ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ
ନୀଳଗିରି,୨୬ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ରୁ ନୀଳଗିରି ଉପଖଣ୍ଡର କୁଲଡିହା ଅଭୟାରଣ୍ୟ ଖୋଲିବ। ବାଲେଶ୍ୱର ସହରରୁ ପ୍ରାୟତଃ ୪୦ କିଲୋମିଟର ଦୂରରେ ଥିବା ନୀଳଗିରି ଉପଖଣ୍ଡର ଏହି ଅଭୟାରଣ୍ୟ ନଭେମ୍ବର ପହିଲାରେ ପର୍ଯ୍ୟଟକଙ୍କୁ ୯ଟାରେ କେସିପୁର…
ପୁଅ ଆଗରେ ଚାଲିଗଲା ମା’ର ଜୀବନ
ନୀଳଗିରି,୨୩।୧୦(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁର ରାସ୍ତାର ଚଣ୍ଡୀପୁର ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ମଧ୍ୟାହ୍ନ ସମୟରେ ପବିତ୍ର ଦୁର୍ଗାପୂଜାର ନବମ ଦିନ ଅବସରରେ ବାଲେଶ୍ୱର ଭୀମପୁରା ଅଞ୍ଚଳର ମା’ ପଦ୍ମାବତୀ ଦେ ପୁଅ ଶିବଶଙ୍କର ଦେ…
ଦଶମୀରେ ସିନ୍ଦୂର ଖେଳ
ବାଲେଶ୍ୱର ସହରରେ ୨୦୦ବର୍ଷ ପୂର୍ବରୁ ଦୁର୍ଗା ପୂଜା ଆରମ୍ଭ ହୋଇଥିବା କିମ୍ବଦନ୍ତୀ ରହିଛି। ସହରର ବାରବାଟୀ ଅଞ୍ଚଳରେ ବସବାସ କରୁଥିବା ଜମିଦାର ପରିବାର (କର ପରିବାର, ରାଜ ପରିବାର, ଦାସ ପରିବାର ଓ ମଣ୍ଡଳ ପରିବାର) ପକ୍ଷରୁ ଘଟ ପୂଜା ଆରମ୍ଭ…
ଅନନ୍ୟ ପରମ୍ପରା, ୩୨୨ ବର୍ଷର ବଳି ଖେଳ
ବାଲେଶ୍ୱର,୨୦।୧୦(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ରାଜବାଟୀରେ ରାଜପରିବାରଙ୍କ ଦ୍ୱାରା ପ୍ରତିଷ୍ଠିତ ମା’ କନକଦୁର୍ଗା ମନ୍ଦିରରେ ଦୁର୍ଗାପୂଜା ଉପଲକ୍ଷେ ପ୍ରାୟ ୩୨୨ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ବଳି ଖେଳ। ମା’ଙ୍କ ନିର୍ଦ୍ଦେଶରେ ଜଣେ ବ୍ୟକ୍ତି ବେଲବରଣ ଦିନଠାରୁ ନିଜ ଘରଦ୍ୱାର ଛାଡ଼ି…
ପଶ୍ଚିମବଙ୍ଗକୁ ବିଷାକ୍ତ ସାପ ଚାଲାଣ
ରାଇବଣିଆ,୧୯।୧୦(ନବୀନ ସାହୁ)ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ବୁଧବାର ଜଳେଶ୍ୱର ଷ୍ଟେଶନରୁ ୪ ସାପ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଆରପିଏଫ୍ ଧରି ବନ ବିଭାଗକୁ ହସ୍ତାନ୍ତର କରିଛି। ଅପରାହ୍ନ ସମୟରେ ଜଳେଶ୍ୱର ଷ୍ଟେଶନର ୧ନଂ. ପ୍ଲାଟଫର୍ମରେ ୨ଜଣ ବ୍ୟକ୍ତି ସନ୍ଦେହଜନକ…
ବଢ଼ିଚାଲିଛି ଅବଧି, ସରିପାରୁନି ରେଳ ଓଭରବ୍ରିଜ୍
ରାଇବଣିଆ, ୧୮।୧୦(ନବୀନ ସାହୁ): ଜଳେଶ୍ୱର ନୂଆବଜାର ରେଳଫାଟକ ନିକଟରେ ନିର୍ମାଣଧୀନ ଓଭରବ୍ରିଜ କାମ ୫ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହେବାର ନା ଧରୁନି। ଫଳରେ ସାଧାରଣ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ୭୩. ୪୦କୋଟି ଟଙ୍କା ବ୍ୟୟରେ…
ହାତୀ ଆକ୍ରମଣରେ ୩ ଗୁରୁତର
ସୋର,୧୪ା୧୦(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ସିନ୍ଧୁଆ ଜଙ୍ଗଲରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରତର ହୋଇଛନ୍ତି। ଶନିବାର ମଧ୍ୟାହ୍ନରେ ସିନ୍ଧୁଆ ଗ୍ରାମର କିଛି ଲୋକଙ୍କ ସହିତ ମୂରଲୀଧର ସିଂ(୫୫), ଦେବକୀ…
ଦର୍ଶନ ପାଇଁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରୁ ଆସନ୍ତି ଭକ୍ତ
ରାଇବଣିଆ,୧୩।୧୦(ନବୀନ ସାହୁ): ଚଳିତ ବର୍ଷ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଲକ୍ଷ୍ମଣନାଥ ଗ୍ରାମର ରାୟ ମହାଶୟ ଗଡ଼ରେ ୫୧୬ତମ ସାର୍ବଜନୀନ ଦୁର୍ଗା ପୂଜା ଆୟୋଜିତ ହେବ। ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ଉଦ୍ୟମ କରାଯାଉଛି ବୋଲି ପୂଜା ସମିତିର କୋଷାଧ୍ୟକ୍ଷ କ୍ଷେତ୍ର…
‘ଧୁମଧାମରେ ପାଳନ ହେବ ଆଖଡ଼ା ଯାତ୍ରା’
ବାଲେଶ୍ୱର, ୧୪।୧୦(ମାନସ ବିଶ୍ୱାଳ): ବାଲେଶ୍ୱର ସହର ମିଶନ ପଡ଼ିଆ ସମ୍ମୁଖସ୍ଥ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଜିଲା ଯାଦବ (ଗୋପାଳ) ମହାସଭା ବାଲେଶ୍ୱର ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଚାରପତି ଭାଗିରଥ ବାରିକ ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀରେ…
୧ଲକ୍ଷ ୩୫ ହଜାରରେ ବିକ୍ରିହେଲା ସାମୁଦ୍ରିକ କଉ
ଭୋଗରାଇ,୧୪ା୧୦(ପ୍ରଦୀପ ଦାସ): ୧୧ଦିନ ବ୍ୟବଧାନ ପରେ ପୁଣି ଏକ ବିଶାଳକାୟ ସାମୁଦ୍ରିକ କଉ ମାଛ ଗଭୀର ସମୁଦ୍ରରୁ ଧରାଯାଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମତ୍ସ୍ୟ ଅବତରଣ କେନ୍ଦ୍ରର ଟ୍ରଲର ମାଲିକ ସାବାଦ ଅଲ୍ଲୀଖାଁଙ୍କ ଟ୍ରଲରରେ ମତ୍ସଜୀବୀମାନେ ଏହି ବିରଳ ପ୍ରଜାତିର ମାଛକୁ…
ଅନ୍ତେବାସୀ ହେଲେ ଜୀବନସାଥୀ
ବାଲେଶ୍ୱର, ୧୪।୧୦(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ବାମପଦାସ୍ଥିତ କୁଷ୍ଠାଶ୍ରମରେ ଥିଲେ ଅନ୍ତେବାସୀ। ହେଲେ ଏବେ ପାଲଟିଯାଇଛନ୍ତି ଜୀବନସାଥୀ। ବର ୬୫କୁ କନ୍ୟା ୬୩। ପ୍ରେମ ପାଇଁ ବୟସର କୌଣସି ପରିସୀମା ନ ଥାଏ ତାହା ଆଜି ପ୍ରମାଣିତ କରିଛନ୍ତି…
୨ କୁଇଣ୍ଟାଲର ମାଛ
ବାଲେଶ୍ୱର,୧୩।୧୦: ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଶୁକ୍ରବାର ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି। ମାଛଟିର ଓଜନ ୨ କୁଇଣ୍ଟାଲ ହେବ। କୋଲକାତାର ଏକ ଫାର୍ମା କମ୍ପାନୀ ମାଛଟିକୁ ୧ ଲକ୍ଷ ୨୭ ହଜାର ଟଙ୍କାରେ କିଣଛି। ପାରାଦୀପରୁ…
Archives


