ବରଗଡ଼

ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିଜେଡି ପ୍ରତିନିଧି ଦଳ

ବରଗଡ଼ ଅଫିସ, ୪।୩- ବରଗଡ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ତଥା ଏହାକୁ ସିଟି ହସପିଟାଲ ଘୋଷଣା ଦାବିରେ ଅସନ୍ତୋଷ ଲାଗି ରହିଛି। ଏହାକୁ ନେଇ ସୋମବାର ଜନଆନ୍ଦୋଳନ ହେବା ପରେ ପୁରୁଣା ଜିଲା…

ବରଗଡ଼ ସହର ବନ୍ଦ: ସରକାରୀ, ବେସରକାରୀ ଅଫିସ ଅଚଳ

ବରଗଡ଼ ଅଫିସ,୪।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ସ୍ଥାନୀୟ ଏକତା ମଞ୍ଚ ଆହ୍ବାନରେ ମଙ୍ଗଳବାର ବନ୍ଦ ପାଳନ କରାଯାଇଛି। ଏଥିପାଇଁ ସହରର ସମସ୍ତ ସରକାରୀ, ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ,…

ବରଗଡ଼ ବନ୍ଦ : ବହୁ ସମୟ ପରେ ନୂତନ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ସ୍ବାସ୍ଥ୍ୟ କର୍ମଚାରୀ

ବରଗଡ଼ ଅଫିସ,୪।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସପିଟାଲ ଘୋଷଣା ଦାବିରେ ମଙ୍ଗଳବାର ସ୍ଥାନୀୟ ଏକତା ମଞ୍ଚ ଆହ୍ବାନରେ ବରଗଡ଼ ସହରରେ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଯାନବାହନ…

ବରଗଡ଼ ବନ୍ଦର ପ୍ରଭାବ : ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ପାରୁ ନାହାନ୍ତି ସ୍ବାସ୍ଥ୍ୟ କର୍ମଚାରୀ

ବରଗଡ଼ ଅଫିସ,୪।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସପିଟାଲ ଘୋଷଣା ଦାବିରେ ମଙ୍ଗଳବାର ସ୍ଥାନୀୟ ଏକତା ମଞ୍ଚ ଆହ୍ବାନରେ ବରଗଡ଼ ସହରରେ ବନ୍ଦ ପାଳନ କରାଯାଉଛି । ତେବେ ହାଟପଦାସ୍ଥିତ ପରିବା ବଜାର ଖୋଲା ଥିବାବେଳେ…

ଟୋକନ ନାହିଁ, ମଣ୍ଡିରେ ପଡିଛି ଧାନ

ଗଣ୍ଡତୁରୁମ, ୪।୨ (ଡି.ଏନ.ଏ) – ବରଗଡ ଜିଲା ଅତାବିରା ଆରଏମସି ଅଧୀନ ଭେଡେନ ବ୍ଲକରେ ଟୋକନ ଓ ଆଲର୍ଟମେଣ୍ଟ ଅଭାବରୁ ବିକ୍ରି ହୋଇ ନ ପାରି ମଣ୍ଡି ଗୁଡିକରେ ହଜାର ହଜାର ବସ୍ତା ପଡିରହିଛି । ଫଳରେ ବ୍ଲକର ପପଙ୍ଗା ୟାର୍ଡରେ…

ବିକ୍ରି ହେଉନି ଧାନ, ଆନ୍ଦୋଳନମୁହାଁ ଚାଷୀ

ଝାରବନ୍ଧ, ୪।୨ (ଡି.ଏନ.ଏ) ଝାରବନ୍ଧ ବ୍ଲକ ଡଭା କୃଷି ସମବାୟ ସମିତିର ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିପାରୁନାହାନ୍ତି। ଏକ ସପ୍ତାହ ମଧ୍ୟରେ ଏହି ସମସ୍ୟାର ସମାଧାନ କରା ନ ଗଲେ ସେମାନେ ରାସ୍ତା ଅବରୋଧ କରିବାକୁ ଧମକ ଦେଇଛନ୍ତି। ଚଳିତ…

ଜନ ଆନ୍ଦୋଳନ ସଫଳ: କାର୍ଯ୍ୟକ୍ଷମ ହେଲା ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା

ବରଗଡ଼ ଅଫିସ,୩।୨: ବରଗଡ଼ ସହରବାସୀଙ୍କ ଜନ ଆନ୍ଦୋଳନ ସଫଳ ହୋଇଛି। ସହରବାସୀଙ୍କ ଆନ୍ଦୋଳନ ପରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଭୂତି ଭୂଷଣ ମେହେରଙ୍କ ସମେତ…

ସିଟି ହସ୍ପିଟାଲ ଦାବିରେ ଉତ୍ତେଜନା: ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ବିଧାୟକଙ୍କୁ ଘେରିଲେ ସହରବାସୀ

ବରଗଡ ଅଫିସ, ୩।୨: ବରଗଡ ସହରରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଉତ୍ତେଜନା ବଢିବାରେ ଲାଗିଛି। ସୋମବାର ସକାଳୁ ସହରର ଦୋକାନ ବଜାର ବନ୍ଦ ଥିବାବେଳେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ଦିନ ପ୍ରାୟ…

ରାସ୍‌ତା ତରେ ଜୀବନ୍‌ ଜିବ୍‌କା

ବରପାଲି, ୩।୨ (ଡି.ଏନ.ଏ)- ଧନୀନୁ ଗରିବ୍‌ ସଭେ ପେଟ୍‌ ପାଲବାର ଲାଗି ନାନା ଉପେ ପାଁଚୁଛନ୍‌। ଯାହାର ପଏସା କଉଡ଼ ଅଛେ ବେପାର ବନିଜ କରି ଆରାମ ସେ ଚଲୁଥିଲାବେଲେ ଗରିବ୍‌ ଦୁଖି, ଖଟିଖିଆ ଲୋକ୍‌ ନିଜର ବାହାଜାଂଗଲ ମାଜି କମେଇ…

ଚରଚାରେ ଦିବ୍ୟାଙ୍ଗ ଛାତ୍ର ଜଗନ୍ନାଥ: ମନ୍‌ବଲ ଆଘେ ହାରମାନିଛେ ଅକ୍ଷମତା

ପାଇକମାଲ,୩।୨(ଡି.ଏନ.ଏ)-  କଥାରେ ଅଛେ ମନ୍‌ବଲ ଥିଲେ ସବୁ ସମ୍‌ଭବ। ଏହେଦେ ଏନ୍‌ତା ଝନେ ଦିବ୍ୟାଙ୍ଗ ଛାତ୍ର ନିଜର ମଜବୁତ୍‌ ମନ୍‌ବଲ ଲାଗି ଏହେଦେ ଚରଚାରେ ରହିଛନ୍‌। ସେ ହେଉଛନ୍‌ ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଠ ପଁଚେତ୍‌ ଭେରୁଆମୁଣ୍ଡା ଗଁାର କ୍ଷୀରୋଦ୍ର…

ମଉଲିକ୍‌ ସୁବିଧାରୁ ବଁଚିତ୍‌ ସାଲମାପାଲି ଗାଁବାସୀ

ଗଣ୍ଡତୁରୁମ, ୩।୨ (ଡି.ଏନ୍‌.ଏ.)- ଦେଶ୍‌ ସୁଆଧୀନ ହେବାର ଆଏଜ୍‌କେ ୭୦ ବଛର ବିତିଯାଇଛେ। କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗାଁର ବିକାଶ କଥା କହୁଛନ୍‌। ହେଲେ ଆମର ରାଏଜେ ଆଏଜ୍‌ ବି ଏନ୍‌ତା ଅନେକ ଗାଁଗଁଡ଼ା ଅଛେ ଯେନ୍‌ଠାନେ ଲୋକ୍‌…

ସିଟି ହସ୍ପିଟାଲ ଦାବି: ଦୋକାନବଜାର ବନ୍ଦକଲେ ସହରବାସୀ

ବରଗଡ଼ ଅଫିସ,୩।୨:  ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଅସନ୍ତୋଷର ନିଆଁ ଲିଭିବାର ନାଁ ନେଉ ନାହିଁ। ଏହି ଦାବି ନେଇ ସୋମବାର ସକାଳୁ ବରଗଡ଼ ସହରବାସୀ ଦୋକାନ, ବଜାରକୁ ସ୍ବତଃସ୍ଫୁର୍ତ୍ତ ଭାବେ ବନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri