ସଟ୍ ଡାଉନ୍ ଯୋଗୁ ରାସ୍ତାଘାଟ ଶୂନ୍ଶାନ୍
ବନ୍ତ,୨୪।୪(ଡି.ଏନ୍.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ରାଜ୍ୟ ସରକାର ଗୁରବାର ରାତି ୧୦ଟା ଠାରୁ ୬୦ ଘଣ୍ଟା ପାଇଁ ସମଗ୍ର ଜିଲାକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ସଟ୍ ଡାଉନ୍ ଘୋଷଣା ହେବା ପରେ ଗୁରବାର ସନ୍ଧ୍ୟାରେ…
ଭଦ୍ରକ ଜିଲା ସଟ୍ଡାଉନ୍: କୁଲଣାଠାରେ ମଞ୍ଜୁରୀରୋଡ-ଛତାବର ମୁଖ୍ୟ ରାସ୍ତା ସିଲ, ୪ ପଞ୍ଚାୟତ ଲୋକେ ହିନସ୍ତା
ଭଣ୍ଡାରିପୋଖରୀ,୨୪।୪(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ୍ ଭାବେ ଘୋଷଣା କରାଯାଇଛି। ପଞ୍ଚାୟତର ୨୩ଟି ସ୍ଥାନରେ ବିଭିନ୍ନ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ମଞ୍ଜୁରୀରୋଡ ଅଞ୍ଚଳକୁ ସଂଯୋଗ…
ପ୍ରେମବିବାହ କରିଥିବା ସତ୍ତ୍ୱେ ନାବାଳିକାଙ୍କୁ ନେଇ ଫେରାର ହେଉଥିଲେ, ଆରଡି ପୋଲିସ ହାତରେ ଧରାପଡ଼ିଲେ ୩୨ ବର୍ଷୀୟ ଯୁବକ
ଆରଡି, ୨୪ା୪,(ଡି.ଏନ.ଏ.): ନାବାଳିକାଙ୍କୁ ନେଇ ଫେରାର ହେଉଥିବା ବେଳେ ଭଦ୍ରକ ଜିଲା ଆରଡି ଫାଣ୍ଡି ପୋଲିସ ଜଣେ ୩୨ ବର୍ଷୀୟ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଛି। ସେ ଜଣେ ୧୩ ବର୍ଷର ନାବାଳିକାକୁ ନେଇ ଏକ ସ୍କୁଟିରେ ଚମ୍ପଟ ମାରୁଥିବା ବେଳେ…
ସ୍ବତନ୍ତ୍ର ସଚିବଙ୍କ ଭଦ୍ରକ ଗସ୍ତ: ଆଇନଶୃଙ୍ଖଳା, ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ କଲେ ଆଲୋଚନା
ଭଦ୍ରକ ଅଫିସ,୨୪ା୪: ଭଦ୍ରକ ଜିଲା ଗସ୍ତରେ ଆସି ସ୍ବତନ୍ତ୍ର ସଚିବ ଏସ୍କେ ଲୋହାନୀ ଶୁକ୍ରବାର ଜିଲାର ସ୍ଥିତି ସମୀକ୍ଷା କରିଛନ୍ତି। ସେହିଭଳି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଜିଲାରେ ଡେରା ପକାଇଛନ୍ତି। ଜିଲାପାଳ ଜ୍ଞାନ ରଞ୍ଜନ ଦାସ, ଏସ୍ପି ରାଜେଶ…
ଆନନ୍ଦପୁର ପଞ୍ଚାୟତକୁ କରାଗଲା ବିଶୋଧନ
ଭଣ୍ଡାରିପୋଖରୀ,୨୪।୪ (ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତୟକୁ ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁବାର ବିଶୋଧନ କରାଯାଇଛି। ପଞ୍ଚାୟତର ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଖୋଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର, ଆନନ୍ଦପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଆନନ୍ଦପୁର ବଜ଼ାର, ଶିଶୁ…
ଆରଡ଼ି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଆରଡି,୨୪ା୪( ଡି.ଏନ.ଏ.): ଭଦ୍ରକ ଜିଲାର ଆରଡ଼ି ପୀଠ ସମେତ ଏହାର ଆଖପାଖ ଅଞ୍ଚଳରେ ୬୦ ଘଣ୍ଟିଆ ସଟ୍ଡାଉନ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁରୁବାର ଆରଡ଼ି ଫାଣ୍ଡି ପୋଲିସ ବିଭିନ୍ନ ଛକଜାଗା ଓ ଗାଁକୁ ଯାଇ ସଟ୍ଡାଉନ୍ ନିୟମକୁ ଲୋକମାନେ କେତେ ମାନୁଛନ୍ତି…
ଜିଲାରେ ପୁଣି ଜଣେ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଲା, ଦୁଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ଭଦ୍ରକ ଅଫିସ,୨୪ା୪: ଭଦ୍ରକ ଜିଲାରେ ଶୁକ୍ରବାର ପୁଣି ଜଣେ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ରୋଗୀ ସଂଖ୍ୟା ୧୨ରେ ପହଞ୍ଚିଛି। ତାଙ୍କର ବୟସ ୪୦ ବର୍ଷ। ଏହି ରୋଗୀ ଜଣକ ମଧ୍ୟ ବାସୁଦେବପୁର ବ୍ଲକର ବୋଲି…
ସ୍ଥିତି ସମୀକ୍ଷା କଲେ ବିଧାୟକ
ପଦ୍ମପୁର,୨୪ା୪(ଡି.ଏନ୍.ଏ.)- ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବୁଧବାର ଲକ୍ ଡାଉନ ପରିସ୍ଥିତିର ସମୀକ୍ଷା କରିଛନ୍ତି। ମହାମାରୀ କରୋନାର ସଂକ୍ରମଣ ରୋକିବା ପାଇଁ ବାସୁଦେବପୁରବାସୀଙ୍କୁ କିଭଳି ସଚେତନ କରାଯିବା ସେ ନେଇ ବିଧାୟକ ଆଲୋଚନା କରିଥିଲେ। ସ୍ଥାନୀୟ ତହସିଲ ଡାକବଙ୍ଗଳାରେ ଅନୁଷ୍ଠିତ ଏହି…
ଲକ୍ଡାଉନ ସ୍ଥିତି ଯାଞ୍ଚ କଲେ ଏସ୍ପି
ପଦ୍ମପୁର, ୨୩ା୪(ଡି.ଏନ.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବ୍ଲକର ୯ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଗ୍ରାମରୁ କାହାରିକୁ ବାହାରକୁ ଯିବାକୁ ଓ ବାହାରୁ କାହାରିକୁ ଗ୍ରାମରେ ପ୍ରବେଶ…
ବଜ୍ରପାତରେ ୨ ମୃତ, ୧୦ ବଖରା ମାଟିରେ ମିଶିଲା
ପଦ୍ମପୁର,୨୩ା୪(ଡି.ଏନ୍.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୋପବନ୍ଧୁନଗର ଗ୍ରାମରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଦ୍ୱୟ ହେଲେ ବିଷ୍ଣୁ ବିଶ୍ୱାସ…
କାର୍ଯ୍ୟରେ ଅବହେଳା: ଅତିରିକ୍ତ ତହସିଲଦାର ନିଲମ୍ବିତ
ଭଦ୍ରକ ଅଫିସ, ୨୩ା୪- ଭଦ୍ରକ ଜିଲା ତିହିଡ଼ି ଅତିରିକ୍ତ ତହସିଲଦାର ସ୍ବେତପଦ୍ମା ଧଳଙ୍କୁ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ସେ କୋଭିଡ଼-୧୯ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ…
ସୀମାରେ ସୁରକ୍ଷା ବ୍ୟବସ୍ଥା ଢିଲା: ପଶ୍ଚିମବଙ୍ଗରୁ କଣ୍ଟେନର୍ରେ ଆସୁଛନ୍ତି ଲୋକେ
ଭଦ୍ରକ ଅଫିସ, ୨୩ା୪-ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଭଦ୍ରକ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଜିଲାରେ ଏବେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି। ବାସୁଦେବପୁର…
Archives


