Posted inଭଦ୍ରକ

କାଳୀପୂଜା ପାଇଁ ବାସୁଦେବପୁର ଚଳଚଞ୍ଚଳ

ବାସୁଦେବପୁର, ୨୪।୧୦(ଡି.ଏନ.ଏ.)- ପ୍ରସିଦ୍ଧ କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବାସୁଦେବପୁର ସହର। ନିଜ ନିଜର ମଣ୍ଡପକୁ ଆକର୍ଷଣୀୟ କରିବା ଲାଗି ବିଭିନ୍ନ ପୂଜା କମିଟି ଲାଗିପଡ଼ିଛନ୍ତି। ଜିଲା ଓ ରାଜ୍ୟରେ ବାସୁଦେବପୁର କାଳୀପୂଜାର ଯଥେଷ୍ଟ ଗୁରୁତ୍ୱ ରହିଥିବା ବେଳେ ଏହା ଏବେ ସାଂସ୍କୃତିକ ମହୋତ୍ସବରେ ପରିଣତ ହୋଇଛି। ସହରରେ ୪ଟି ଆମ କାଳୀ, ବ୍ଲକରୋଡ୍‌, ହାଇସ୍କୁଲ ରୋଡ୍‌ ଓ କଚେରି ବଜାର ମଣ୍ଡପରେ ମା’ଙ୍କୁ ପୂଜାର୍ଚ୍ଚନା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।
ଉଲ୍ଲେଖନୀୟ ଯେ, ୧୯୪୪ ମସିହା ବେଳକୁ ତତ୍କାଳୀନ ସମୟର ଆଗଧାଡ଼ିର ବ୍ୟକ୍ତିବିଶେଷ ସହର ମଧ୍ୟରେ ପାଲି ଖେଳୁଥିବା ବେଳେ ଏହି କାଳୀପୂଜା ପାଇଁ ପରିକଳ୍ପନା କରିଥିଲେ। ଏକ ଝାଟିମାଟି ଚାଳଘରେ ପ୍ରଥମେ କାଳୀପୂଜା ଆରମ୍ଭ ହୋଇଥିଲା। ସେତେବେଳେ ଏହା ଥାନାହାଟକାଳୀ ଭାବେ ପରିଚିତ ହୋଇଥିଲା। ପରବର୍ତ୍ତୀ ସମୟରେ ଲୋକେ ଘଟଣାକ୍ରମରେ ବୁଢୀକାଳୀ ଆଖ୍ୟା ଦେଇଥିଲେ। ଗତ ୪/୫ ବର୍ଷ ପୂର୍ବେ ଏହାର ନାମ ଆମ କାଳୀ ବୋଲି ରଖାଯାଇଛି ଓ ଏହାର ପରିଚାଳନା ଦାୟିତ୍ୱ ଆମକାଳୀ କମିଟି ହାତରେ ନ୍ୟସ୍ତ ଅଛି। ଏହି କାଳୀପୂଜାର ପୂଜାବିଧି ନିଆରା ଥିବାବେଳେ ବାସୁଦେବପୁର ଥାନାରୁ ପ୍ରଥମ ଭୋଗ ପୂଜା ଦିନ ଥାନା ପକ୍ଷରୁ ପୂର୍ବବିଧି ଅନୁସାରେ ଅର୍ପଣ କରାଯାଇଥାଏ।
ଚଳିତବର୍ଷ ଏହି କାଳୀପୂଜାକୁ ୭୫ବର୍ଷ ଛୁଇଁଥିବାରୁ କମିଟି ହୀରକ ଜୟନ୍ତୀ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛି। ମା’ କାଳୀଙ୍କର ସ୍ବତନ୍ତ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ ପୂଜା କମିଟି ମା’ କାଳୀଙ୍କର ଏକ ସ୍ମରଣିକା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରାପଡ଼ା ଅଞ୍ଚଳର ଅଭିଜ୍ଞ ଶିଳ୍ପୀମାନେ ମା’ଙ୍କ ଆକର୍ଷଣୀୟ ମୂର୍ତ୍ତି ଓ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଆଙ୍କିବାରେ ନିମଗ୍ନ ରହୁଛନ୍ତି। ଚଳିତବର୍ଷ ଏହି ପୂଜା ମଣ୍ଡପରେ ପୌରାଣିକ ଉପାଖ୍ୟାନ ରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଜ୍ଞରେ ବୁଲାଯାଉଥିବା ଘୋଡ଼ାକୁ ଲବକୁଶ ଅଟକାଇ ରଖିବା ଚିତ୍ରକଳ୍ପ ଆକର୍ଷଣ ସାଜିବ। ସେହିପରି ନିଳେନ୍ଦ୍ରୀହରଣ ପୌରାଣିକ ଉପାଖ୍ୟାନ ପରବର୍ତ୍ତୀ ସମୟରେ ତାରକାପୁର ବଧ ଚିତ୍ରକଳ୍ପ ମଧ୍ୟ ମଣ୍ଡପରେ ସ୍ଥାନ ପାଇଛି। ଏହା ସାଙ୍ଗକୁ ଆକର୍ଷଣୀୟ ତୋରଣ ମଧ୍ୟ ନିର୍ମାଣ ଚାଲିଛି। ଏହାଛଡ଼ା ସହର ମଧ୍ୟରେ ବ୍ଲକରୋଡ୍‌, ହାଇସ୍କୁଲ ରୋଡ୍‌ ଓ କଚେରି ବଜାର ପୂଜା କମିଟି ମା’ କାଳୀଙ୍କ ମୂର୍ତ୍ତି ସହ ସଚେତନତା ଚିତ୍ରକଳ୍ପ, ପୌରାଣିକ ଉପାଖ୍ୟାନ, ସୁନ୍ଦର ତୋରଣ, ଆକର୍ଷଣୀୟ ଆଲୋକସଜ୍ଜାରେ ଲାଗିପଡ଼ିଛନ୍ତି। ଏ ସମ୍ପର୍କରେ ଆମ କାଳୀପୂଜା କମିଟି ସଭାପତି କିଶୋର କୁମାର ମହାପାତ୍ର କହିଛନ୍ତି, ଏଠାରେ କାଳୀପୂଜା ଏକ ଭାଇଚାରାର ପର୍ବ ପାଲଟିଛି। ଚଳିତବର୍ଷ କମିଟି ୭୫ ବର୍ଷ ପାଳନ କରୁଥିବାରୁ ଏହା ବାସୁଦେବପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri