ଲାଞ୍ଚ ନେଇ ଧରାପଡ଼ିଥିଲେ ଜନସ୍ବାସ୍ଥ୍ୟ ଅଧିକାରୀ: ଡାକ୍ତରଖାନାରୁ ବାହାରି ଜେଲ ହାଜତକୁ ଗଲେ
ବରଗଡ଼ ଅଫିସ,୨୪।୪- ଖାଦ୍ୟ ନିରାପତ୍ତା ଲାଇସେନ୍ସ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁଙ୍କୁ ଶନିବାର ସମ୍ବଲପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ…
କାର୍କୁ ମୁହାଁମୁହିଁ ପିଟିଲା ବସ୍; ଜଣେ ଆରୋହୀଙ୍କ ଜୀବନ ଗଲା
ବରଗଡ଼ ଅଫିସ,୨୪।୪- ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକରେ ରବିବାର ଭୋର ପ୍ରାୟ ସାଢେ ୪ଟାରେ ଏକ ଯାତ୍ରୀବାହୀ ବସ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ କାର୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ,…
ବାପ-ପୁଅଙ୍କୁ ହତ୍ୟା
ବରଗଡ଼ ଅଫିସ୍,୨୧।୪: ବରଗଡ଼ ଟାଉନ ଥାନା ଅଧୀନ ରୁହୁଣିଆ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବାପପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାପା ଦେବ ସିନ୍ଧ୍ରିଆ(୬୦) ଏବଂ ପୁଅ ରତନ ସିନ୍ଧ୍ରିଆ(୨୭) । ସେହିପରି ରତନଙ୍କ…
୧୪ ଘଣ୍ଟା ବିତିଲା: ହଟି ନାହିଁ ରାସ୍ତା ଅବରୋଧ, ମୃତଦେହ ରଖି ରାସ୍ତାରେ ଆନ୍ଦୋଳନକାରୀ
ବରଗଡ଼ ଅଫିସ,୨୧ା୪:ବରଗଡ଼ ସହରର ଭଟଲି ଛକ ନିକଟରେ ବୁଧବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଟ୍ରକ ଚାପାରେ ଜଣେ ବାଇକ୍ ଆରୋହୀ ତଥା ସହର ଉପକଣ୍ଠ ଡାଙ୍ଗ ନଦୀପଡ଼ାର କିଶୋର କୁମାର ବେଲଘରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।…
ଲାଞ୍ଚ ନେବା ଘଟଣା: କୋର୍ଟ ଚାଲାଣବେଳେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଜନସ୍ବାସ୍ଥ୍ୟ ଅଧିକାରୀ
ବରଗଡ଼ ଅଫିସ,୨୦ା୪: ଲାଞ୍ଚ ନେବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବୁଧବାର ପୂର୍ବାହ୍ନରେ ସମ୍ବଲପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଯୋଗୁ ଡା.…
ଭିଜିଲାନ୍ସ ଜାଲରେ ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ
ବରଗଡ଼ ଅଫିସ,୧୯।୪- ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ନୂତନ ହୋଟେଲ ପାଇଁ ଖାଦ୍ୟ ନିରାପତ୍ତା ଲାଇସେନ୍ସ ପାଇଁ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେ ମଙ୍ଗଳବାର ଧରାପଡିଛନ୍ତି। ତାଙ୍କ…
ମା’ଙ୍କ ଗଳାକୁ ବ୍ଲେଡରେ କାଟି ମାରିଦେଲା ପୁଅ
ବରପାଲି,୧୯।୪(ଡିଏନଏ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ମଙ୍ଗଳବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମା’ଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରି ଅଖାରେ ଭର୍ତ୍ତି କରିଦେଇଥିଲେ ପୁଅ। ସୂଚନାଯୋଗ୍ୟ, କୁମ୍ଭାରୀ ଗ୍ରାମର ବନ୍ଧପଡ଼ା…
ପାଣିରେ ବୁଡ଼ି ଚାଲିଗଲା ଇସ୍ରୋ ବୈଜ୍ଞାନିକଙ୍କ ଜୀବନ
ବରଗଡ଼ ଅଫିସ,୧୮ା୪: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଇସ୍ରୋ(ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ)ରେ କାର୍ଯ୍ୟରତ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନ(୨୭)ଙ୍କ ସୋମବାର ମୃତ୍ୟୁ ହୋଇଛି। ଗ୍ରାମର ଏକ ଜଳାଶୟରେ ଗାଧୋଉ ଥିବାବେଳେ…
ମାଓବାଦୀ ପୋଷ୍ଟରରେ ରାସ୍ତା ନିର୍ମାଣ ଦୁର୍ନୀତିକୁ ବିରୋଧ
ଅମ୍ବାଭୋନା,୧୭।୪(ଡି.ଏନ.ଏ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକରେ ମାଓବାଦୀମାନେ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି। ଦୀର୍ଘଦିନର ନିରବତା ପରେ ରବିବାର ଉକ୍ତ ବ୍ଲକ ଅନ୍ତର୍ଗତ ଲଖନପୁର ନିକଟସ୍ଥ ଚକ୍ରାମାଳ-ବାବେବିରା ମୁଖ୍ୟରାସ୍ତାର ଚକ୍ରାମାଳ ପୋଲ ନିକଟରେ ମାଓବାଦୀଙ୍କ ଏକ ପୋଷ୍ଟର ଟଙ୍ଗାଯାଇଥିବା ରବିବାର ଦେଖିବାକୁ…
ଯାତ୍ରା ଦେଖିବାକୁ ଆସି ଯୁବକଙ୍କ ପ୍ରାଣ ଗଲା
ଅତାବିରା,୧୬ା୪(ଡି.ଏନ୍.ଏ.): ବରଗଡ଼ ଜିଲା ଭେଡେନ ବ୍ଲକ ସଂକ୍ରୀଡ଼ା ବିନ୍ଧ୍ୟବାସିନୀ ପାହାଡ଼ରେ ହେଉଥିବା ଯାତ୍ରା ଦେଖିବାକୁ ଆସି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ଡାଲବୀ ଗ୍ରାମର କାହ୍ନା ମିଶ୍ର(୩୧) ବୋଲି ଜଣାପଡ଼ିଛି। ଭୀମସାର୍, ବୁର୍ଲାରେ ଚିକିତ୍ସାଧୀନ…
ବଜରଙ୍ଗ-ଭୀମ ଆର୍ମି କର୍ମୀ ହାତାହାତି
ସରଣ୍ଡା/ଅତାବିରା,୧୪।୪(ଡି.ଏନ୍.ଏ): ଗୁରୁବାର ସବୁଠି ହନୁମାନ ଜୟନ୍ତୀ ଏବଂ ଆମ୍ବେଡ଼କର ଜୟନ୍ତୀ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଇଛି । ହେଲେ ବରଗଡ଼ ଜିଲା ଗୋଡ଼ଭଗା, ଅତାବିରାରେ ବଜରଙ୍ଗ ଦଳ ଏବଂ ଭୀମଆର୍ମି ଦଳର କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି । ବାଇକ୍ ଭଙ୍ଗାରୁଜା…
ମିଳିଲା ଶତାଧିକ ଚୋରି ମୋବାଇଲ
ବରଗଡ଼ ଅଫିସ,୧୩ା୪: ବରଗଡ଼ ଜିଲା ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର୍ ସେଲର ସହାୟତା ନେଇ ପୋଲିସ ୧୦୧ଟି ମୋବାଇଲ ଜବତ କରିଛି। ଜବତ ମୋବାଇଲର ସମୁଦାୟ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ବୁଧବାର…

