ଗର୍ଭବତୀଙ୍କ ଆଣ୍ଟିଜେନ୍ ରିପୋର୍ଟ ପଜିଟିଭ୍
କଟକ ଅଫିସ,୯।୭: ଏସ୍ସିବିରେ ଆରମ୍ଭ ହୋଇଥିବା ଆଣ୍ଟିଜେନ୍ ଟେଷ୍ଟରେ ବୁଧବାର ଜଣେ ଗର୍ଭବତୀ ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ପ୍ରସବ ବେଳେ ତାଙ୍କର ମୃତ ଶିଶୁ ଜନ୍ମ ହୋଇଛି। ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପ୍ରସବକାଳୀନ ଅସ୍ତ୍ରୋପଚାରରେ ସାମିଲ…
ଶିଶୁ ଭବନରୁ ଆଉ ଜଣେ ଶିଶୁ କରୋନା ଆକ୍ରାନ୍ତ
କଟକ ଅଫିସ,୮।୭-କଟକ ଶିଶୁ ଭବନରେ ବୁଧବାର ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ୬ ବର୍ଷର ଶିଶୁ ପୁତ୍ର। ଗତକାଲି ଶିଶୁ ଭବନର ଆଇସୋଲେସନ ଓ୍ବାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ବାବ୍ ଟେଷ୍ଟ…
କାଠଯୋଡିରୁ ଉଦ୍ଧାର ହେଲେ ମା’ ଝିଅ
କଟକ ଅଫିସ, ୮।୭-କଟକ ତ୍ରିଶୁଳିଆ ନିକଟସ୍ଥ ସୁଭାସ ଚନ୍ଦ୍ର ବୋଷ ବ୍ରିଜ୍ରୁ ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଆମତ୍ହତ୍ୟା ଉଦ୍ୟମ କରିଥିବା ୨ଜଣଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ନଦୀରୁ ଉଦ୍ଧାର ହୋଇଥିବା ୨ଜଣ ସମ୍ପର୍କରେ ମା’ ଓ…
କାଠଯୋଡି ନଦୀକୁ ଡେଇଁଲେ ମା’ ଝିଅ
କଟକ ଅଫିସ, ୮।୭-କଟକ ତ୍ରିଶୁଳିଆ ବ୍ରିଜରୁ କାଠଯୋଡି ନଦୀକୁ ବୁଧବାର ମା ଓ ଝିଅ ଡେଇଁପଡିଛନ୍ତି। ବ୍ରିଜ ଉପରେ ଗାଡି ଥୋଇ ଉଭୟେ ନଦୀକୁ ଡେଇଁ ପଡିଥିବା ସୂଚନା ମିଳିଛି। ଖବରପାଇ ଅଗ୍ନିଶମ କର୍ମଚାରୀ, ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ…
ଡ୍ୟୁଟିରେ ଥିଲେ ନର୍ସ: ଛୁରୀ ଭୁଷି ହତ୍ୟାକଲେ ସ୍ବାମୀ
କଟକ ଅଫିସ,୮।୭- କଟକ ଜିଲା ନିଆଳିରେ ଜଣେ ନର୍ସ ତାଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଥିବା ସମୟରେତାଙ୍କୁ ହତ୍ୟା କରାଯାଇଛି। ନର୍ସଙ୍କ ସ୍ବାମୀ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ନିଆଳି ଅଞ୍ଚଳରେ ଥିବା ମହିଧରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍ସି)…
କଟକବାସୀଙ୍କୁ ଡରାଇଲାଣି କରୋନା: ୨୦୦ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
କଟକ ଅଫିସ,୮।୭- କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର କରିଛି। ବୁଧବାର ଏହି ସଂଖ୍ୟା ୨୦୨ରେ ପହଞ୍ଚିଛି। ମଙ୍ଗଳବାର ସହରରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍ସିବି ମେଡ଼ିକାଲର ଆଇସୋଲେସନ ୱାର୍ଡରୁ ଦୁଇଜଣ ଚିହ୍ନଟ ହୋଇଥିବା ବେଳେ କ୍ୟାନ୍ସର…
ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ପଜିଟିଭ୍: ୪୫ ଘଣ୍ଟା ଗୋବିନ୍ଦପୁର ପଞ୍ଚାୟତ ଶଟ୍ଡାଉନ
କଣ୍ଟାପଡା,୮।୭(ଡି.ଏନ୍.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ବ୍ଲକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଅମାନିଆଙ୍କୁ ସାବାଡ କରିବାପାଇଁ ଗୋବିନ୍ଦପୁର ସରପଞ୍ଚ ଲଲାଟେନ୍ଦୁ ପ୍ରାସଦ ଦାସ ବୁଧବାର ସନ୍ଧ୍ୟାରୁ…
ସାଲେପୁର ବିଧାୟକ କରୋନା ପଜିଟିଭ
ଭୁବନେଶ୍ୱର, ୮।୭(ବ୍ୟୁରୋ): ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହ ତାଙ୍କ ଡ୍ରାଇଭର ଏବଂ ପିଏସ୍ଓ ମଧ୍ୟ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ କୋଭିଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଧାୟକ କରୋନା…
କଟକ: ଆଉ ଦୁଇଦିନ ବଢ଼ିଲା ଶଟ୍ଡାଉନ ଅବଧି
କଟକ ଅଫିସ,୭ା୭- କଟକ ସହରରେ ଜାରି ହୋଇଥିବା ଶଟ୍ଡାଉନ ଅବଧିକୁ ବୃଦ୍ଧି କରିଛି ସିଏମ୍ସି। ପୂର୍ବରୁ ବୁଧବାର ମଧ୍ୟରାତ୍ରି ଯାଏ ଶଟ୍ଡାଉନ ଘୋଷଣା କରାଯାଇଥିବା ବେଳେ ତାହାକୁ ଏବେ ଶୁକ୍ରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଯୋଗୁ ଏଭଳି…
ଟ୍ରିବ୍ୟୁନାଲ ତୁରନ୍ତ କାର୍ଯ୍ୟକ୍ଷମ କର
କଟକ ଅଫିସ,୭।୭: ଗଠନର ପ୍ରାୟ ଦେଢ଼ ବର୍ଷ ପରେ ମଧ୍ୟ ଅକାମୀ ହୋଇ ପଡ଼ିଛି ଓଡ଼ିଶା ରିୟଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ୍ (ଓଆର୍ଇଏଟି)। ଏଯାବତ୍ ଗୃହ ଏବଂ ଜମିର କ୍ରେତା ଓ ବିକ୍ରେତାଙ୍କ ଗୋଟିଏ ବି ଅଭିଯୋଗର ଶୁଣାଣି କି ଫଇସଲା…
ନନ୍ଦନକାନନରେ ଜଳହସ୍ତୀ ଶାବକ ଜନ୍ମ: କୁମାରଖୁଣ୍ଟିରେ ଶଙ୍କର ଅସୁସ୍ଥ
ବାରଙ୍ଗ,୭।୭(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୬୨ ନଂ. ଏନକ୍ଲୋଜରରେ ରହୁଥିବା ଜଳହସ୍ତୀର ସୋମବାର ଏକ ଶାବକ ଜନ୍ମ ଦେଇଛି। ଶାବକ ଜନ୍ମ ଦେବା ପରେ ମା ଓ ଛୁଆ ସୁସ୍ଥ ଥିବା ଜଣାପଡିଛି। ଏବେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫ରେ…
କଟକରୁ ୩ ପଜିଟିଭ ଚିହ୍ନଟ: ଅଛନ୍ତି ୨ କ୍ୱାରାଣ୍ଟାଇନ, ୧ ସ୍ଥାନୀୟ ଅଞ୍ଚଳର
କଟକ ଅଫିସ, ୬।୭: କଟକ ସହରରୁ ସୋମବାର ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ କ୍ୱାରାଣ୍ଟାଇନରେ ଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ମାଣିକଘୋଷ ବଜାରରୁ ଜଣେ ୫୯ ବର୍ଷୀୟ ବ୍ୟକ୍ତି ଚିହ୍ନଟ…
Archives


