ରାସ୍ତାରେ ଗଦା କଲେ ପରିବା
ବରଗଡ଼ ଅଫିସ୍,୮।୯: ବରଗଡ଼ ଏକ କୃଷିପ୍ରଧାନ ଜିଲା। ଧାନ ପରି ପରିବା ଉତ୍ପାଦନରେ ମଧ୍ୟ ଏହି ଜିଲା ପଛରେ ପଡ଼ିନାହିଁ। କିନ୍ତୁ ଧାନବିକ୍ରି ଭଳି ପରିବା ବିକ୍ରିରେ ମଧ୍ୟ ଚାଷୀଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ବୁଧବାର ଜିଲାର ଚାଷୀମାନେ…
ମନ୍ଦିରରେ ପୂଜକ କଲେ ବଳାତ୍କାର ଉଦ୍ୟମ
ପାଇକମାଲ,୩।୯(ଡି.ଏନ.ଏ): ବରଗଡ଼ ଜିଲା ପାଇକମାଲ ଦୁର୍ଗା ମନ୍ଦିର ପୂଜକ ଦିଗାମ୍ବର ଦେବତାଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆସିଛି। ଏତଲାକୁ ଭିତ୍ତି କରି ପୋଲିସ ଦଫା ୩୭୬, ୫୧୧ରେ ଏକ ମାମଲା(ନଂ.୧୬୯/୨୧) ରୁଜୁ କରି ଅଭିଯୁକ୍ତ ପୂଜକ ଦିଗାମ୍ବରଙ୍କୁ ଗିରଫ କରିଛି।…
ମହିଳାଙ୍କୁ ଗଣବଳାତ୍କାର, ଘରପୋଡ଼ି ମାମଲା: ଏସ୍ପି, ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ
ବରଗଡ଼ ଅଫିସ,୩।୯: ବରଗଡ଼ ଜିଲା ଗାଇସିଲେଟ ଥାନା ଅଞ୍ଚଳରେ ଗତ ମାସ ୧୧ ତାରିଖ ଘଟିଥିବା ଦଳିତ ମହିଳାଙ୍କୁ ଗଣବଳାତ୍କାର ଏବଂ ଘରପୋଡ଼ି ମାମଲାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ଉକ୍ତ ମାମଲାର ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏପର୍ଯ୍ୟନ୍ତ ୭…
ନୂଆଁଖାଇରେ ଅଡୁଆ ଯୁକ୍ତ ୩ ନାମଲେଖା
ବରଗଡ଼ ଅଫିସ୍,୨।୯: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ୧୧ତାରିଖ ପାଳନ କରାଯିବ । ଏହି ଦିନ ଯୁକ୍ତ ୩ ନାମଲେଖା ଆରମ୍ଭ ହେଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ନୂଆଁଖାଇରେ ନାମଲେଖାକୁ ବିରୋଧ…
ସୁରକ୍ଷା ଦାବି କଲା ହସ୍ପିଟାଲ ବଞ୍ଚାଅ ଅଭିଯାନ: ଡାକ୍ତରଖାନାରେ ଧାରଣାରେ ବସିଲେ
ବରଗଡ଼ ଅଫିସ,୩୧।୮: ବରଗଡ଼ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ଭୋରରୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ପରେ ସେଠାରେ ସୁରକ୍ଷା ଚିନ୍ତା ବଢ଼ିଯାଇଛି। ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ସୁରକ୍ଷା…
ଡାକ୍ତରଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ: ବରଗଡ଼-ଛତିଶଗଡ଼ ଯାତାୟତ ବିଚ୍ଛିନ୍ନ
ବରଗଡ଼ ଅଫିସ/ଅମ୍ବାଭୋନା,୩୧।୮: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ହିତାକାଂକ୍ଷୀ ପ୍ରଧାନଙ୍କୁ ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ବଦଳି ହୋଇଛି। ବଦଳି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ…
ଜେଲ ଗଲେ ବିଜେପୁର ବିଡିଓ
ସୋନପୁର/ବିଜେପୁର,୨୯।୮(ନି.ପ୍ର./ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ପଦ୍ମନାଭ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ରବିବାର ଗିରଫ କରିଛି। ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ବିଚାରପତି ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ବଲାଙ୍ଗୀର ଜେଲ ହାଜତକୁ…
ମୋଟା ଅଙ୍କର ଟଙ୍କା ସହିତ ଧରାପଡ଼ିଲେ ବିଜେପୁର ବିଡିଓ
ସୋନପୁର/ବିଜେପୁର,୨୯ା୮(ନି.ପ୍ର./ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ପଦ୍ମନାଭ ସାମନ୍ତରାୟ ରବିବାର ଭୋର୍ରୁ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ମୋଟାଅଙ୍କର ଟଙ୍କା ଧରି ଏକ ଗାଡ଼ିରେ ପୁରୀ ଜିଲା ଗଡଚାନ୍ଦପୁର ଗ୍ରାମର ନିଜ ଘରକୁ ଯାଉଥିବା ସୂଚନା ପାଇ…
୧୬ ଦିନ ହେଲା ନ୍ୟାୟ ଅପେକ୍ଷାରେ ଗଣବଳାତ୍କାର ପୀଡ଼ିତା
ବରଗଡ଼ ଅଫିସ୍,୨୭।୮: ବରଗଡ଼ ଜିଲା ଗାଇସିଲେଟ ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଘରପୋଡ଼ି ମାମଲା ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ୧୨ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରିଛି। ଗିରଫ…
ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ସିରପ
ବରଗଡ଼ ଅଫିସ,୨୭।୮: ବରଗଡ଼ ସହରର ଗଳିକନ୍ଦିରେ ଚାଳିଛି ନିଶା କାରବାର। ଏଥିରୁ ସ୍ଥାନୀୟ ଉପ କାରାଗାର(ସବ୍ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଶୁକ୍ରବାର ବରଗଡ଼ ଟାଉନ ଥାନା ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲା। ଚଢାଉ ବେଳେ ସବ୍ଜେଲରେ କାର୍ଯ୍ୟରତ…
ଭିଜିଲାନ୍ସ ଜାଲରେ ବେହେରାପାଲି ପିଇଓ
ସୋହେଲା,୨୬।୮(ଡି.ଏନ୍.ଏ.)- ବରଗଡ଼ ଜିଲା ସୋହେଲା ବ୍ଳକ ଅନ୍ତର୍ଗତ ବେହେରାପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅନିଲ ପାଢୀଙ୍କ ବାସଭବନରେ ଗୁରୁବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ବିଜେପୁର ବ୍ଳକ ଅନ୍ତର୍ଗତ ଲାଉମୁଣ୍ଡା…
ଖଟିଆରେ ବୁହା ହେଲେ ରୋଗୀ
ବରଗଡ଼ ଅଫିସ,୨୪।୮: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମକୁ ଏଯାବତ୍ ଭଲ ରାସ୍ତାଟିଏ ହୋଇପାରି ନାହିଁ। ଅନ୍ୟପକ୍ଷରେ ଏହି ଗ୍ରାମକୁ ସଂଯୋଗ କରୁଥିବା ପତ୍ରାପାଲି-ଭୁତଟିକ୍ରା ରାସ୍ତା ମଧ୍ୟ ବର୍ଷବର୍ଷ ଧରି ଶୋଚନୀୟ ହୋଇ ପଡିଛି। ଫଳରେ…
Archives


