ରାସ୍ତାରେ ଗଦା କଲେ ପରିବା

ବରଗଡ଼ ଅଫିସ୍‌,୮।୯: ବରଗଡ଼ ଏକ କୃଷିପ୍ରଧାନ ଜିଲା। ଧାନ ପରି ପରିବା ଉତ୍ପାଦନରେ ମଧ୍ୟ ଏହି ଜିଲା ପଛରେ ପଡ଼ିନାହିଁ। କିନ୍ତୁ ଧାନବିକ୍ରି ଭଳି ପରିବା ବିକ୍ରିରେ ମଧ୍ୟ ଚାଷୀଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ବୁଧବାର ଜିଲାର ଚାଷୀମାନେ ପରିବା ଅଭାବୀ ବିକ୍ରିର ଅଭିନବ ପ୍ରତିବାଦ କରିଥିଲେ। ବରଗଡ଼-ସୋହେଲା ମଝିରେ ଥିବା ଦଶମାଇଲ ଛକର ୬ନମ୍ବର ଜାତୀୟ ରାଜପଥ ଉପରେ ବିଭିନ୍ନ ପ୍ରକାର ପରିବା ଗଦା କରି ଚାଷୀମାନେ ପଥଚାରୀଙ୍କୁ ତାହା ବାଣ୍ଟିଥିଲେ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜୟ କିଷାନ ଆନ୍ଦୋଳନର ନେତୃତ୍ୱରେ ଶ୍ରୀଗିଡ଼ା, ସରକଣ୍ଡା, ସାମକଁଟା, କରୋଣ୍ଡଲା, ବାଇପାଲି, ଗର୍ଭନା, ଲେବିଡ଼ି, ନଅଗାଁ, ଚକରକେନ୍ଦ, କେନପାଲି, ଭାତବିଡ଼ା ଆଦି ଅଞ୍ଚଳର ଚାଷୀମାନେ ଦଶମାଇଲ ଛକରେ ସମବେତ ହୋଇଥିଲେ। ସେମାନେ ସାଙ୍ଗରେ ଆଣିଥିବା ବାଇଗଣ, ଭେଣ୍ଡି, ପୋଟଳ, କଖାରୁ, ଲଙ୍କା ଆଦି ପ୍ରାୟ ୫ କୁଇଣ୍ଟାଲର ପରିବା ରାଜପଥ ମଝିରେ ଗଦା କରିଥିଲେ। ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ସେମାନେ ତାହା ଦୀର୍ଘ ୨ଘଣ୍ଟା ଧରି ବାଣ୍ଟିଥିଲେ। ଧାନ ଭଳି ପରିବାରେ ଅଭାବୀ ବିକ୍ରି ସ୍ଥିତି ଉପୁଜିବାରୁ ଏହା କରୋନା ତଥା ମରୁଡ଼ି କାଳରେ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାରେ ଶୀତଳ ଭଣ୍ଡାର ସ୍ଥାପନ, ଧାନ ଭଳି ବିଭିନ୍ନ ପନିପରିବାର ସହାୟକ ମୂଲ୍ୟ ନିର୍ଦ୍ଧାରଣ ଏବଂ ପରିବା ଅଭାବୀ ବିକ୍ରିର ସ୍ଥାୟୀ ସମାଧାନ ଦାବିରେ ଏଭଳି ପ୍ରତିବାଦ କରିଥିବା ଜୟ କିଷାନ ଆନ୍ଦୋଳନର ଚାଷୀନେତାମାନେ କହିଛନ୍ତି। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ଆବାହକ ଲିଙ୍ଗରାଜ ଯୋଗଦେଇ କହିଥିଲେ, ଉତ୍ପାଦିତ ପରିବାକୁ ସୁରକ୍ଷିତ ରଖିବା ପାଇଁ ଜିଲାରେ ଶୀତଳ ଭଣ୍ଡାର ସ୍ଥାପନ କରାଯାଇଥିଲେ ବର୍ତ୍ତମାନର ଅଭାବୀ ବିକ୍ରି ସମସ୍ୟା ଉପୁଜି ନ ଥାନ୍ତା। ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଜିଲାର ଗ୍ରାମାଞ୍ଚଳରେ ଚାଷୀମାନେ ବାଇଗଣ କିଗ୍ରା ପ୍ରତି ୧ରୁ ୫ଟଙ୍କା, ପୋଟଳ କିଗ୍ରା ପ୍ରତି ୧୫ରୁ ୧୮, ଟମାଟୋ କିଗ୍ରା ପ୍ରତି ୧୫, ଜହ୍ନି କିଗ୍ରା ପ୍ରତି ୨ରୁ ୧୦, ଭେଣ୍ଡି କିଗ୍ରା ପ୍ରତି ୫ରୁ ୧୦, ଶିମ୍ବ କିଗ୍ରା ପ୍ରତି ୨୦ଟଙ୍କାରେ ବିକ୍ରି କରୁଛନ୍ତି। ତେବେ ଏହି ଦରରେ ଚାଷୀଙ୍କୁ ସେହି ଫସଲରେ କରିଥିବା ଖର୍ଚ୍ଚ ମଧ୍ୟ ଭରଣା ହେଉ ନ ଥିବା ମହାପାତ୍ର କହିଛନ୍ତି। ସରକାର ଏ ଦିଗରେ ପଦକ୍ଷେପ ନ ନେଲେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri