କଟକ

ପୋଲିସ କର୍ମଚାରୀଙ୍କୁ ୫୦ ଲକ୍ଷର ସହାୟତା ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଜଣାଇଲେ ଡିଜିପି

କଟକ ଅଫିସ୍‌, ୨୮।୪: କରୋନା ମୁକାବିଲାରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଏନେଇ ସୋମବାର ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ସରକାରଙ୍କ ଏହି…

ଗୀତ ମାଧ୍ୟମରେ କରୋନା ସଚେତନତା

କଟକ ଅଫିସ,୨୭ା୪: କରୋନା ମହାମାରୀ ପାଇଁ ସମଗ୍ର ବିଶ୍ୱ ଭୟଭୀତ। ଏପର୍ଯ୍ୟନ୍ତ ଏହାର ନିରାକରଣ ପାଇଁ ଟିକା କିମ୍ବା ଔଷଧ ବାହାରି ନ ଥିବାରୁ ସ୍ବଚ୍ଛତା, ସାମାଜିକ ଦୂରତା ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। ଏ ନେଇ ମଧ୍ୟ ବିଭିନ୍ନ…

ମାସ୍କ ନ ପିନ୍ଧି ୩ଶହ ଜଣ ଦେଲେ ଜରିମାନା

କଟକ ଅଫିସ,୨୭।୪: ଲକ୍‌ଡାଉନ ସମୟରେ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ କିଛି ବ୍ୟକ୍ତି ଏହି ନିୟମକୁ ମାନୁନାହାନ୍ତି। ଫଳରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ମଜୁରିଆଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିଲେ ଅରିନ୍ଦମ୍‌

କଟକ ଅଫିସ,୨୭ା୪: ଲକ୍‌ଡାଉନ ସମୟରେ ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମଜୁରିଆ ଶ୍ରେଣୀର ଲୋକେ। ସେମାନଙ୍କର ରୋଜଗାର ନ ଥିବାରୁ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଗଲାଣି। ଏମାନେ କେବଳ ସରକାରୀ କିମ୍ବା ସ୍ବେଚ୍ଛାସେବୀଙ୍କ ସହାୟତାକୁ ଚାହିଁ ବସୁଛନ୍ତି। କଟକରେ ୫ହଜାରରୁ ଅଧିକ…

ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ରଫିକ୍‌

କଟକ ଅଫିସ,୨୭ା୪: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ସୋମବାର ଶପଥ ଗ୍ରହଣ କରିଛନ୍ତି। ଲୋକସେବା ଭବନରେ ପୂର୍ବାହ୍ନ ୯ଟାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…

କ’ଣ ଖୋଲିବ, କ’ଣ ବନ୍ଦ ରହିବ: ସ୍ପଷ୍ଟ କଲା ସିଏମ୍‌ସି

କଟକ ଅଫିସ୍‌,୨୭।୪: ଲକ୍‌ଡାଉନ୍‌ ଯୋଗୁ କଟକ ସହରର ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଦୀର୍ଘ ଦିନ ହେଲା ବନ୍ଦ ରହିଛି। ତେବେ ଦୋକାନ ବଜାର ଖୋଲିବା ନେଇ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ପରେ ରାଜ୍ୟ ରାଜସ୍ବ ଓ…

ଆଧାର ବାଧ୍ୟତାମୂଳକ ନ କରିବାକୁ ଦାବି

କଟକ ଅଫିସ୍‌,୨୭।୪: ଲକ୍‌ଡାଉନ୍‌ ପରେ ପ୍ରବାସୀ ଶ୍ରମିକମାନେ ବହୁ ଅସୁବିଧାରେ ରହିଛନ୍ତି। ରହୁଥିବା ସ୍ଥାନରେ ସମସ୍ୟା ଦେଖାଦେବାରୁ ସେମାନେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ଓଡ଼ିଶା ସରକାର ମଧ୍ୟ ଏନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ନିୟମିତ ଆଲୋଚନା କରୁଛନ୍ତି । ତେବେ…

ଆଜି ଶପଥ ନେବେ ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌: ଲୋକସେବା ଭବନରେ ହେବ ଶପଥ ଉତ୍ସବ

କଟକ ଅଫିସ୍‌,୨୭।୪: ଓଡ଼ିଶା ହାଇକୋର୍ଟର ୩୧ତମ ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ସୋମବାର ଶପଥ ଗ୍ରହଣ କରିବେ। ଲୋକସେବା ଭବନ ରାଜ୍ୟ କନ୍‌ଭେନ୍‌ସନ୍‌ ହଲ୍‌ରେ ସକାଳ ୯ଟା ବେଳେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟପାଳ…

ସଟ୍‌ଡାଉନ୍‌ କାର୍ଯ୍ୟକାରୀ ସଫଳ, ୩ ଜିଲାବାସୀଙ୍କୁ ଧନ୍ୟବାଦ: ଡିଜିପି

କଟକ ଅଫିସ,୨୬।୪: କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ତିନୋଟି ଜିଲା ଯଥା ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାରେ ଘୋଷଣା କରାଯାଇଥିଲା। ରବିବାର ସକାଳ ଏହା ଶେଷ ହୋଇଛି। ତେବେ ୬୦ ଘଣ୍ଟିଆ ସର୍ଟଡାଉନ୍‌ କାର୍ଯ୍ୟକାରୀ କରିବାରେ ପୋଲିସ ସଫଳ…

ପୋଲିସ ଡିଜିଙ୍କ ସହ ଆଇଏମ୍‌ଏ ପ୍ରତିନିଧିଙ୍କ ଆଲୋଚନା: ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ୱ

କଟକ ଅଫିସ୍‌,୨୬।୪: କରୋନା ଭୂତାଣୁକୁ ମୁକାବିଲା କରିବାରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ପ୍ରମୁଖ ଭୂମିକା ନେଉଛନ୍ତି। ହେଲେ ରାଜ୍ୟର ଅନେକ ସ୍ଥାନରେ ସେମାନେ ଅସଦାଚରଣ ଏବଂ ଆକ୍ରମଣର ଶିକାର ହେଉଛନ୍ତି। ଏନେଇ ଭାରତୀୟ ମେଡିକାଲ୍‌ ସଂଘ(ଆଇଏମ୍‌ଏ)ପ୍ରତିନିଧିମାନେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ…

କରୋନା: ଅରେଞ୍ଜ ଜୋନ୍‌ରେ କଟକ

କଟକ ଅଫିସ୍‌,୨୬।୪-କରୋନା ସଂକ୍ରମଣ ଅନୁଯାୟୀ ଅଞ୍ଚଳଗୁଡ଼ିକୁ ବିଭିନ୍ନ ରଙ୍ଗରେ ଭାଗ କରାଯାଇଛି। ସେଗୁଡ଼ିକ ହେଲା ରେଡ୍‌, ଅରେଞ୍ଜ ଏବଂ ଗ୍ରୀନ୍‌। ଏଥିରୁ କଟକ ଅରେଞ୍ଜ ଜୋନ୍‌ରେ ଥିବା ନେଇ ଶନିବାର ପ୍ରକାଶ କରିଛି କଟକ ମହାନଗର ନିଗମ। ଏପ୍ରିଲ୍‌ ୩ରେ ସହରରେ…

ନୂତନ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ସ୍ଥିତି ପରଖିଲେ ଜିଲାପାଳ

ଚୌଦ୍ୱାର,୨୫ା୪(ଡି.ଏନ୍‌.ଏ.) : କଟକ ଜିଲା ଚୌଦ୍ୱାର ସହାରାଞ୍ଚଳରେ ଗାନ୍ଧିଛକସ୍ଥିତ ଟାଉନ୍‌ହଲରେ ୬୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ ସେଣ୍ଟର ଚାଲୁ ରହିଛି। ଆସନ୍ତା ମେ’ ୩ ତାରିଖ ଲକ୍‌ଡାଉନ ହଟିବା ପରେ ରାଜ୍ୟ ବାହାରୁ ବହୁ ଶ୍ରମିକ ନିଜ ଅଞ୍ଚଳକୁ ଫେରିବା ଅନୁମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri