ବାଇକ୍ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ବାସୁଦେବପୁର,୨୦।୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବୁର ନୀଳମଣି ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଏକ ବାଇକ୍ ଡିକି ଭାଙ୍ଗି ଦୁର୍ବୃତ୍ତ ୧ଲକ୍ଷ ୯୯ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସାନ କୃଷ୍ଣପୁର ଗ୍ରାମର ତାପସ ଦାସ ମଧ୍ୟାହ୍ନରେ ବ୍ୟାଙ୍କରୁ ଟଙ୍କା…
ସିମେଣ୍ଟ ଗୋଦାମରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ବନ୍ତ,୨୦।୧(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ବଜାରରେ ଥିବା ଏକ ସିମେଣ୍ଟ ଗୋଦାମରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟଛି। ଏଥିରେ ୧ ହଜାରରୁ ଊର୍ଦ୍ଧ୍ୱ ସିମେଣ୍ଟ ବସ୍ତା ପୋଡିଯାଇଛି। ଖବରପାଇ ଆଗରପଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।…
ପୋଖରୀରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ
ଭଦ୍ରକ ଅଫିସ, ୧୯।୧- ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ରବିବାର ରମ୍ଭିଳା ଗ୍ରାମର ଜଣେ ନାବାଳିକାଙ୍କ ମୃତଦେହ ଚରମ୍ପା ରେଲୱେ ଲାଇନକଡ଼ ଏକ ପୋଖରୀରୁ ଉଦ୍ଧାର କରିଛି। ମୃତା ନାବାଳିକା ଗ୍ରାମର ଶ୍ୟାମସୁନ୍ଦର ବିହାରୀଙ୍କ ଝିଅ ଲିଜାରାଣୀ(୧୫) ବୋଲି ଜଣାପଡ଼ିଛି। ସେ…
ଧୁଷୂରୀ ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ପରଲୋକ
ଧାମନଗର,୧୯।୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଜୟ ଦାସଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଶୁକ୍ରବାର ସନ୍ଧ୍ୟାରେ ଅଜୟ ୟୁକୋ ବ୍ୟାଙ୍କରୁ ଫେରୁଥିବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର…
ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା
ତିହିଡ଼ି,୧୯।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ବଣ୍ଟନ ଦାୟିତ୍ୱରେ ଥିବା ରିଟେଲର ହିତାଧିକାରୀଙ୍କଠାରୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ନେଉଥିବା ଦର୍ଶାଯାଇଛି। ପଞ୍ଚାୟତର ହିତାଧିକାରୀମାନେ ଶନିବାର ଜିଲାପାଳ ଓ…
ଜଳିଗଲା ୮ ବଖରା
ତିହିଡ଼ି,୧୮।୧(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ବାଉଁଶବାଗ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୮ ବଖରା ଘର ଜଳିଯାଇଛି। ଗ୍ରାମର ଅଭିମନ୍ୟୁ ପାତ୍ର, ପ୍ରତାପ ପାତ୍ର ଓ ପଞ୍ଚାନନ ପାତ୍ରଙ୍କ ଘର ପୋଡ଼ି ଯାଇଛି। ଏଥିସହ…
ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା
ବନ୍ତ,୧୮।୧(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଶେଉଳଗଡ଼ିଆ କୃଷି ଫାର୍ମଠାରେ କୃଷି ବିଭାଗ ପକ୍ଷରୁ ଶନିବାର ଏକ ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲା କୃଷି ଅଧିକାରୀ ପ୍ରସାଦ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ…
ଚିକିତ୍ସାରେ ଅର୍ଥ ବାଧକ
ପଦ୍ମପୁର,୧୮।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅଧୀନ ରୁକୁଣାଦେଇପୁର ଗ୍ରାମର ବୈକୁଣ୍ଠ ଦାସଙ୍କ ପୁଅ ଆଦିତ୍ୟ(୧୧)। ହାଡ଼ ଓ ମାଂସପେଶୀ ଅବକ୍ଷୟଜନିତ ରୋଗ(ଡିଏମ୍ଡି)ରେ ସେ ପୀଡ଼ିତ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ସରକାରଙ୍କ ପକ୍ଷରୁ ଆଦିତ୍ୟଙ୍କୁ ୬୦…
ଘଣ୍ଟେଶ୍ୱର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି: ୪୦ କି.ମି. ଚାଲି ଅଭିଯୋଗ ପରେ ଚେତିଲା ପ୍ରଶାସନ
ଭଦ୍ରକ ଅଫିସ, ୧୮।୧-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଘଣ୍ଟେଶ୍ୱର ଅଞ୍ଚଳବାସୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର ୪୦ କି.ମି. ଚାଲି ଚାଲି ଆସି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ସେମାନେ ଜିଲା ଚିକିତ୍ସାଧିକାରୀଙ୍କ…
ଘନକୁହୁଡ଼ି ବୋଟ୍କୁ କଲା ଦିଗହରା
ଚାନ୍ଦବାଲି, ୧୮।୧(ଡି.ଏନ.ଏ.)-ଘନକୁହୁଡ଼ି କାରଣରୁ ଶୁକ୍ରବାର ସକାଳେ କେନ୍ଦ୍ରାପଡ଼ା ଜିଲାର ତାଳଚୁଆରୁ ଭଦ୍ରକ ଜିଲା ଚାନ୍ଦବାଲିକୁ ଆସୁଥିବା ଏକ ସରକାରୀ ବୋଟ୍ ଧାମରା ମୁହାଣ ନିକଟରେ ଦିଗହରା ହୋଇଯାଇଥିଲା। ସକାଳ ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଥିଲା। ଏହାର ପ୍ରାୟ ୫…
ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟଣା: ୪ ମାସ ପରେ ଗାଡ଼ି ଜବତ, ଡ୍ରାଇଭର ଗିରଫ
ଭଦ୍ରକ ଅଫିସ, ୧୭।୧- ଗତବର୍ଷ ସେପ୍ଟେମ୍ବର ୧୦ ତାରିଖ ସକାଳେ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଦ୍ରୁତଗତିରେ ନାଲି ରଙ୍ଗର ଏକ ଚାରିଚକିଆ ଗାଡ଼ି ଦୁର୍ଘଟଣା ଘଟାଇ କଟକ ଆଡ଼କୁ ଚାଲିଯାଇଥିଲା।…
ବେଆଇନ ସ୍କୁଲ ପାଚେରି ନିର୍ମାଣ ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା
ତିହିଡ଼ି,୧୭।୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ବିଦ୍ୟାଧରପୁର ଗ୍ରାମବାସୀ ଶୁକ୍ରବାର ମଧ୍ୟାହ୍ନରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ। ବିଦ୍ୟାଧରପୁର ପ୍ରାଥମିକ ସ୍କୁଲ ପାଚେରି ନିର୍ମାଣ ବେଆଇନ ଭାବେ କରାଯାଉଥିବାରୁ ଏହାର ପ୍ରତିବାଦରେ ସେମାନେ ଏହି ପଦକ୍ଷେପ…
Archives


