ମଉଲିକ୍‌ ସୁବିଧାରୁ ବଁଚିତ୍‌ ସାଲମାପାଲି ଗାଁବାସୀ

ଗଣ୍ଡତୁରୁମ, ୩।୨ (ଡି.ଏନ୍‌.ଏ.)- ଦେଶ୍‌ ସୁଆଧୀନ ହେବାର ଆଏଜ୍‌କେ ୭୦ ବଛର ବିତିଯାଇଛେ। କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗାଁର ବିକାଶ କଥା କହୁଛନ୍‌। ହେଲେ ଆମର ରାଏଜେ ଆଏଜ୍‌ ବି ଏନ୍‌ତା ଅନେକ ଗାଁଗଁଡ଼ା ଅଛେ ଯେନ୍‌ଠାନେ ଲୋକ୍‌ ସାଧାରନ୍‌ ମଉଲିକ୍‌ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ମାନପୁର ପଁଚେତ୍‌ ଅଧୀନ ସାଲମାପାଲି ଗାଁରେ।
ସୂଚନା ଅନ୍‌ସାରେ ସାଲମାପାଲିଟା ଗୁଟେ ଓ୍ବାର୍ଡକେ ନେଇ ରହିଛେ। ଗାଁରେ ୩୦ ପରିବାରର ପାଖାପାଖି ୨ଶହ ଲୋକ୍‌ ବାସ୍‌ କରୁଛନ୍‌। ସେ ଭିତ୍‌ରୁ ୧୫୦ ଲୋକ୍‌ ହେଉଛନ୍‌ ଭୋଟର। ହେଲେ ଇ ଗାଁକେ ଆଏଜ୍‌ ବି ଫିଦିନିଅଁା ରାସ୍‌ତା ଖଁଡ଼େ ନଁାଇଁନ। ଗର୍ଭଣା ତରପଟୁ ଗଲେ ଗୁଟେ ଅନାବାଦୀ ପଡ଼ିଆ ଦେଇ ରାସ୍‌ତା ରହିଛେ। ଆରଗୁଟେ ରାସ୍‌ତା ମହଲେ କାଳେଶ୍ୱର ପ୍ରାଥମିକ ବିଦ୍ୟାଲୟ ତରାରେ ରହିଛେ। ହେଲେ ରାସ୍‌ତାଟା ଖାଲନାଲ ଆର ଅଁାଠେ କାଦୋରେ ଭରି ରହିଛେ। ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ୨ଟା ନଲ୍‌ଚୁଅଁା ରହିଛେ। ହେଲେ ବଡ଼ଭାଗି ସମିଆ ପାଏନ୍‌ ନାଇଁ ବାହାରବାର ଲାଗି ଲୋକ୍‌ ହଟ୍‌ହଟା ହେଉଛନ୍‌। ସେନ୍‌ତା ଗାଁବାସୀ ଦିହିପା ଲାଗି ପାସର ଦାତୁକପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିରଭର କରୁଛନ୍‌। ହେଲେ ବହୁତ୍‌ ଦିନ୍‌ ହେଲା ସ୍ବାସ୍ଥ୍ୟକେନ୍ଦ୍ରଟା ଡାକ୍‌ତର ଅଭାବୁ ଫାର୍ମାସିଷ୍ଟ ଭରସାରେ ଚାଲିଛେ। ଏନ୍‌ତାଥି ଗଁାବାସୀ ସାଧା ଜରତପ୍‌ ଲାଗି ବି ୪୦ କି.ମି. ଦୂରିଆ କାଦୋବାହାଲ ସ୍ବାସ୍ଥ୍ୟକେନ୍ଦ୍ରକେ ଯାଇ ହଇରାନ ହରକତ୍‌ ହେଉଛନ୍‌। ସେନ୍‌ତା ଗଁାରେ ସ୍କୁଲ ତ ଦୂରର କଥା ଛୁଆମାନକର ଲାଗି ଅଙ୍ଗନଓ୍ବାଡି କି ମିନି ଅଙ୍ଗନଓ୍ବଡି କେନ୍ଦ୍ରଟେ ନଁାଇଁନ। ଏନ୍‌ତାଥି ଗଁାର ଛୋଟ ଛୋଟ ଛୁଆମାନକୁ ଫିଦିନ ମା’ବାପ୍‌ମାନେ ୨ କି.ମି. ଦୂରିଆ ମହୁଲେ ଗାଁର ଅଙ୍ଗନଓ୍ବାଡି କେନ୍ଦ୍ରକେ ନେବାର ଆନବାର କରୁଛନ୍‌। ଯେନ୍‌ଥିରଲାଗି ସବୁ ଛୁଆ ଫିଦିନ ଅଙ୍ଗନଓ୍ବାଡିକେ ପାଠ୍‌ପଢ଼ି ଯାଇ ନାଇଁପାରବାର। ଅନେକ ସମିଆରେ ଛୁଆମାନେ ପାଠ୍‌ପଢ଼ା ସଂଗେ ପୁଷ୍ଟିକର ଖାଏଦ୍‌ରୁ ବଁଚିତ୍‌ ହେଉଛନ୍‌। ଏହେଦେ ଦୁନିଅଁା କେନ୍‌ନୁ କେନ୍‌କେ ଗଲାବେଲେ ଗାଁବାସୀ ବିଦ୍ୟୁତ୍‌ ସେବାରୁ ବଁଚିତ୍‌ ହେଇ ବେଲ୍‌ବୁଡ଼ଲେ ଲାଲ୍‌ଟିନ୍‌ ଡିବ୍‌ରିରେ ଜୀବନ୍‌ ବିତଉଛନ୍‌। ସେନ୍‌ତା ହାଇସ୍କୁଲ, କଲେଜରେ ପଢ଼ୁଥିବାର ଗାଁର ଛାତ୍ରୀଛାତ୍ର ରାସ୍‌ତାଘାଟ ଅଭାବୁ ନାନା ସମସିଆର ସାମନା କରୁଛନ୍‌। ଏନ୍‌ତାଥି ବରଷା ଦିନର କଥା ନାଇଁ କହେବାର ଭଲ। ଗାଁର ବିକାଶ କଥା କହେଲେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଗାଁ ଭିତରର ରାସ୍‌ତାଟା କଂକ୍ରିଟ ଆର ସିଏଫ୍‌ସି ଯୋଜନାରେ ଇନ୍‌ଫୋଥେଟର ଘର ତିଆର ହେଇଛେ। ସେନ୍‌ତା ଗାଁବାସୀ ସରକାରୀ ଯୋଜନାରେ ଚାଉଲ, କିରୋସିନୀ ପାଉଥିଲାବେଲେ ଗାଁର ଅନେକ ବୁଢ଼ାବୁଢ଼ି, ବିଧବା ଭତା ପାଏବାରୁ ବଁଚିତ୍‌ ଥିବାର ଜନାଯାଇଛେ। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ମଉଲିକ୍‌ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri