ଜଳିଗଲା ୨ ବଖରା : ୭ ଗାଈ ଜୀବନ୍ତ ଦଗ୍ଧ
ପଦ୍ମପୁର,୨।୧୨(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଧୀନ ଗୋପବନ୍ଧୁନଗର ପଞ୍ଚାୟତର ଗଦି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାମଚନ୍ଦ୍ର ରାଉତ ଓ ଲକ୍ଷ୍ମଣ ରାଉତଙ୍କ ୨ ବଖରା ସମ୍ପୂର୍ଣ୍ଣ ଜଳିଯିବା ସହ ୭ଟି ଗାଈ ଜୀବନ୍ତ ଦଗ୍ଧ…
ଜମିପଟ୍ଟା ପାଇଁ ଶତାଧିକ ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ
ଭଦ୍ରକ ଅଫିସ,୨।୧୨- ସ୍ଥାୟୀ ଜମିପଟ୍ଟା, ବିଦ୍ୟୁତ୍ ସଂଯୋଗ ଓ ଗମନାଗମନ ପରି ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ସୋମବାର ଶତାଧିକ ଭୂମିହୀନ ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ସେମାନେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ…
ବୃକ୍ଷ ପ୍ରତି ସମର୍ପିତ ଅନିଲ
ଆରଡ଼ି, ୨।୧୨ (ଡି.ଏନ.ଏ.)- ଶିକ୍ଷକତା ବୃତ୍ତି ସତ୍ତ୍ୱେ ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟ ହାତକୁ ନେଇ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଅନିଲ କୁମାର ଦାସ(୫୦)। ସେ କହନ୍ତି, ବୃକ୍ଷ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ। ଗଛ ବଞ୍ଚିଲେ ଯାଇ ଆମ ପରିବେଶ…
ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନା ବାଟବଣା
ଭଦ୍ରକ ଅଫିସ, ୩।୧୨- ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟ କରୁଛି। ମାତ୍ର ତୃଣମୂଳ ସ୍ତରରେ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲା ସଦର ବ୍ଲକର…
ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମାରଣାସ୍ତ୍ରରେ ବାପା-ଝିଅଙ୍କୁ ଆକ୍ରମଣ
ଭଦ୍ରକ ଅଫିସ,୧।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବଗଡ଼ିଆ ଛକରେ ଶନିବାର ରାତିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଉଭୟ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସାଲାଗି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।…
କାଗଜକଲମରେ ସଚେତନତା କାର୍ଯ୍ୟକ୍ରମ: ଏଡ୍ସ ରୋଗୀଙ୍କ ସଂଖ୍ୟା ବଢୁଛି
ଭଦ୍ରକ ଅଫିସ, ୧।୧୨- ଭଦ୍ରକ ଜିଲାରେ ଏଡ୍ସ ନିରାକରଣ ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ଠିକ୍ ଭାବେ ରୂପାୟନ ହୋଇପାରୁ ନାହିଁ। ରୋଗୀଙ୍କ ଥଇଥାନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କାଗଜକଲମରେ ସୀମିତ…
ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବାଇକ୍ ରାଲି
ଭଦ୍ରକ ଅଫିସ, ୩୦।୧୧: ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଭିନ୍ନ ମହଲରୁ ଦାବି ଏବେ ଜୋର ଧରିଛି। ଜିଲାରେ ସମସ୍ତ ପ୍ରକାର ଭିତ୍ତିଭୂମି ଥିବାବେଳେ ସରକାର ଜିଲାବାସୀଙ୍କୁ ବାରମ୍ବାର ଅଣଦେଖା ସହ ପ୍ରତାରଣା କରିଆସିଛନ୍ତି। ଜିଲାର ସାମୂହିକ ବୃହତ୍ତର…
ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ପ୍ରତିବାଦ କଲେ ମହିଳା
ଭଦ୍ରକ ଅଫିସ,୩୦।୧୧: ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲା ଶାଖା ପକ୍ଷରୁ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ସରକାରଙ୍କ ବହୁଳ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତିକୁ ବଦଳାଇବା ଦାବିରେ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଜିଲାପାଳଙ୍କୁ ଏକ…
ଭଦ୍ରକ ଜିଲା ଚିକିତ୍ସାଳୟର ଏମ୍ସିଏଚ୍ ସମ୍ପ୍ରସାରଣ ହେବ
ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଭଦ୍ରକ ଜିଲା ଚିକିତ୍ସାଳୟରେ ଥିବା ଏମ୍ସିଏଚ୍କୁ ସମ୍ପ୍ରସାରଣ କରାଯାଇ ୧୦୦ ଶଯ୍ୟାବିଶିଷ୍ଟରେ ପରିଣତ କରାଯିବ। ହସ୍ପିଟାଲ୍ର ଚାରିପାଖେ ପାଚେରି ଓ ରାସ୍ତା ନିର୍ମାଣ ଲାଗି ୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ…
ପୋଲିସ ନେଲାନି ପଦକ୍ଷେପ: ଥାନା ସମ୍ମୁଖରେ ଧାରଣା ଦେଲେ ଦିବ୍ୟାଙ୍ଗ
ତିହିଡ଼ି,୨୯।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡି ଥାନା ସମ୍ମୁଖରେ ଶୁକ୍ରବାର ଜଣେ ଦିବ୍ୟାଙ୍ଗ ଧାରଣା ଦେଇଛନ୍ତି। ସେ ହେଲେ ବାରୋ ପଞ୍ଚାୟତ ଅଧୀନ ରାଧାନଗର ଗ୍ରାମର ଅଜୟ କୁମାର ଦାସ। ଗତ ୧୪ ତାରିଖରେ ଅଜୟଙ୍କୁ ଗ୍ରାମର କେତେକ ବ୍ୟକ୍ତି ଗାଳିଗୁଲଜ କରିବା…
ଭୁଲ୍ ଇଞ୍ଜେକ୍ସନ୍ ନେଲା ଛାତ୍ରଙ୍କ ଜୀବନ: ପରିବାର ଲୋକେ ଆଣିଲେ ଅଭିଯୋଗ
ଭଦ୍ରକ ଅଫିସ,୨୯।୧୧: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧିନସ୍ଥ ଘଣ୍ଟେଶ୍ୱରୀ ଗାଁର ସପ୍ତମ ଶ୍ରେଣୀ ଛାତ୍ର ସୁରେଶ କୁମାର ବାରିକଙ୍କ ଗୁରୁବାର ଅପରାହ୍ନରେ ଭଦ୍ରକ ମେଡିକାଲରେ ମୃତ୍ୟୁ ଘଟିଥିଲା। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁଲ…
ତେନ୍ତୁଲିଡିହୀ ପଞ୍ଚାୟତ ଉପନିର୍ବାଚନ: ପ୍ରତାପ ବିଶ୍ୱାଳ ବିଜୟୀ
ଚାନ୍ଦବାଲି,୨୮।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହୀ ପଞ୍ଚାୟତ ଉପନିର୍ବାଚନରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରତାପ କୁମାର ବିଶ୍ୱାଳ ୪୨୪ ଭୋଟରେ ନିଜର ପ୍ରତଦ୍ୱନ୍ଦୀ ତପସ୍ବିନୀ ରାୟଙ୍କଠାରୁ ବିଜୟୀ ହୋଇଥିବା ସୂଚନା ମିଳିଛି। ବୁଧବାର ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।…
Archives


