ଲକ୍ଡାଉନ୍ ଊଲ୍ଲଂଘନ କରି ୫ ଗିରଫ
ଭଣ୍ଡାରିପୋଖରୀ, ୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ରାତିରେ ପିରିପୁର ଗ୍ରାମର ଜଣେ ବ୍ୟକ୍ତି ତେଜରାତି ଦୋକାନ ଖୋଲି ବିକ୍ରୟ କରୁଥିବାରୁ ପୋଲିସ ତାଙ୍କୁ ଗିରଫ...
ଭଦ୍ରକ-କେନ୍ଦୁଝର ସୀମା ସିଲ୍
ବନ୍ତ, ୨ା୪(ଡି.ଏନ୍.ଏ.)-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲାର ସୀମାନ୍ତ ପଥକୁ ସିଲ୍ କରାଯାଇଛି। ଭଦ୍ରକ ଜିଲା ବନ୍ତ ବ୍ଲକ ତଥା ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥର ବସନ୍ତିଆ ବଜାରଠାରେ ବନ୍ତ ପୋଲିସ...
କରୋନା ସଂକ୍ରମଣରୁ ରକ୍ଷା ପାଇଁ ସାବୁନ୍ ଓ ମାସ୍କ ବଣ୍ଟନ
ପଦ୍ମପୁର, ୨ା୪ (ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତର ବାସନ୍ତୀ କ୍ଲବର ସଦସ୍ୟମାନେ ବୁଧବାର କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ୧୫୦୦ ଶହ ସାବୁନ୍ ବଣ୍ଟନ କରିଛନ୍ତି। ଏଥିସହ ସାମାଜିକ ଦୂରତା ବଜାୟ ରଖିବା ସହ ପରିଷ୍କାର...
ହୋଇପାରିଲାନି ଟିକାକରଣ: ଫେରିଲେ ଗର୍ଭବତୀ, ଶିଶୁ
ଆରଡ଼ି,୧ା୪(ଡି.ଏନ୍.ଏ.) : ଭଦ୍ରକ ଜିଲା ଧାମନଗର ବ୍ଲକର ବେତାଳିଗାଁ ଅଞ୍ଚଳରେ ଥିବା ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ନିକଟସ୍ଥ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ୫ ଅଙ୍ଗନଓ୍ବାଡ଼ି କର୍ମୀ, ୩ ଆଶାକର୍ମୀ, ଜଣେ ଏଏନ୍ଏମ୍. ଏବଂ...
ଭଦ୍ରକରେ ୪ର୍ଥ କରୋନା ପଜିଟିଭ୍ ପରେ ଖେଳିଯାଇଛି ଆତଙ୍କ, ଯାଞ୍ଚ କଡ଼ାକଡ଼ି
ଭଦ୍ରକ ଅଫିସ,୧ା୪: ଭଦ୍ରକରେ ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ପରେ ସହର ତଥା ଜିଲାରେ ଆତଙ୍କ ଖେଳିଯାଇଛି। ଏବେ ପ୍ରଶାସନ କଠୋର ହୋଇଛି। ବୁଧବାର ସକାଳୁ ପୁରୁଣା ବଜାର ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ଯାତାୟାତ ଉପରେ ସ୍ଥାନୀୟ ପୋଲିସ ପ୍ରତିବନ୍ଧକ...
ଜିଲାରେ ୧୦,୯୦୦ ଆଇସୋଲେଶନ ଶଯ୍ୟା ଲକ୍ଷ୍ୟଧାର୍ଯ୍ୟ, ବର୍ତ୍ତମାନ ସୁଦ୍ଧା ୩,୯୦୫ ପ୍ରସ୍ତୁତ
ଭଦ୍ରକ ଅଫିସ,୧ା୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବହୁ ପଦକ୍ଷେପ ନିଆଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବା ସହିତ ଏହାକୁ ତ୍ୱରାନ୍ବିତ କରାଯାଉଛି। ଭଦ୍ରକ ଜିଲା ବାହାରେ ଥିବା ବ୍ୟକ୍ତିବିଶେଷ ଯେଉଁମାନେ କି ଘରକୁ...
ଶ୍ରମିକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ମହିଳା ଗୋଷ୍ଠୀ
ବନ୍ତ, ୧ା୪(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ପଶ୍ଚିମବଙ୍ଗ ରାଜ୍ୟ ତଥା ଅନ୍ୟ ଜିଲାରୁ ଆସି କାମ କରୁଥିବା କେତେକ ଶ୍ରମିକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି ା କରୋନା ଲକ୍ଡାଉନ୍ ପାଇଁ ଉକ୍ତ ପଞ୍ଚାୟତରେ ରହୁଥିବା ପ୍ରାୟ ୫୦ଜଣ...
୧୩୧ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ
ଭଦ୍ରକ ଅଫିସ,୧ା୪- ଭଦ୍ରକ ଜିଲାର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଜିଲାର ୧୩୧ଟି ପଞ୍ଚାୟତରେ ସୋମବାର ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ଗରିବ, ନିଃସହାୟ, ଦିନ ମଜୁରିଆଙ୍କୁ...
ରିଲିଫ୍ ପାଣ୍ଠିକୁ ସହାୟତା
ଭଦ୍ରକ ଅଫିସ/ପଦ୍ମପୁର,/ କେନ୍ଦୁଝର, ୧ା୪(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ବିଭିନ୍ନ ଆଡୁ ସହାୟତା ରାଶି ପ୍ରଦାନ କରାଯାଇଛି। ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତ ମା’ ତାରିଣୀ ଫେଡରେଶନ ସଙ୍ଗଠନ ପକ୍ଷରୁ ୧ଲକ୍ଷ ଟଙ୍କାର ଚେକ୍ ଜିଲାପାଳ ଡ....
ଓଡ଼ିଶାରେ ଚତୁର୍ଥ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୩୧।୩(ବ୍ୟୁରୋ)-ଓଡ଼ିଶାରେ ମଙ୍ଗଳବାର ରାତିରେ ରାଜ୍ୟର ଚତୁର୍ଥ କରୋନା ସଂକ୍ରମିତଙ୍କୁ ଠାବ କରାଯାଇଛି। ଏହି ସଂକ୍ରମିତ ବ୍ୟକ୍ତି ଜଣେ ୨୯ ବର୍ଷୀୟ ଯୁବକ। ଭଦ୍ରକ ଜିଲାରୁ ଆସୁଥିବା ଏହି ଯୁବକ ନିକଟରେ ଦୁବାଇଗସ୍ତ କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...
ଗାଁ ପ୍ରବେଶପଥକୁ ବନ୍ଦ କଲେ ଗ୍ରାମବାସୀ
ଭଦ୍ରକ ଅଫିସ, ୩୧ା୩-ପ୍ରଶାସନିକ କଟକଣାକୁ ନ ମାନି କେତେକ ଗ୍ରାମବାସୀ ଲକ୍ ଡାଉନ ସମୟରେ ବାହାରେ ଚଳାଚଳ କରୁଛନ୍ତି। ଏହି କଟକଣାକୁ କଡ଼ାକଡ଼ି କରିବା ପାଇଁ ଭଦ୍ରକ ବ୍ଲକର କିଛି ଗାଁର ପ୍ରବେଶ ପଥକୁ ବାଉଁଶ ଓ କଣ୍ଟାରେ ବାନ୍ଧି...
ଜଗତକଲ୍ୟାଣ ଲାଗି ଆରଡ଼ିରେ ମହାରୁଦ୍ରଯଜ୍ଞ
ଆରଡି, ୩୧ା୩(ଡି.ଏନ.ଏ.)-କରୋନା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଘରୁ ନ ବାହାରିବାକୁ କୁହାଯାଇଛି। ଏପରିପ୍ରେକ୍ଷୀରେ ସବୁ ଧର୍ମାନୁଷ୍ଠାନ ମନ୍ଦିର ମଧ୍ୟ ବନ୍ଦ ହୋଇଛି। ଭକ୍ତମାନେ ଆଉ ଦର୍ଶନ କରିବାକୁ ଯାଇପାରୁ ନାହାନ୍ତି। ଭଦ୍ରକ ଜିଲାର ଶୈବପୀଠ ଆରଡିରେ...
Archives


