ରାସ୍ତାରେ ଗଦା କଲେ ପରିବା

ବରଗଡ଼ ଅଫିସ୍‌,୮।୯: ବରଗଡ଼ ଏକ କୃଷିପ୍ରଧାନ ଜିଲା। ଧାନ ପରି ପରିବା ଉତ୍ପାଦନରେ ମଧ୍ୟ ଏହି ଜିଲା ପଛରେ ପଡ଼ିନାହିଁ। କିନ୍ତୁ ଧାନବିକ୍ରି ଭଳି ପରିବା ବିକ୍ରିରେ ମଧ୍ୟ ଚାଷୀଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ବୁଧବାର ଜିଲାର ଚାଷୀମାନେ ପରିବା ଅଭାବୀ ବିକ୍ରିର ଅଭିନବ ପ୍ରତିବାଦ କରିଥିଲେ। ବରଗଡ଼-ସୋହେଲା ମଝିରେ ଥିବା ଦଶମାଇଲ ଛକର ୬ନମ୍ବର ଜାତୀୟ ରାଜପଥ ଉପରେ ବିଭିନ୍ନ ପ୍ରକାର ପରିବା ଗଦା କରି ଚାଷୀମାନେ ପଥଚାରୀଙ୍କୁ ତାହା ବାଣ୍ଟିଥିଲେ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜୟ କିଷାନ ଆନ୍ଦୋଳନର ନେତୃତ୍ୱରେ ଶ୍ରୀଗିଡ଼ା, ସରକଣ୍ଡା, ସାମକଁଟା, କରୋଣ୍ଡଲା, ବାଇପାଲି, ଗର୍ଭନା, ଲେବିଡ଼ି, ନଅଗାଁ, ଚକରକେନ୍ଦ, କେନପାଲି, ଭାତବିଡ଼ା ଆଦି ଅଞ୍ଚଳର ଚାଷୀମାନେ ଦଶମାଇଲ ଛକରେ ସମବେତ ହୋଇଥିଲେ। ସେମାନେ ସାଙ୍ଗରେ ଆଣିଥିବା ବାଇଗଣ, ଭେଣ୍ଡି, ପୋଟଳ, କଖାରୁ, ଲଙ୍କା ଆଦି ପ୍ରାୟ ୫ କୁଇଣ୍ଟାଲର ପରିବା ରାଜପଥ ମଝିରେ ଗଦା କରିଥିଲେ। ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ସେମାନେ ତାହା ଦୀର୍ଘ ୨ଘଣ୍ଟା ଧରି ବାଣ୍ଟିଥିଲେ। ଧାନ ଭଳି ପରିବାରେ ଅଭାବୀ ବିକ୍ରି ସ୍ଥିତି ଉପୁଜିବାରୁ ଏହା କରୋନା ତଥା ମରୁଡ଼ି କାଳରେ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାରେ ଶୀତଳ ଭଣ୍ଡାର ସ୍ଥାପନ, ଧାନ ଭଳି ବିଭିନ୍ନ ପନିପରିବାର ସହାୟକ ମୂଲ୍ୟ ନିର୍ଦ୍ଧାରଣ ଏବଂ ପରିବା ଅଭାବୀ ବିକ୍ରିର ସ୍ଥାୟୀ ସମାଧାନ ଦାବିରେ ଏଭଳି ପ୍ରତିବାଦ କରିଥିବା ଜୟ କିଷାନ ଆନ୍ଦୋଳନର ଚାଷୀନେତାମାନେ କହିଛନ୍ତି। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ଆବାହକ ଲିଙ୍ଗରାଜ ଯୋଗଦେଇ କହିଥିଲେ, ଉତ୍ପାଦିତ ପରିବାକୁ ସୁରକ୍ଷିତ ରଖିବା ପାଇଁ ଜିଲାରେ ଶୀତଳ ଭଣ୍ଡାର ସ୍ଥାପନ କରାଯାଇଥିଲେ ବର୍ତ୍ତମାନର ଅଭାବୀ ବିକ୍ରି ସମସ୍ୟା ଉପୁଜି ନ ଥାନ୍ତା। ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଜିଲାର ଗ୍ରାମାଞ୍ଚଳରେ ଚାଷୀମାନେ ବାଇଗଣ କିଗ୍ରା ପ୍ରତି ୧ରୁ ୫ଟଙ୍କା, ପୋଟଳ କିଗ୍ରା ପ୍ରତି ୧୫ରୁ ୧୮, ଟମାଟୋ କିଗ୍ରା ପ୍ରତି ୧୫, ଜହ୍ନି କିଗ୍ରା ପ୍ରତି ୨ରୁ ୧୦, ଭେଣ୍ଡି କିଗ୍ରା ପ୍ରତି ୫ରୁ ୧୦, ଶିମ୍ବ କିଗ୍ରା ପ୍ରତି ୨୦ଟଙ୍କାରେ ବିକ୍ରି କରୁଛନ୍ତି। ତେବେ ଏହି ଦରରେ ଚାଷୀଙ୍କୁ ସେହି ଫସଲରେ କରିଥିବା ଖର୍ଚ୍ଚ ମଧ୍ୟ ଭରଣା ହେଉ ନ ଥିବା ମହାପାତ୍ର କହିଛନ୍ତି। ସରକାର ଏ ଦିଗରେ ପଦକ୍ଷେପ ନ ନେଲେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri