ବରଗଡ଼

ନିତ୍ୟାନନ୍ଦ ଆଶ୍ରମରେ ମକର ସଂକ୍ରାନ୍ତି: ଗୀତାଯଜ୍ଞ, ପ୍ରବଚନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ବିଜେପୁର,୧୫।୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ସହର ଉପକଣ୍ଠ ଗୋପଟିକ୍ରା ନିତ୍ୟାନନ୍ଦ ଆଶ୍ରମରେ ଚାଲିଥିବା ପଞ୍ଚ ଦିବସୀୟ ମକର ସଂକ୍ରାନ୍ତି ମହୋତ୍ସବର ବୁଧବାର ଅନ୍ତିମ ଦିବସରେ ଗୀତା ମହାଯଜ୍ଞ ଓ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି। ଭୋରରୁ ଆଶ୍ରମରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ନୀତିକାନ୍ତି କରାଯାଇଥିଲା।…

ସରକାରୀ ସାହାଯ୍‌ରୁ ବଁଚିତ୍‌ ଦିବ୍ୟାଙ୍ଗ ପପିତା

ପାଇକମାଲ, ୧୫।୧ (ଡି.ଏନ୍‌.ଏ)- ବରଗଡ଼ ଜିଲା ପାଇକମାଲ ବ୍ଲକ କେନାବୁଦା ଗଁାର ଜଗବନ୍ଧୁ ସାହୁକଁର ଝି’ ପପିତା ସାହୁ(୮)। ସେ ଚାଲିବୁଲି କି କଥା କହି ନାଇଁପାରବାର। ଶହେ ପରତିଶତ ଭିନ୍ନକ୍ଷମ ଆଏ। ହେଲେ ଡାକ୍‌ତରମାନକର କହେବାର ହେଲା ପପିତାକୁଁ ଉଚ…

ଅଜଣା ରୋଗରେ ପୀଡିତ ଦେବେନ୍ଦ୍ର

ଜାମଟିକ୍ରା, ୧୩।୧ (ଡି.ଏନ.ଏ) ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଜାମଟିକ୍ରା ଗ୍ରାମ ପଧାନପଡାର ଦାସ ନାଗଙ୍କ ସାନପୁଅ ଦେବେନ୍ଦ୍ର ନାଗ (୩୮)। ଦୀର୍ଘ ୪ ବର୍ଷ ହେଲା ସେ ଜୀବନ ସହ ସଂଘର୍ଷ କରି ଆସୁଛନ୍ତି । ଦେବେନ୍ଦ୍ରଙ୍କ ଚିକିତ୍ସା ଲାଗି…

ବରଗଡ଼ ଜିଲା ଚିଠି: ଅଲୋଡ଼ା ଶିଶୁକନ୍ୟା

ଶିଶୁକନ୍ୟାଙ୍କ ସୁରକ୍ଷା, ଭବିଷ୍ୟତ ସକାଶେ ରାଜ୍ୟ, କେନ୍ଦ୍ର ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଥିପାଇଁ ସରକାର ବିଭିନ୍ନ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି। ବର୍ଷର ବିଭିନ୍ନ ସମୟରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ। ହେଲେ ସେଭଳି କିଛି ଆଶାନୁରୂପ ସୁଫଳ ମିଳୁନାହିଁ।…

ଶ୍ରୀମନ୍ଦିର ହେରିଟେଜ କରିଡ଼ର: ଦିଅଁଙ୍କ ବାହାର ବିଜେ ପାଇଁ ସ୍ବତନ୍ତ୍ର ପରିକ୍ରମା ମାର୍ଗ

ପୁରୀ ଅଫିସ,୧୧ା୧: ଶ୍ରୀମନ୍ଦିର ପରମ୍ପରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବରୁ ଯେଉଁପରି ଭାବେ ସିଂହଦ୍ୱାର ସମ୍ମୁଖରେ ତିନିରଥ ରହୁଥିଲେ ଏବଂ ମହାପ୍ରଭୁ ରଥାରୂଢ଼ ହେବା ପରେ ରଥ ଟଣାଯାଉଥିଲା ତାହା ହିଁ ହେବ। ସିଂହଦ୍ୱାର ସମ୍ମୁଖରୁ ତିନିରଥ ଗୁଣ୍ଡିଚା ମନ୍ଦିର…

କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ମଥୁରାନଗରୀ,୧୧ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଉଦଯାପନୀ ଦିବସରେ କଂସବଧ ଦୃଶ୍ୟାଭିନୟ ମୁଖ୍ୟ ଆକର୍ଷଣ ଥିଲା। ଅନୁକୁଳ ପାଗ ଓ କଳାକାରଙ୍କ ନିଖୁଣ ଅଭିନୟ ଯୋଗୁ ମଥୁରାନଗରୀ ଲୋକାରଣ୍ୟ ହୋଇ ପଡ଼ିଥିଲା। ମଥୁରା ପରିଭ୍ରମଣ ସାରି କଂସ ମହାରାଜା…

ପଡ଼ାଗଁ।ଥି ପୁଷ୍‌ପୁନି ଭେଟ୍‌ଘାଟ: କବିତା, ନାଚ୍‌ଗାନାଥି ଦେଖନହାରୀ ବିଭୋର

ବିଜେପୁର, ୧୧।୧ (ଡି.ଏନ୍‌.ଏ)- ବରଗଡ଼ ଜିଲା ବିଜେପୁର ବ୍ଲକର ଗାଁଗଁଲିଥି ବଡ଼ା ଉସ୍‌ନାକିଥି ପୁଷ୍‌ପୁନି ତିହାର ଶୁକ୍ରବାର ପାଲିତ ହୋଇଯାଇଛି। କୁକ୍‌ରା ଡକାନୁ ଘରେ ଘରେ ପିଠାପନା ଛନା ବାସ୍‌ନାଥି ଗଁାଖୁଲିମାନ ମହକି ଯାଇଥିଲା। ଠାଁନ୍‌ ଠାଁନ୍‌ ଗଁଜାମାଡ୍‌ ଆର ନଡ଼ିଆ…

ପଡ଼ା ଗାଁରେ ପୁଷ୍‌ପୁନି ଭେଟଘାଟ: କୁଇଜ, ନୃତ୍ୟଗୀତରେ ଦର୍ଶକ ବିଭୋର

ବରଗଡ, ୧୦।୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ପଡା ଗାଁରେ ପ୍ରକାଶ ସାଂସ୍କୃତିକ ସଂସଦ ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀ ଲୀଳା ମଣ୍ଡପରେ ପୁଷ୍‌ପୁନି ଭେଟଘାଟ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମୁକ୍ତି ସଂଗ୍ରାମୀ ଭାଗୀରଥି ପଟ୍ଟନାୟକ, ଜମ୍ବୋବତୀ ପଟ୍ଟନାୟକ, ପ୍ରଫୁଲ୍ଲ ପଟ୍ଟନାୟକଙ୍କ…

ବରଗଡ଼ ଧନୁଯାତ୍ରା: ମଥୁରା ବୁଲିଲେ କୃଷ୍ଣ ବଳରାମ

ମଥୁରାନଗରୀ,୧୦।୧ – ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଦଶମ ଦିବସରେ ଅନ୍ୟ ଦିନ ଭଳି କଂସ ମହାରାଜା ମଥୁରା ନଗରୀ ପରିକ୍ରମା କରିଥିବାବେଳେ ଶ୍ରୀକୃଷ୍ଣ ଓ ବଳରାମଙ୍କ ମଥୁରା ପରିଭ୍ରମଣ ଅନ୍ୟତମ ଆକର୍ଷଣ ଥିଲା। ନିଜ ପାଖରେ ପାଇ ମଥୁରାବାସୀ ଘରେ…

ମଥୁରାରେ କୃଷ୍ଣ, ବଳରାମ

ମଥୁରାନଗରୀ/ଗୋପପୁର,୯ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବର ବୁଧବାର ନବମ ଦିବସରେ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ନନ୍ଦଭବନରୁ ବାହାରି ଥିଲେ। ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କ ଶୁଭ ମନାସୀ ଥିଲେ। ଶ୍ରୀକୃଷ୍ଣ, ବଳରାମ ଗୋପପୁର ପରିକ୍ରମା କରି ଗୋପ ମଣ୍ଡପରେ ପହଞ୍ଚିଥିଲେ। ଗୋପପୁର ପରିକ୍ରମା…

ସୁରେଖାକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ଗଣ୍ଡତୁରୁମ, ୯ା୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ବ୍ରାହ୍ମଣତୁରୁମ ଗଁାର ସୁରେଖା ମେହେର(୪୫)। ସେ ଦୁଇ ବଛର ହେଲା ମେରୁହାଡ଼ ସମସିଆରେ ଖଟେ ପଡ଼ିରହିଛନ୍‌। ଇ ବାବ୍‌ଦେ ଗଲା ଡିସେମ୍ବର ୩୦ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ…

ସାଫ୍‌ସଫେଇ ଲାଗି ଅଁଟା ଭିଡ଼ଲେ ମହିଲା

ଗଣ୍ଡତୁରୁମ, ୯ା୧(ଡି.ଏନ୍‌.ଏ.)-  ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ଟିହିକିପାଲି ଗଁାର ସମ୍ପୂର୍ଣ୍ଣା ସ୍ବୟଂ ସହାୟକ ଦଲର ମହିଲାମାନେ ନିରୁଜ୍‌ ଆର ସାଫ୍‌ସୁତର ପରିବେଶ ଲାଗି ଅଁଟା ଭିଡ଼ିଛନ୍‌। ଦଲର ସଭାନେତ୍‌ରୀ ଇତିଶ୍ରୀ ଛୁରିଆ, ସମ୍ପାଦିକା ସୁବର୍ଣ୍ଣ ଛୁରିଆକଁର ମଂଗୁଆଲତିରେ ବୁଧବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri