୨୮,୯୭୬ ପିଲାଙ୍କୁ ଦିଆଯିବ ଜାପାନୀ ଜ୍ୱର ଟୀକା
ଭଣ୍ଡାରିପୋଖରୀ, ୨୪।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମର ଜଣେ କଲେଜ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପରେ…
ଲଗାଣ ବର୍ଷା: ସ୍କୁଲ ଓ ଅଙ୍ଗନବାଡି ଛୁଟି
ଭଦ୍ରକ ଅଫିସ,୨୪।୧୦: ରାଜ୍ୟରେ ଲାଗାଣ ବର୍ଷI ଯୋଗୁ ଗୁରୁବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି I
କାଳୀପୂଜା ପାଇଁ ବାସୁଦେବପୁର ଚଳଚଞ୍ଚଳ
ବାସୁଦେବପୁର, ୨୪।୧୦(ଡି.ଏନ.ଏ.)- ପ୍ରସିଦ୍ଧ କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବାସୁଦେବପୁର ସହର। ନିଜ ନିଜର ମଣ୍ଡପକୁ ଆକର୍ଷଣୀୟ କରିବା ଲାଗି ବିଭିନ୍ନ ପୂଜା କମିଟି ଲାଗିପଡ଼ିଛନ୍ତି। ଜିଲା ଓ ରାଜ୍ୟରେ ବାସୁଦେବପୁର କାଳୀପୂଜାର ଯଥେଷ୍ଟ ଗୁରୁତ୍ୱ ରହିଥିବା ବେଳେ ଏହା ଏବେ…
ପରମ୍ପରାକୁ ଫିକା ପକାଉଛି କାଉଁରିଆ କାଠିର ଅଭାବ
ଆରଡ଼ି, ୨୪।୧୦ (ଡି.ଏନ୍.ଏ.)-ଦୀପାବଳି ଦିନ ସବୁ ଘରେ କାଉଁରିଆ କାଠି ଆବଶ୍ୟକ ପଡ଼ିଥାଏ। ରାତିରେ ଗଁ।ଦାଣ୍ଡରେ ପୂର୍ବପୁରୁଷଙ୍କୁ ପିଣ୍ଡ ଦେବା ପରେ ଏହାକୁ ଜାଳି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ବଡ଼ବଡ଼ିଆଙ୍କୁ ଡାକିଥାନ୍ତି। ଏହି କାଉଁରିଆ କାଠି ହେଉଛି ପିତୃପୁରୁଷଙ୍କୁ ଆହ୍ବାନ କରିବାର…
ଓମ୍ଫେଡ୍ ପାର୍ଲରରୁ ୪୦ ହଜାର ଚୋରି
ଭଦ୍ରକ ଅଫିସ, ୨୩।୧୦: ଭଦ୍ରକ ଟାଉନ ଥାନା ରାଜଘାଟ ଛକ ନିକଟସ୍ଥ ସୀତାରାମ କମ୍ପ୍ଲେକ୍ସଠାରେ ଥିବା ଓମ୍ଫେଡ୍ ପାର୍ଲରରୁ ୪୦ ହଜାର ଟଙ୍କା ଚୋରି ହୋଇଛି। ଏ ନେଇ ପାର୍ଲର ମାଲିକ କମଳା ସାହୁ ଟାଉନ ଥାନାରେ ଏତଲା ଦାଏର କରିବା…
ବ୍ୟବସାୟୀଙ୍କ ବାଇକ୍ ଡିକି ଭାଙ୍ଗି ଲୁଟ୍: ସୁନାରୂପା ଗହଣା ସହ ୧୮ ହଜାର ନେଇଗଲେ ଲୁଟେରା, ପୋଲିସର ତଦନ୍ତ ଆରମ୍ଭ
ଭଣ୍ଡାରିପୋଖରୀ,୨୩।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ବାରିକପୁର ବଜାର ରାସ୍ତାରେ ଜଣେ ବ୍ୟବସାୟୀଙ୍କଠାରୁ ସୋମବାର ରାତିରେ ଲୁଟ ହୋଇଛି। ବ୍ୟବସାୟୀ ପ୍ରଫୁଲ୍ଲ ସାହୁ ନିଜର ସୁନା ଦୋକାନ…
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଧାମନଗର,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ବନ୍ଧଟିଆ ଗ୍ରାମର ରବିନ୍ଦ୍ର ବେହେରା(୨୨)ଙ୍କର ମୃତଦେହ ନିକଟସ୍ଥ ପୋଖରୀରୁ ବୁଧବାର ସକାଳେ ଉଦ୍ଧାର ହୋଇଛି। ମଙ୍ଗଳବାର ରାତିରୁ ରବିନ୍ଦ୍ର ନିଖୋଜ ଥିଲେ। ବୁଧବାର ମୃତଦେହ ଉଦ୍ଧାର ହୋଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
୧୮ଦଫା ଦାବି ନେଇ ଚାଷୀଙ୍କ ବିକ୍ଷୋଭ
ବାସୁଦେବପୁର, ୨୨ା୧୦(ଡି.ଏନ୍.ଏ.)- ଅଖିଳ ଭାରତ କୃଷକ ସଭା ବାସୁଦେବପୁର ଶାଖା ପକ୍ଷରୁ ମଙ୍ଗଳବାର ଚାଷୀଙ୍କ ୧୮ ଦଫା ଦାବି ପୂରଣ ଲାଗି ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସଭା କରାଯାଇଥିଲା। ଚାଷୀ, ମୂଲିଆ, ଗ୍ରାମ୍ୟ କାରିଗରଙ୍କୁ ୬୦ ବର୍ଷରେ ୩ ହଜାର…
ଗୁରୁତ୍ୱ ହରାଇଛି ଦୋଳସାହି ହାଟ, ପଡ଼ିଆ ଫାଙ୍କା
ତିହିଡ଼ି,୨୨ା୧୦(ଡି.ଏନ.ଏ.)-ଏକଦା ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଦୋଳସାହି ଗୋରୁହାଟ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲା। ପ୍ରତି ମଙ୍ଗଳବାର ହାଟପାଳିରେ ରାତି ପର୍ଯ୍ୟନ୍ତ ଗହଳଚହଳ ଲାଗି ରହୁଥିଲା। ଗୋରୁ ବେପାରୀ ଓ ଗୋପାଳକଙ୍କ ସମେତ ବ୍ୟବସାୟିକ ଭିତ୍ତିଭୂମି ନେଇ ଏହି ହାଟ…
ଜାପାନୀ ଜ୍ୱର ଭୟ: ମଢିଆଳି ଗାଁରେ ପହଞ୍ଚିଲେ ଚିକିତ୍ସକ ଦଳ
ଭଣ୍ଡାରିପୋଖରୀ, ୨୨ା୧୦(ଡି.ଏନ୍.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ-ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମରେ ଜଣେ ୧୭ ବର୍ଷର କଲେଜ ପଢୁଆ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ରଖି ଚିକତ୍ସା କରାଯାଉଛି।…
ପୁଅର ଶାବଳ ମାଡ଼ରେ ବାପା, ଭାଇବୋହୂ ଗୁରୁତର
ଭଦ୍ରକ ଅଫିସ,୨୨।୧୦: ଭଦ୍ରକ ଜିଲା ଧୂଷୁରୀ ଥାନା ଅସୁରାଳି ହଂସପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଶାବଳ ମାଡ଼ରେ ବାପା ଓ ଭାଇବୋହୂ ଗୁରୁତର ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମର ବୃନ୍ଦାବନ କବି ଏବଂ ତାଙ୍କ…
ରେଳ ଲାଇନ୍ରେ କଟି ବୃଦ୍ଧା ମୃତ
ଭଦ୍ରକ ଅଫିସ,୨୨।୧୦: ଭଦ୍ରକ- ଧାମରା ରେଳ ଲାଇନ୍ ତିହିଡ଼ିଠାରେ ମାଲବାହୀ ଟ୍ରେନରେ କଟି ମଙ୍ଗଳବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ତିହିଡ଼ି ଥାନା ଅଧୀନ ଫତେପୁର ପଞ୍ଚାୟତ ବିଭୂତିପୁର ଗାଁର ବିଭୂତି ରାଉତ ବୋଲି ଜଣାପଡିଛି। ବିଭୂତି ଆତ୍ମହତ୍ୟା…
Archives


