ଭଦ୍ରକ

୪ ଶହ ବର୍ଷରେ କଲ୍ୟାଣୀନଗରୀ ଦୁର୍ଗାପୂଜା

ଧାମନଗର, ୫।୧୦ (ଡି.ଏନ.ଏ.) – ରଙ୍ଗିନ ଆଲୋକମାଳାରେ ଝଲସିଲାଣି ପୂଜା ମଣ୍ଡପ। ମଣ୍ଡପରେ ମା’ଙ୍କୁ ଆରାଧନା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଶାରଦୀୟ ଦୁର୍ଗାପୂଜା ପାଇଁ ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ବ୍ଲକର ସର୍ବପୁରାତନ କଲ୍ୟାଣୀ ନଗରୀ…

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ୍‌

ଭଦ୍ରକ ଅଫିସ, ୫।୧୦ – ଭଦ୍ରକ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଅଦାଲତର ବିଚାରପତି ପ୍ରଣତି ସାହା ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ମିରମହଲା ଅଞ୍ଚଳର ଶେଖ୍‌ ଇକ୍‌ବାଲଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଣି…

ଗ୍ରାହକଙ୍କ ଜମାଖାତାରୁ ୬୬,୮୧୩ ଟଙ୍କା ଗାଏବ

ବନ୍ତ, ୪।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କର ୬୬ ହଜାର ୮୧୩ ଟଙ୍କା ଉଭାନ ହେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଗ୍ରାହକ ହେଲେ ଟିଲୋ…

ଫନୀ ସହାୟତାରୁ ବଞ୍ଚିତ ଚାଷୀ ଘେରିଲେ ତହସିଲ କାର୍ଯ୍ୟାଳୟ

ତିହିଡ଼ି,୪।୧୦(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କାଁପଡ଼ା ପଞ୍ଚାୟତର ଚାଷୀମାନେ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଫନୀ ସହାୟତାରୁ ବଞ୍ଚିତ ହୋଇଥିବାରୁ ସେମାନେ ଏହି ପଦକ୍ଷେପ ନେବା ସହ ତହସିଲଦାରଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। କ୍ଷତିଗ୍ରସ୍ତ…

କଳା ସଂଘର୍ଷ ନୁହେଁ, ଜୀବନ

ଧାମନଗର,୪।୧୦(ଡି.ଏନ.ଏ.)-ଆଞ୍ଚଳିକ ଲୋକକଳା ଆଜିି ବି ଗ୍ରାମାଞ୍ଚଳରେ ଜିଇ ରହିଛି। ଅନେକ ଗ୍ରାମୀଣ ପ୍ରତିଭା ରହିଛନ୍ତି। ବିଭିନ୍ନ ଲୋକକଳାକୁ ଲୋକଲୋଚନକୁ ଆଣିବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଦର ଭାବନା ସୃଷ୍ଟି ଲାଗି ଗ୍ରାମାଞ୍ଚଳରେ ସଙ୍ଗୀତ ଶିକ୍ଷା ପ୍ରସାର ଲକ୍ଷ୍ୟରେ ସଂସ୍କୃତି ଗବେଷକ, ତବଲା…

ବିଏସ୍‌ଏନ୍‌ଏଲ୍‌ ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଭଦ୍ରକ ଅଫିସ, ୩।୧୦- ବିଏସ୍‌ଏନ୍‌ଏଲ୍‌ ଭଦ୍ରକ ଶାଖା ଅଧୀନରେ କାର୍ଯ୍ୟରତ ପ୍ରାୟ ୫୦ ଠିକା କର୍ମଚାରୀ ଗତ ୧ ତାରିଖଠାରୁ ଆରମ୍ଭ କରିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ସେମାନେ ବନ୍ତ ଛକ ନିକଟସ୍ଥ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନଙ୍କୁ…

ମେଲାଣି ନେଲେ ଟୋକା ଗଣେଶ

ଭଦ୍ରକ ଅଫିସ, ୩।୧୦ – ଭଦ୍ରକରେ କ୍ରମାନ୍ବୟରେ ବୁଢା, ଛୁଆ, କାଞ୍ଚନ ଓ ପିଲା ଗଣେଶଙ୍କ ଭସାଣି ସରିଥିବା ବେଳେ ବୁଧବାର ସନ୍ଧ୍ୟାରେ ଟୋକା ଗଣେଶ ବିଦାୟ ନେଇଛନ୍ତି। ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ସ୍ଥାୟୀ ମଣ୍ଡପରୁ ସ୍ବତନ୍ତ୍ର ରୋଶଣି…

ବଦଳୁନି ଭିତ୍ତିଭୂମି: ଗୋଟିଏ ଗୃହରେ ୫ଶ୍ରେଣୀ

ପଦ୍ମପୁର, ୩।୧୦(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତର କଲ୍ୟାଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ କୋଠରିରେ ୫ ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢାଯାଉଛି। ବାରମ୍ବାର ଦାବି କରାଯିବା ସତ୍ତ୍ୱେ ଭିତ୍ତିଭୂମିର ବିକାଶ ହେଉ ନାହିଁ।…

ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ବାନ

ତିହିଡ଼ି,୨।୧୦(ଡି.ଏନ୍‌.ଏ.) : ଭଦ୍ରକ ଜିଲା ତିହିଡି ବ୍ଲକର କଳିଙ୍ଗ କଳାକାର ସଂଘ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ତିହିଡିସ୍ଥିତ କଲ୍ୟାଣମଣ୍ତପରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ସଂଘର ସଭାପତି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ ପୌରୋହିତ୍ୟ…

ଗାନ୍ଧୀ ଜୟନ୍ତୀ: ପ୍ଲାଷ୍ଟିକ୍‌ ବର୍ଜନ ନେଇ ଶୋଭାଯାତ୍ରା

ବନ୍ତ,୨।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନେ ପ୍ଲାଷ୍ଟିକ ବର୍ଜନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ। ଡିସ୍‌ର ସମ୍ପାଦିକା ସ୍ମୃତିରେଖା ମହାନ୍ତି…

ଜିଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ଜୟନ୍ତୀ: ସ୍ବାଧୀନତା ସଂଗ୍ରାମୀ ପୁରସ୍କୃତ

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଜିଲାପାଳ ଜ୍ଞାନରଞ୍ଜନ ଦାସ, ବିଧାୟକ ସଞ୍ଜୀବ ମଲିକ, ସ୍ବାଧୀନତା ସଂଗ୍ରାମୀ…

ସଖୀ କେନ୍ଦ୍ର ଉଦ୍‌ଘାଟିତ: ନିର୍ଯାତିତା ମହିଳା, ଯୁବତୀଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ବୁଧବାର ସଖୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ନିର୍ଯାତିତା ମହିଳା ଓ ଯୁବତୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଫେଲୋଶିପ୍‌ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri