ମଉଲିକ୍‌ ସୁବିଧାରୁ ବଁଚିତ୍‌ ସାଲମାପାଲି ଗାଁବାସୀ

ଗଣ୍ଡତୁରୁମ, ୩।୨ (ଡି.ଏନ୍‌.ଏ.)- ଦେଶ୍‌ ସୁଆଧୀନ ହେବାର ଆଏଜ୍‌କେ ୭୦ ବଛର ବିତିଯାଇଛେ। କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗାଁର ବିକାଶ କଥା କହୁଛନ୍‌। ହେଲେ ଆମର ରାଏଜେ ଆଏଜ୍‌ ବି ଏନ୍‌ତା ଅନେକ ଗାଁଗଁଡ଼ା ଅଛେ ଯେନ୍‌ଠାନେ ଲୋକ୍‌ ସାଧାରନ୍‌ ମଉଲିକ୍‌ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ମାନପୁର ପଁଚେତ୍‌ ଅଧୀନ ସାଲମାପାଲି ଗାଁରେ।
ସୂଚନା ଅନ୍‌ସାରେ ସାଲମାପାଲିଟା ଗୁଟେ ଓ୍ବାର୍ଡକେ ନେଇ ରହିଛେ। ଗାଁରେ ୩୦ ପରିବାରର ପାଖାପାଖି ୨ଶହ ଲୋକ୍‌ ବାସ୍‌ କରୁଛନ୍‌। ସେ ଭିତ୍‌ରୁ ୧୫୦ ଲୋକ୍‌ ହେଉଛନ୍‌ ଭୋଟର। ହେଲେ ଇ ଗାଁକେ ଆଏଜ୍‌ ବି ଫିଦିନିଅଁା ରାସ୍‌ତା ଖଁଡ଼େ ନଁାଇଁନ। ଗର୍ଭଣା ତରପଟୁ ଗଲେ ଗୁଟେ ଅନାବାଦୀ ପଡ଼ିଆ ଦେଇ ରାସ୍‌ତା ରହିଛେ। ଆରଗୁଟେ ରାସ୍‌ତା ମହଲେ କାଳେଶ୍ୱର ପ୍ରାଥମିକ ବିଦ୍ୟାଲୟ ତରାରେ ରହିଛେ। ହେଲେ ରାସ୍‌ତାଟା ଖାଲନାଲ ଆର ଅଁାଠେ କାଦୋରେ ଭରି ରହିଛେ। ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ୨ଟା ନଲ୍‌ଚୁଅଁା ରହିଛେ। ହେଲେ ବଡ଼ଭାଗି ସମିଆ ପାଏନ୍‌ ନାଇଁ ବାହାରବାର ଲାଗି ଲୋକ୍‌ ହଟ୍‌ହଟା ହେଉଛନ୍‌। ସେନ୍‌ତା ଗାଁବାସୀ ଦିହିପା ଲାଗି ପାସର ଦାତୁକପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିରଭର କରୁଛନ୍‌। ହେଲେ ବହୁତ୍‌ ଦିନ୍‌ ହେଲା ସ୍ବାସ୍ଥ୍ୟକେନ୍ଦ୍ରଟା ଡାକ୍‌ତର ଅଭାବୁ ଫାର୍ମାସିଷ୍ଟ ଭରସାରେ ଚାଲିଛେ। ଏନ୍‌ତାଥି ଗଁାବାସୀ ସାଧା ଜରତପ୍‌ ଲାଗି ବି ୪୦ କି.ମି. ଦୂରିଆ କାଦୋବାହାଲ ସ୍ବାସ୍ଥ୍ୟକେନ୍ଦ୍ରକେ ଯାଇ ହଇରାନ ହରକତ୍‌ ହେଉଛନ୍‌। ସେନ୍‌ତା ଗଁାରେ ସ୍କୁଲ ତ ଦୂରର କଥା ଛୁଆମାନକର ଲାଗି ଅଙ୍ଗନଓ୍ବାଡି କି ମିନି ଅଙ୍ଗନଓ୍ବଡି କେନ୍ଦ୍ରଟେ ନଁାଇଁନ। ଏନ୍‌ତାଥି ଗଁାର ଛୋଟ ଛୋଟ ଛୁଆମାନକୁ ଫିଦିନ ମା’ବାପ୍‌ମାନେ ୨ କି.ମି. ଦୂରିଆ ମହୁଲେ ଗାଁର ଅଙ୍ଗନଓ୍ବାଡି କେନ୍ଦ୍ରକେ ନେବାର ଆନବାର କରୁଛନ୍‌। ଯେନ୍‌ଥିରଲାଗି ସବୁ ଛୁଆ ଫିଦିନ ଅଙ୍ଗନଓ୍ବାଡିକେ ପାଠ୍‌ପଢ଼ି ଯାଇ ନାଇଁପାରବାର। ଅନେକ ସମିଆରେ ଛୁଆମାନେ ପାଠ୍‌ପଢ଼ା ସଂଗେ ପୁଷ୍ଟିକର ଖାଏଦ୍‌ରୁ ବଁଚିତ୍‌ ହେଉଛନ୍‌। ଏହେଦେ ଦୁନିଅଁା କେନ୍‌ନୁ କେନ୍‌କେ ଗଲାବେଲେ ଗାଁବାସୀ ବିଦ୍ୟୁତ୍‌ ସେବାରୁ ବଁଚିତ୍‌ ହେଇ ବେଲ୍‌ବୁଡ଼ଲେ ଲାଲ୍‌ଟିନ୍‌ ଡିବ୍‌ରିରେ ଜୀବନ୍‌ ବିତଉଛନ୍‌। ସେନ୍‌ତା ହାଇସ୍କୁଲ, କଲେଜରେ ପଢ଼ୁଥିବାର ଗାଁର ଛାତ୍ରୀଛାତ୍ର ରାସ୍‌ତାଘାଟ ଅଭାବୁ ନାନା ସମସିଆର ସାମନା କରୁଛନ୍‌। ଏନ୍‌ତାଥି ବରଷା ଦିନର କଥା ନାଇଁ କହେବାର ଭଲ। ଗାଁର ବିକାଶ କଥା କହେଲେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଗାଁ ଭିତରର ରାସ୍‌ତାଟା କଂକ୍ରିଟ ଆର ସିଏଫ୍‌ସି ଯୋଜନାରେ ଇନ୍‌ଫୋଥେଟର ଘର ତିଆର ହେଇଛେ। ସେନ୍‌ତା ଗାଁବାସୀ ସରକାରୀ ଯୋଜନାରେ ଚାଉଲ, କିରୋସିନୀ ପାଉଥିଲାବେଲେ ଗାଁର ଅନେକ ବୁଢ଼ାବୁଢ଼ି, ବିଧବା ଭତା ପାଏବାରୁ ବଁଚିତ୍‌ ଥିବାର ଜନାଯାଇଛେ। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ମଉଲିକ୍‌ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri