ଶ୍ରୀମନ୍ଦିର ହେରିଟେଜ କରିଡ଼ର: ଦିଅଁଙ୍କ ବାହାର ବିଜେ ପାଇଁ ସ୍ବତନ୍ତ୍ର ପରିକ୍ରମା ମାର୍ଗ

ପୁରୀ ଅଫିସ,୧୧ା୧: ଶ୍ରୀମନ୍ଦିର ପରମ୍ପରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବରୁ ଯେଉଁପରି ଭାବେ ସିଂହଦ୍ୱାର ସମ୍ମୁଖରେ ତିନିରଥ ରହୁଥିଲେ ଏବଂ ମହାପ୍ରଭୁ ରଥାରୂଢ଼ ହେବା ପରେ ରଥ ଟଣାଯାଉଥିଲା ତାହା ହିଁ ହେବ। ସିଂହଦ୍ୱାର ସମ୍ମୁଖରୁ ତିନିରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ହେରିଟେଜ କରିଡ଼ର ପାଇଁ ଯେଉଁ ଚିଠା ନକ୍ସା ପ୍ରସ୍ତୁତ ହୋଇଥିଲା ସେଥିରେ ତିନିରଥ ସିଂହଦ୍ୱାର ସମ୍ମୁଖରେ ଦର୍ଶାଯାଇ ନ ଥିଲା। ଭିନ୍ନ ସ୍ଥାନରେ ଦର୍ଶାଯାଇଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ସେବାୟତ ଓ ଭକ୍ତ। କିନ୍ତୁ ଏହି ଦ୍ୱନ୍ଦ୍ୱକୁ ଶୁକ୍ରବାର ଦୂର କରିଛି ହେରିଟେଜ କରିଡର ଚିଠା ନକ୍ସା ପ୍ରସ୍ତୁତ କରିଥିବା ବାଙ୍ଗାଲୋରର ଏକ ସଂସ୍ଥା। କୌଣସି ପରମ୍ପରାରେ ବ୍ୟତିକ୍ରମ ହେବ ନାହିଁ। ପୂର୍ବଭଳି ସିଂହଦ୍ୱାର ସମ୍ମୁଖରୁ ହିଁ ତିନିରଥ ଗଡ଼ିବେ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟିରେ ଥିବା ସେବାୟତ ପ୍ରତିନିଧି ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ଐତିହ୍ୟ କରିଡ଼ର ସମ୍ପର୍କରେ ବିସ୍ତୃତ ଭାବେ ସଂସ୍ଥାର ପ୍ରତିନିଧି ବୁଝାଇଥିଲେ।
ଏଥିରେ ଅନ୍ୟ ନିଷ୍ପତ୍ତି ମଧ୍ୟରେ ଯେଉଁ ନକ୍ସା କରାଯାଇଛି ସେଥିରେ ସିଂହଦ୍ୱାର ସମ୍ମୁଖରେ ଅରୁଣ ସ୍ତମ୍ଭ ନ ଥିଲା। ଏହାକୁ ନେଇ ବି ଦ୍ୱନ୍ଦ୍ୱ ଦେଖାଦେଇଥିଲା। କିନ୍ତୁ ଏବେ ଯେମିତି ଯେଉଁଠି ଅରୁଣ ସ୍ତମ୍ଭ ରହିଛି ସେହି ଜାଗାରେ ରହିବ। ଏହାକୁ ପରିବର୍ତ୍ତନ କରାଯିବ ନାହିଁ। ବର୍ତ୍ତମାନ ଯେଉଁ ନୂଆ ଶେଡ୍‌ ତିଆରି କରାଯାଇଛି ତାହାକୁ ଖୋଲି ଦିଆଯିବ। କାକୁଡିଖାଇଙ୍କ ମନ୍ଦିର ପାଖରୁ ଦର୍ଶନାର୍ଥୀ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ସ୍ଥାୟୀ ଶେଡ୍‌ କାକୁଡ଼ିଖାଇଙ୍କ ମନ୍ଦିର ନିକଟରେ ତିଆରି କରାଯିବ। ତେବେ ସେବାୟତ ପ୍ରତିନିଧିମାନେ ଦିଅଁଙ୍କ ବାହାର ବିଜେ ପ୍ରସଙ୍ଗ ଉଠାଇଥିଲେ। ବର୍ଷତମାମ୍‌ ବିଭିନ୍ନ ଯାନିଯାତ୍ରାରେ ଶ୍ରୀମନ୍ଦିରରୁ ଦିଅଁ ବାହାର ବିଜେ କରିଥାନ୍ତି। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ପ୍ରତ୍ୟେକ ଅମାବାସ୍ୟାରେ ଅମାବାସ୍ୟା ନାରାୟଣ ସାଗର ବିଜେ କରିଥାନ୍ତି। ସେହିପରି ଶ୍ରୀସୁଦର୍ଶନ, ପଞ୍ଚୁପାଣ୍ଡବ, ଚନ୍ଦନ ଯାତ୍ରା ସମୟରେ ମହାପ୍ରଭୁଙ୍କ ପ୍ରତିନିଧି ପ୍ରମୁଖ ଦେବଦେବୀ ବାହାର ବିଜେ କରିଥାନ୍ତି। ତେଣୁ ଦିଅଁଙ୍କ ବିଜେ ପାଇଁ ସୁରକ୍ଷା ଜୋନ ମଧ୍ୟରେ ସ୍ବତନ୍ତ୍ର ଭାବେ ଏକ ପରିକ୍ରମା ମାର୍ଗ ରହିବ। ପ୍ରାୟ ୨୧ ଫୁଟ ଚଉଡ଼ାରେ ଏହି ପରିକ୍ରମା ମାର୍ଗ ଠାକୁର ଯେଉଁ ସାହିକୁ ବିଜେ କରନ୍ତି ସେଠାକୁ ସଂଯୋଗ ରହିବ ବୋଲି ନିଷ୍ପତ୍ତି ହୋଇଥିବା ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି। ସେହିପରି କମିଟିର ଅନ୍ୟତମ ସଦସ୍ୟ ବାବା ସଚ୍ଚିଦାନନ୍ଦ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରଥର ସ୍ଥାନ ପରିବର୍ତ୍ତନ ଆଦୌ କରାଯିବ ନାହିଁ। ଏହା ଆମମାନଙ୍କର ଏକ ଭ୍ରାନ୍ତ ଧାରଣା। ନକ୍ସାରେ ତିନିରଥ ରଖାଯାଇଥିବା ସ୍ଥାନ ହେଉଛି ରଥ ନିର୍ମାଣ ଅର୍ଥାତ୍‌ ରଥ ଖଳାର ସ୍ଥାନ। ସମ୍ପୃକ୍ତ ସଂସ୍ଥା ସେଠାରେ ରଥ ତିଆରି ହୁଏ ବୋଲି ଦର୍ଶାଇଛନ୍ତି। ମହାପ୍ରଭୁଙ୍କ ରୀତିନୀତି ପୂର୍ବରୁ ଯେମିତି ରହିଛି ଏବେ ସେମିତି ଚାଲିବ। ଏଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ। ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା, ଅନନ୍ତ ତିଆଡି, ମାଧବ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri