳରେ ଅନେକ ଗରିବ ଖଟିଖିଆ, ଦିନମଜୁରିଆ, ଶ୍ରମିକ ମୂଲିଆ ରହିଛନ୍ତି, ଯେଉଁମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ରାଶନ କାର୍ଡ ଖଣ୍ଡିଏ ପାଇ ନାହାନ୍ତି। ଯାହାଫଳରେ ସେମାନେ…

କଏଦୀଙ୍କୁ କରୋନା ଭୟ: ମୁକୁଳିଲେ ୩୫ଶହ

କଟକ ଅଫିସ୍‌,୧୮ା୪: ରାଜ୍ୟରେ ଥିବା ଜେଲ୍‌ଗୁଡ଼ିକରେ ଅନ୍ତେବାସୀମାନେ କରୋନା ଭୂତାଣୁରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏଣୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ଜେଲ୍‌ଗୁଡ଼ିକର ସ୍ଥିତି ସମୀକ୍ଷାପରେ କଏଦୀଙ୍କୁ ମୁକୁଳାଇବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ…

ଚୌଦ୍ୱାରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର,୧୭।୪(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ତଥା ବରିଷ୍ଠ ଜନନାୟକ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ନିରାଡମ୍ବର ଭାବେ ଚୌଦ୍ୱାର ବିରୁପା ବ୍ୟାରେଜ ନିକଟରେ ପାଳିତ ହୋଇଯାଇଛି। ଏହି ଅବସରରେ ସାମାଜିକ ଦୁରତା ରକ୍ଷାକରି ଚୌଦ୍ୱାର ନଗର ବିଜେଡି ସଭାପତି ତଥା ପୁର୍ବତନ…

୧୧୮ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ

ଚୌଦ୍ୱାର,୧୭ା୪(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସହରାଞ୍ଚଳରେ ରହୁଥିବା ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ମଞ୍ଜୁର ହୋଇଥିବା ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ଥାନୀୟ କଳା ପ୍ରକାଶିନୀ କ୍ଲବ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା ଯୋଗଦେଇ…

କରୋନା ମୁକାବିଲା: ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲଟପୁର ପୋଲିସ

କଣ୍ଟାପଡ଼ା, ୧୭।୪(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ ପର୍ଯ୍ୟନ୍ତ ଦେଶସାରା ଲକ୍‌ଡାଉନ ଲାଗୁ କରିଛନ୍ତି। ଏହି ସମୟରେ ଜରୁରୀ କାମ ନ ଥିଲେ…

କୋହଳ ପରବର୍ତ୍ତୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ

କଟକ ଅଫିସ୍‌,୧୭ା୪: ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗୁରୁବାର ସେ ଏନେଇ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଯଥା ସମସ୍ତ ରେଞ୍ଜର ଆଇଜି, ଡିଆଇଜି, ଏସ୍‌ପିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।…

ସାନିଟାଇଜର ପ୍ରସ୍ତୁତ କଲା ଖ୍ରୀଷ୍ଟ କଲେଜ

କଟକ ଅଫିସ,୧୭ା୪: ଖ୍ରୀଷ୍ଟ କଲେଜ ପକ୍ଷରୁ ପ୍ରସ୍ତୁତ ହୋଇଛି ୫୦୦ ବୋତଲ ସାନିଟାଇଜର। ଏସବୁକୁ ଗୁରୁବାର କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ପ୍ରଦାନ କରାଯାଇଛି। ଡିସିପିଙ୍କ ଜରିଆରେ ସହରର ବିଭିନ୍ନ ଛକରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ଏହା ବଣ୍ଟାଯିବ ବୋଲି…

ଚୌଦ୍ୱାର କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ସ୍ଥିତି ପରଖିଲେ ବିଧାୟକ, ୧୦୮ ଆମ୍ବୁଲାନ୍ସ ସେବାର କଲେ ଉଦ୍‌ଘାଟନ

ଚୌଦ୍ୱାର,୧୬।୪(ଡି.ଏନ୍‌.ଏ):କରୋନା ଭତାଣୁର ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ଘରଠାରୁ ଦୂରରେ ରଖିବା ତଥା ସାମାଜିକ ଦୂରତା ଅବଲମ୍ବନ ନିମନ୍ତେ ଚୌଦ୍ୱାର ସହରର ଚୌଦ୍ୱାର ପୌରପାଳିକା ତରଫରୁ ଗାନ୍ଧିଛକ ଟାଉନହଲରେ କ୍ୱାରେନଟାଇନ କେନ୍ଦ୍ର କରାଯାଇଛିି। ବୁଧବାର ଚୌଦ୍ୱାର-କଟକ ବିଧାୟକ ଶୌଭିକ୍‌ ବିଶ୍ୱାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri