୧୬ ଦିନ ହେଲା ନ୍ୟାୟ ଅପେକ୍ଷାରେ ଗଣବଳାତ୍କାର ପୀଡ଼ିତା

ବରଗଡ଼ ଅଫିସ୍‌,୨୭।୮: ବରଗଡ଼ ଜିଲା ଗାଇସିଲେଟ ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଘରପୋଡ଼ି ମାମଲା ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ୧୨ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନିହାର ସାହୁ, ମୁନୁ ପଣ୍ଡା, ଖେଡ଼ୁ ସାହୁ ଏବଂ ଠୁର୍ଲି ସାହୁ । ପୀଡ଼ିତାଙ୍କ ଏତଲାକ୍ରମେ ଅଭିଯୁକ୍ତଙ୍କ ବିରୋଧରେ ଗାଇସିଲେଟ ଥାନାରେ ଦଫା ୧୪୭, ୧୪୮, ୧୪୯, ୫୦୬, ୨୯୪, ୪୨୭, ୪୫୨, ୪୩୬, ୩୦୭, ୩୯୫, ୩୭୬(ଡି), ୩ଏସଟିଏସସି ପି.ଏ ଆକ୍ଟରେ ଏକ ମାମଲା (ନଂ.୧୪୭/୨୧) ରୁଜୁ ହୋଇଛି । ଏ ନେଇ ପଦ୍ମପୁର ଏସ୍‌ଡ଼ିପିଓ ବିଭୁତି ଭୂଷଣ ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ପଦ୍ମପୁର ଡାକ୍ତରଖାନାରେ ପୂର୍ବରୁ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫେରାର୍‌ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ ପାଇଁ ଉଦ୍ୟମ ଚାଲିଛି ବୋଲି ଏସ୍‌ଡ଼ିପିଓ ଭୋଇ କହିଛନ୍ତି ।
ସୂଚନାଯୋଗ୍ୟ, ପୀଡ଼ିତାଙ୍କ ପୁଅ ଏବଂ ଗ୍ରାମର ଅନ୍ୟ ଜଣେ ଯୁବତୀ ଗତ ରଥଯାତ୍ରା ସମୟରୁ ନିଖୋଜ ଅଛନ୍ତି। ତେବେ ନିଖୋଜ ଯୁବତୀଙ୍କୁ ତାଙ୍କ ପୁଅ ନେଇ ଯାଇଥିବା କହି ଉମାକାନ୍ତ ସାହୁ, ନିହାର ସାହୁ, ପ୍ରୀତମ ସାହୁ, ଶ୍ୟାମ ସାହୁ, ବାବୁଲୁ ଖମାରୀ, ମୁନୁ ପଣ୍ଡା, ଖେଡୁ ସାହୁ, ଯୁଗୀ ଖମାରୀ, କମଳା ସାହୁ, ଠୁର୍ଲି ସାହୁ, ଗୀତା ସାହୁ ଏବଂ ବେଟିଖାଇ ସାହୁ ଗତ ୧୧ତାରିଖ ସନ୍ଧ୍ୟାରେ ପୀଡ଼ିତାଙ୍କ ଘରକୁ ଯାଇ ପଚରାଉଚୁରା କରିଥିଲେ। ସେ ତାଙ୍କ ପୁଅ, ସମ୍ପୃକ୍ତ ଯୁବତୀଙ୍କ ନିଖୋଜ ସମ୍ପର୍କରେ କିଛି ଜାଣି ନ ଥିବା କହିବା ପରେ ଦଳବଦ୍ଧ ହୋଇ ସେମାନେ ଉକ୍ତ ମହିଳାଙ୍କୁ ମାଡ଼ ମାରିଥିଲେ। ପରେ ଉମାକାନ୍ତ, ନିହାର, ବାବୁଲୁ, ପ୍ରୀତମ, ଶ୍ୟାମ ଏବଂ ମୁନୁ ତାଙ୍କୁ ବଳାତ୍କାର କରିଥିଲେ ଏବଂ ୫ହଜାର ଟଙ୍କା, ମୋବାଇଲ ଆଦି ଲୁଟି ନେବା ସହିତ ଘରକୁ ପୋଡ଼ି ଦେଇଥିବା ନେଇ ପୀଡ଼ିତା ଗତ ୧୨ତାରିଖରେ ଗାଇସିଲେଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୁକ୍ତଙ୍କ ଗିରଫ ଦାବି କରାଯାଇଛି। ଗତ ୨୪ତାରିଖରେ ବରଗଡ଼ ଜିଲା ସମ୍ବିଧାନ ସୁରକ୍ଷା ମଞ୍ଚର ଏକ ପ୍ରତିନିଧି ଦଳ ଏହି ଘଟଣା ନେଇ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଏବଂ ଏସ୍‌ପି ରାହୁଲ ଜୈନଙ୍କୁ ଭେଟିବା ପରେ ପୋଲିସ ତତ୍ପର ହୋଇ ପଡ଼ିଛି। ପୀଡ଼ିତାଙ୍କୁ ଭୀମସାର ଡାକ୍ତରଖାନାରେ ଭର୍ତ୍ତି କରଯାଇଛି। ସେହିପରି ରେଡ଼କ୍ରସ ପାଣ୍ଠିରୁ ପୀଡ଼ିତାଙ୍କୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ତେନ୍ଦୁଲକରଙ୍କ ବିବାହକୁ ନେଇ ଚର୍ଚ୍ଚା: ଝିଅର ଜୀବନସାଥୀକୁ ନେଇ ସଚିନ କହିଲେ…

ମୁମ୍ବାଇ,୫।୧୧: କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସାରା ନିଜ ଜନ୍ମଦିନ ସେଲିବ୍ରେଶନ୍‌ର ଏକ ଭିଡିଓ…

ଏଣିକି ନବମ ଶ୍ରେଣୀରୁ ବିଜନେସ୍‌ ଶିଖିବେ ପିଲା, NCERT ବହିରେ ଯୋଡ଼ିହେଲା….

ନୂଆଦିଲ୍ଲୀ,୫ା୧୧: ନବମ ଶ୍ରେଣୀର ପାଠ୍ୟପୁସ୍ତକରେ ବଡ଼ ପରିବର୍ତ୍ତନ କରିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (NCERT)। ସାମାଜିକ ବିଜ୍ଞାନର ନୂଆ ପୁସ୍ତକର ଦ୍ୱିତୀୟ ଭାଗର…

କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ଡିଏଲ୍‌ଓଙ୍କୁ ଭେଟିଲେ ପରିବାରବର୍ଗ

ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): କେରଳରେ ସଡ଼କ ଦୁର୍ଘଟଣାରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଝରପୋଖରୀ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଗ୍ରାମର ଜଗବନ୍ଧୁ ଦାସଙ୍କ…

ଈଶ୍ୱର ବିନ୍ଧାଣୀଙ୍କ ଘରେ ୧୭ ଘଣ୍ଟା ଧରି ଚଢ଼ାଉ କରୁଥିଲା ଇଡି, ଆସିଲା ବଡ଼ ଟ୍ବିଷ୍ଟ୍‌; ଘରୁ ମିଳିଲା….

ଉଦଳା,୫।୧୧(ସନ୍ତୋଷ କୁାର ବାଛିନି): ବେଆଇନ ଆର୍ଥିକ କାରବାର ଓ ୧୨୨ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ୧୭ ଘଣ୍ଟା ଧରି ଚଢ଼ାଉ…

ବରିଷ୍ଠ ଅଧିକାରୀଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି…

ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟ ସମୟରେ ଗଞ୍ଜାମ ଜିଲାବାସୀଙ୍କୁ ବିପଦରୁ ଉଦ୍ଧାର, ଥଇଥାନ ଓ ରିଲିଫ ଯୋଗାଣ ପାଇଁ ପ୍ରଶାସନିକ ଅଧିକାରୀ ଓ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା, ଏବେ ମିଳିବ ଏତେ ଟଙ୍କା ଏରିୟର

ନୂଆଦିଲ୍ଲୀ, ୫।୧୧: ପାର୍ବଣ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜ କର୍ମଚାରୀ ଓ ପେନସନଭୋଗୀଙ୍କ ଉପରେ ଉପହାର ବର୍ଷା ଜାରି ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ ଓ…

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତକୁ ଝଟ୍‌କା! ଦଳରୁ ବାଦ୍‌ ପଡିଲେ ଷ୍ଟାର୍‌ ଖେଳାଳି, ପ୍ଲେଇଂ-୧୧ କିଏ ସ୍ଥାନ ପାଇଲେ ଦେଖନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଯାଇଛି। ଉଭୟ ଦେଶ ମଧ୍ୟରେ ମୋଟ ୫ଟି ମ୍ୟାଚ ଖେଳାଯିବ। ପ୍ରଥମ ମୁକାବିଲାରେ ଟିମ…

ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍‌ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର

ବସ୍ତା,୫ା୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଗାନ୍ଧୀ ଛକଠାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି। ଏହି ଚଢ଼ାଉରେ ବାଲିଆପାଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?