ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ସିରପ

ବରଗଡ଼ ଅଫିସ,୨୭।୮: ବରଗଡ଼ ସହରର ଗଳିକନ୍ଦିରେ ଚାଳିଛି ନିଶା କାରବାର। ଏଥିରୁ ସ୍ଥାନୀୟ ଉପ କାରାଗାର(ସବ୍‌ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଶୁକ୍ରବାର ବରଗଡ଼ ଟାଉନ ଥାନା ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲା। ଚଢାଉ ବେଳେ ସବ୍‌ଜେଲରେ କାର୍ଯ୍ୟରତ ସୁଇପର ଆକାଶ ସିନ୍ଦ୍ରିଆଙ୍କ କ୍ବାର୍ଟରରୁ ୨ହଜାର ବୋତଲ କଫ ସିରପ ଜବତ କରାଯାଇଛି। ପୋଲିସ ସୁଇପର ସିନ୍ଦ୍ରିଆଙ୍କୁ ଥାନାକୁ ଆଣି ଅଧିକ ପଚରାଉଚୁରା କରୁଛି।

ଏହି କାରବାରରେ ଏକ ର଼୍ୟାକେଟ ଥିବା ଅନୁମାନ କରାଯାଉଛି। ଏହି ସମ୍ପର୍କରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ କହିଛନ୍ତି, ଘଟଣାର ଅଧିକ ତଦନ୍ତ ଚାଲିଛି। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ସ୍ଥାନୀୟ ଟାଉନ ଥାନାର କିଛି ଦୂରରେ ରହିଥିବା ଜେଲ ପରିସରରୁ ଜଣେ ଜେଲ କର୍ମଚାରୀଙ୍କ ସରକାରୀ କ୍ବାର୍ଟରରୁ ବିପୁଳ ପରିମାଣର କଫ ସିରପ ଜବତ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଅନ୍ୟପକ୍ଷେ ଜେଲ କର୍ମଚାରୀଙ୍କ କ୍ବାର୍ଟରରେ କଫ ସିରପ ସୁରକ୍ଷିତ ରଖିବାକୁ ନିଶା ମାଫିଆମାନେ ଉଚିତ ମଣିଥିବା ଏବଂ ସେଠାରୁ ଜେଲରେ ବିଚାରାଧୀନ ଭାବେ ରହିଥିବା ନିଶା ଅଭ୍ୟସ୍ତ ବନ୍ଦୀମାନଙ୍କୁ ତାହା ଯୋଗାଇ ଦିଆଯାଉଥିଲା ବୋଲି ଆଲୋଚନା ହେଉଛି। ଏହା ସହିତ ନିଶା ମାଫିଆମାନେ କଫ ସିରପ ଗଚ୍ଛିତ ରଖି ଅନ୍ୟତ୍ର ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଏହି ସମ୍ପର୍କରେ ପଚାରିବାରୁ ଜେଲର୍‌ ଅଞ୍ଜଳି ପଟେଲ କହିଛନ୍ତି, ଏହି ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ପୋଲିସ ଚଢାଉ କରିଥିଲା ଏବଂ ପୋଲିସ ହିଁ କହି ପାରିବ। ତେବେ ପୋଲିସ ଚଢାଉ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସାରିଛନ୍ତି ଏବଂ ସମ୍ପୃକ୍ତ ସୁଇପରଙ୍କ ବିରୋଧରେ ନିଶ୍ଚୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଲର୍‌ ପଟେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ପ୍ରଥମେ କରୋନା କଟକଣା ଉପରେ ଅମ୍ଫନ ଯୋଗୁ ମାଟ୍ରିକ ପରୀକ୍ଷା ମୂଲ୍ୟାୟନକୁ ସ୍ଥଗିତ କରାଯାଇଥିଲା। ହେଲେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ...

‘ମେଟଲ୍‌ ମିଟ୍‌-୨୦୧୯’; ଗ୍ରାଣ୍ଡ ଫିନାଲେକୁ ଗଲେ ଜୁନିୟର ଟପ୍‌ ୮ ଟିମ୍‌: ଭୁବନେଶ୍ୱରର ସର୍ବାଧିକ ୬ ସ୍କୁଲ

ଭୁବନେଶ୍ୱର,୩।୮(ବ୍ୟୁରୋ): ଶେଷ ହୋଇଛି ‘ମେଟଲ୍‌ ମିଟ୍‌-୨୦୧୯’ର ପ୍ରିଲିମ୍ସ ରାଉଣ୍ଡ। ଗ୍ରାଣ୍ଡ ଫିନାଲେ ପାଇଁ ଚୁଡ଼ାନ୍ତ ହୋଇଛି ‘ଟପ୍‌-୮’ଟିମ୍‌। ଫାଇନାଲକୁ ଯାଇଥିବା ଜୁନିୟର ଟିମ୍‌ଗୁଡ଼ିକମଧ୍ୟରେ ଭୁବନେଶ୍ୱରର ସର୍ବାଧିକ...

ସବୁଠି ଗାନ ହେଲା ‘ବନ୍ଦେ ଉତ୍କଳ ଜନନୀ’

ବନ୍ତ,୩୦ା୫(ସ୍ବ.ପ୍ର.):କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଶନିବାର ୫ଟା ୩୦ରେ ବନ୍ତ ବ୍ଲକର ଆଗରପଡା ଅଞ୍ଚଳରେ...

ବୁଡ଼ିଗଲେ ୨ ସାଙ୍ଗ

ରାୟଗଡ଼ା ଅଫିସ,୨୪ା୪: ପ୍ରବଳ ଗରମରୁ ସାମାନ୍ୟ ନିସ୍ତାର ପାଇବା ପାଇଁ ସାଙ୍ଗମାନଙ୍କ ସହ ସନ୍ଧ୍ୟାରେ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗଭୀର ଜଳରେ ବୁଡ଼ିଯାଇ...

ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ବହୁ ପରିମାଣର କାଠ ଜବତ

କେନ୍ଦୁଝର,୧୬।୩(ସ୍ବ.ପ୍ର.): ବନ ବିଭାଗ ଡିଭିଜନ ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ଗୁରୁବାର ଚଢାଉ କରାଯାଇଛି। ଏହି ଚଢାଉରେ ଜୁଡିଆ ଘାଟିରୁ ବହୁ ପରିମାଣର ଜାଳ କାଠ ଜବତ...

ସମ୍ବଲପୁରରେ କର୍ଫ୍ୟୁ କୋହଳ

ସମ୍ବଲପୁର ଅଫିସ,୧୬।୪: ସମ୍ବଲପୁରରେ ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ସହରରେ ଶୁକ୍ରବାର ରାତି ୧୨ଟାରୁ କଫ୍ୟୁ ଲାଗୁ କରାଯାଇଥିଲା। ବର୍ତ୍ତମାନ ଏହାକୁ କୋହଳ କରାଯାଇଛି।...

୩୫ ଲକ୍ଷ ଟଙ୍କାର ମୋବାଇଲ ଜବତ: ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ

ବଲାଙ୍ଗୀର ଅଫିସ,୨୪।୧: ବଲାଙ୍ଗୀର ରମାଇ ଟକିଜ ନିକଟ ଏକ ମୋବାଇଲ ଦୋକାନରୁ ୧୪ ତାରିଖ ରାତିରେ ୫୦ ଲକ୍ଷ ଟଙ୍କାର ମୋବାଇଲ ଲୁଟ ହୋଇଥିଲା। ବଲାଙ୍ଗୀର...

ଓଢଣୀ ଲଗାଇ ଝୁଲି ପଡ଼ିଲେ ନାବାଳିକା

ପାଟଣା,୨।୫(ସ୍ବ.ପ୍ର.):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ମଲାରପଦା ଗାଁ ନିକଟ ଏକ ସିମିରିଆ ଗଛରୁ ଜଣେ ୧୭ ବର୍ଷୀୟା ନାବାଳିକାଙ୍କର ଝୁଲନ୍ତା ମୃତଦେହ ସୋମବାର ସକାଳୁ ଉଦ୍ଧାର...

Advertisement
Archives

Model This Week