Posted inଭଦ୍ରକ

କାଳୀପୂଜା ପାଇଁ ବାସୁଦେବପୁର ଚଳଚଞ୍ଚଳ

ବାସୁଦେବପୁର, ୨୪।୧୦(ଡି.ଏନ.ଏ.)- ପ୍ରସିଦ୍ଧ କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବାସୁଦେବପୁର ସହର। ନିଜ ନିଜର ମଣ୍ଡପକୁ ଆକର୍ଷଣୀୟ କରିବା ଲାଗି ବିଭିନ୍ନ ପୂଜା କମିଟି ଲାଗିପଡ଼ିଛନ୍ତି। ଜିଲା ଓ ରାଜ୍ୟରେ ବାସୁଦେବପୁର କାଳୀପୂଜାର ଯଥେଷ୍ଟ ଗୁରୁତ୍ୱ ରହିଥିବା ବେଳେ ଏହା ଏବେ ସାଂସ୍କୃତିକ ମହୋତ୍ସବରେ ପରିଣତ ହୋଇଛି। ସହରରେ ୪ଟି ଆମ କାଳୀ, ବ୍ଲକରୋଡ୍‌, ହାଇସ୍କୁଲ ରୋଡ୍‌ ଓ କଚେରି ବଜାର ମଣ୍ଡପରେ ମା’ଙ୍କୁ ପୂଜାର୍ଚ୍ଚନା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।
ଉଲ୍ଲେଖନୀୟ ଯେ, ୧୯୪୪ ମସିହା ବେଳକୁ ତତ୍କାଳୀନ ସମୟର ଆଗଧାଡ଼ିର ବ୍ୟକ୍ତିବିଶେଷ ସହର ମଧ୍ୟରେ ପାଲି ଖେଳୁଥିବା ବେଳେ ଏହି କାଳୀପୂଜା ପାଇଁ ପରିକଳ୍ପନା କରିଥିଲେ। ଏକ ଝାଟିମାଟି ଚାଳଘରେ ପ୍ରଥମେ କାଳୀପୂଜା ଆରମ୍ଭ ହୋଇଥିଲା। ସେତେବେଳେ ଏହା ଥାନାହାଟକାଳୀ ଭାବେ ପରିଚିତ ହୋଇଥିଲା। ପରବର୍ତ୍ତୀ ସମୟରେ ଲୋକେ ଘଟଣାକ୍ରମରେ ବୁଢୀକାଳୀ ଆଖ୍ୟା ଦେଇଥିଲେ। ଗତ ୪/୫ ବର୍ଷ ପୂର୍ବେ ଏହାର ନାମ ଆମ କାଳୀ ବୋଲି ରଖାଯାଇଛି ଓ ଏହାର ପରିଚାଳନା ଦାୟିତ୍ୱ ଆମକାଳୀ କମିଟି ହାତରେ ନ୍ୟସ୍ତ ଅଛି। ଏହି କାଳୀପୂଜାର ପୂଜାବିଧି ନିଆରା ଥିବାବେଳେ ବାସୁଦେବପୁର ଥାନାରୁ ପ୍ରଥମ ଭୋଗ ପୂଜା ଦିନ ଥାନା ପକ୍ଷରୁ ପୂର୍ବବିଧି ଅନୁସାରେ ଅର୍ପଣ କରାଯାଇଥାଏ।
ଚଳିତବର୍ଷ ଏହି କାଳୀପୂଜାକୁ ୭୫ବର୍ଷ ଛୁଇଁଥିବାରୁ କମିଟି ହୀରକ ଜୟନ୍ତୀ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛି। ମା’ କାଳୀଙ୍କର ସ୍ବତନ୍ତ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ ପୂଜା କମିଟି ମା’ କାଳୀଙ୍କର ଏକ ସ୍ମରଣିକା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରାପଡ଼ା ଅଞ୍ଚଳର ଅଭିଜ୍ଞ ଶିଳ୍ପୀମାନେ ମା’ଙ୍କ ଆକର୍ଷଣୀୟ ମୂର୍ତ୍ତି ଓ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଆଙ୍କିବାରେ ନିମଗ୍ନ ରହୁଛନ୍ତି। ଚଳିତବର୍ଷ ଏହି ପୂଜା ମଣ୍ଡପରେ ପୌରାଣିକ ଉପାଖ୍ୟାନ ରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଜ୍ଞରେ ବୁଲାଯାଉଥିବା ଘୋଡ଼ାକୁ ଲବକୁଶ ଅଟକାଇ ରଖିବା ଚିତ୍ରକଳ୍ପ ଆକର୍ଷଣ ସାଜିବ। ସେହିପରି ନିଳେନ୍ଦ୍ରୀହରଣ ପୌରାଣିକ ଉପାଖ୍ୟାନ ପରବର୍ତ୍ତୀ ସମୟରେ ତାରକାପୁର ବଧ ଚିତ୍ରକଳ୍ପ ମଧ୍ୟ ମଣ୍ଡପରେ ସ୍ଥାନ ପାଇଛି। ଏହା ସାଙ୍ଗକୁ ଆକର୍ଷଣୀୟ ତୋରଣ ମଧ୍ୟ ନିର୍ମାଣ ଚାଲିଛି। ଏହାଛଡ଼ା ସହର ମଧ୍ୟରେ ବ୍ଲକରୋଡ୍‌, ହାଇସ୍କୁଲ ରୋଡ୍‌ ଓ କଚେରି ବଜାର ପୂଜା କମିଟି ମା’ କାଳୀଙ୍କ ମୂର୍ତ୍ତି ସହ ସଚେତନତା ଚିତ୍ରକଳ୍ପ, ପୌରାଣିକ ଉପାଖ୍ୟାନ, ସୁନ୍ଦର ତୋରଣ, ଆକର୍ଷଣୀୟ ଆଲୋକସଜ୍ଜାରେ ଲାଗିପଡ଼ିଛନ୍ତି। ଏ ସମ୍ପର୍କରେ ଆମ କାଳୀପୂଜା କମିଟି ସଭାପତି କିଶୋର କୁମାର ମହାପାତ୍ର କହିଛନ୍ତି, ଏଠାରେ କାଳୀପୂଜା ଏକ ଭାଇଚାରାର ପର୍ବ ପାଲଟିଛି। ଚଳିତବର୍ଷ କମିଟି ୭୫ ବର୍ଷ ପାଳନ କରୁଥିବାରୁ ଏହା ବାସୁଦେବପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ...

ଗୁଲମକ୍କି ଦଳକୁ ଆସିବା ପରେ ଶକ୍ତିଶାଳୀ ହେଉଛି ବିଜେଡି

ଭୁବନେଶ୍ୱର,୧୦ା୪(ଅନିଲ ଦାସ):ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର...

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ

ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri