ଭଦ୍ରକ

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭଦ୍ରକ ଅଫିସ,୪ା୫: କରୋନା ମହାମାରୀ ପାଇଁ ସାରା ବିଶ୍ବ ଲଢ଼େଇ କରୁଛି। ଆମ ରାଜ୍ୟରେ ବର୍ତ୍ତମାନ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲା ରେଡ୍‌ ଜୋନ୍‌ରେ ରହିଛି। ରେଡ୍‌ ଜୋନ୍‌ର କାରଣ ହେଲା କୋଲକାତା ଫେରନ୍ତା। କୋଲକୋତାରୁ ବିଭିନ୍ନ ଉପାୟରେ ଘରକୁ…

କ୍ଷେତରେ ଲହଡ଼ି ମାରୁଛି ବର୍ଷାଜଳ

ଆରଡି,୩ା୫(ଡି.ଏନ୍‌.ଏ.)- ଲକ୍‌ଡାଉନର ପ୍ରଭାବ ଯୋଗୁଁ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସାଆଁଳପୁର ଗ୍ରାମରେ ପାଚିଲା ଧାନକଟାରେ ସମସ୍ୟା ଉପୁଜିଛି। ଏହା ସାଙ୍ଗକୁ ପ୍ରାୟ ଏକ ସପ୍ତାହ ହେଲା କାଳବୈଶାଖୀ ଯୋଗୁ ଝଡ଼ବର୍ଷା ଲାଗି ରହୁଥିବାରୁ ଚାଷ ଜମିରେ ବର୍ଷାଜଳ ଲହଡ଼ି…

ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ

ଭଣ୍ଡାରିପୋଖରୀ,୩ା୫(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଶଗଡ଼ିିଆ ଗ୍ରାମର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଶନିବାର ଘରକୁ ଫେରିଛନ୍ତି। ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଛି। ଗତ ୨୦ ତାରିଖରେ ପଜିଟିଭ୍‌ ଚିହ୍ନଟ ପରେ ସେ କଟକ…

ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ପରଖିଲେ କେନ୍ଦ୍ରୀୟ ଟିମ୍‌

ଭଣ୍ଡାରିପୋଖରୀ, ୩ା୫(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଆଯାଇଥିବା ବ୍ୟବସ୍ଥାକୁ ଏମ୍‌ସର କେନ୍ଦ୍ରୀୟ ଟିମ୍‌ ତଦାରଖ କରି ଫେରିଛନ୍ତି। ଭୁବନେଶ୍ୱରସ୍ଥିତ ଏମ୍‌ସର ଡାକ୍ତର ଦିନେଶ କୁମାର ସାହୁଙ୍କ ନେତୃତ୍ୱରେ ସହକାରୀ ପ୍ରଫେସର ଡା. ବିନୋଦ ପାତ୍ର, ଏସଏମ୍‌ଓ(ସର୍ଭେଲାନ୍ସ ମେଡିକାଲ ଅଫିସର)…

ବିନା ସୂଚନାରେ ସୁରଟରୁ ଫେରିଥିଲେ, କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ଭଦ୍ରକ ଅଫିସ,୩।୫: ସୁରଟରୁ ଭଦ୍ରକ ଜିଲା ପ୍ରଶାସନର ବିନା ସୂଚନାରେ ଆସିଥିବା ୮ ଜଣଙ୍କୁ ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏହି ବ୍ୟକ୍ତିମାନେ ସୁରଟରୁ ଗଞ୍ଜାମକୁ ଆସୁଥିବା ଏକ ବସ୍‌ରେ ଆସିଥିଲେ। ପରେ ଗଞ୍ଜାମରୁ ଏକ ବସ୍‌ ଯୋଗେ ଭଦ୍ରକ ଆସି…

ଚାଉଳ ମିଳିଲା, ଡାଲି ନାହିଁ

ବନ୍ତ,୩।୫(ଡି.ଏନ୍‌.ଏ.) : କରୋନା୍‌ ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଶନକାର୍ଡଧାରୀଙ୍କୁ ମୁଣ୍ଡ ପିଛା ୫କିଗ୍ରା କରି ୩ ମାସର ୧୫କିଗ୍ରା ଚାଉଳ ସହ ପ୍ରତି କାର୍ଡ ପିଛା ୧ କିଗ୍ରା ଡାଲି ଯୋଗାଇ…

ମୋରମ୍‌ ବୋଝେଇ ଟ୍ରାକ୍ଟରଠାରୁ ରୟାଲଟି ଆଦାୟ

ବନ୍ତ,୨।୫(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଗଣିଜାଙ୍ଗ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ତହସିଲଦାର ଇନ୍ଦିରା ସାହୁ ଶନିବାର ଏକ ମୋରମ୍‌ ବୋଝେଇ ଟ୍ରାକ୍ଟରଠାରୁ ରୟାଲଟି ଆଦାୟ କରିଛନ୍ତି। ରାସ୍ତା କାମରେ ବ୍ୟବହାର ପାଇଁ ଏହି ମୋରମ୍‌ ଯାଉଥିବା…

ଫେରୁଥିବା ଓଡ଼ିଆଙ୍କ ଦାୟିତ୍ୱ ବୁଝିବେ ୧୦ ଜଣିଆ କମିଟି

ବନ୍ତ,୨।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଦାୟିତ୍ୱ ବୁଝିବା ନେଇ ପଞ୍ଚାୟତସ୍ତରରେ ୧୦ ଜଣିଆ କମିଟି ଗଠିତ ହୋଇଛି। ଶନିବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ଅଶୋକ କୁମାର…

ସୁରାଟରୁ ଫେରିଲେ ୪୫ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୨।୫: ଭଦ୍ରକରେ ଶନିବାର ଭୋର ୩ଟାରୁ ପ୍ରଥମ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି। ନିଜ ଖର୍ଚ୍ଚରେ ଦୀର୍ଘ ୩ ଦିନର ବସ୍‌ ଯାତ୍ରା ପରେ ଆସି ସେମାନେ ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି। ଲକ୍‌ଡାଉନ ଯୋଗୁ କାମ ବନ୍ଦ ହୋଇଯିବାରୁ ଗୁଜୁରାଟର…

କୋଭିଡ଼ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ଭଦ୍ରକ ଅଫିସ, ୧ା୫- ଶୁକ୍ରବାର ସନ୍ଧ୍ୟାରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପଶୁ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ଭଦ୍ରକ ଜିଲାରେ ପହଞ୍ଚି କୋଭିଡ଼-୧୯ର ସ୍ଥିତି ପ୍ରଶାସନିକ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ସମୀକ୍ଷା…

ସାମାଜିକ ଦୂରତା ମଧ୍ୟରେ ଶ୍ରମିକ ଦିବସ ପାଳିତ

ବନ୍ତ,୧।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ଶୁକ୍ରବାର ଭଦ୍ରକ ଜିଲା ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ସିପିଆଇ ଏବଂ ଏଆଇଟିୟୁସି ପକ୍ଷରୁ ସାମାଜିକ ଦୂରତା ମଧ୍ୟରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଅବସରପ୍ରାପ୍ତ ରାଜସ୍ବ ନୀରିକ୍ଷକ ନିରଞ୍ଜନ ନାୟକ…

ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩୦ ୟୁନିଟ ରକ୍ତ ସଂଗୃହୀତ

ଭଣ୍ଡାରିପୋଖରୀ, ୧।୫(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଶୁକ୍ରବାର ବ୍ଲକ ବିଜେଡି ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ଯୋଗୁ ସବୁଆଡେ ଲକଡାଉନ ଚାଲିଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri