ଝିଅ ପାଇଁ ମନ୍ଦିର ଗଢ଼ିଲେ ଦମ୍ପତି

କାଳିପଦା,୧୯।୧(ରାଜଶ୍ରୀ ପାଣିଗ୍ରାହୀ): କନ୍ୟାରତ୍ନ କର ଯତ୍ନ। ଏଭଳି ସ୍ଲୋଗାନ ଦିଆଯାଇ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଅନେକ ସମୟରେ ଝିଅମାନଙ୍କୁ ହତାଦର କରାଯାଉଥିବା ନଜିର ଦେଖିବାକୁ ମିଳେ। ହେଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଇଡ଼ିଦା ପଞ୍ଚାୟତରେ ରାଜୁଆପଡ଼ା ଗ୍ରାମର ଏକ ଦମ୍ପତି କନ୍ୟାପ୍ରାପ୍ତି ପରେ ମାନସିକ ପୂରଣ ଉଦ୍ଦେଶ୍ୟରେ ଏକ ମନ୍ଦିର ଗଢି ସମାଜ ପାଇଁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।
ଇଞ୍ଜିନିୟର ଅଶ୍ୱିନୀ ପଣ୍ଡା ଓ ତାଙ୍କ ସହଧର୍ମିଣୀ ଅଞ୍ଜନା ପଣ୍ଡାଙ୍କର ପ୍ରଥମେ ଗୋଟିଏ ପୁତ୍ର ସନ୍ତାନ ଥିଲା। ମାତ୍ର ଝିଅଟିଏ ପାଇଁ ସେ ଗଣେଶଙ୍କ ପାଖରେ ମାନସିକ କରିଥିଲେ। ତାଙ୍କର କନ୍ୟାସନ୍ତାନ ପ୍ରାପ୍ତ ହେବା ପରେ ଦମ୍ପତି ନିଜ ଉଦ୍ୟମ ଓ ଅର୍ଥ ଖର୍ଚ୍ଚ କରି ନିଜର ମାନସିକ ପୂରଣ ପାଇଁ ଗ୍ରାମରେ ଏକ ଗଣେଶ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ରାଜୁଆପଡ଼ାର ଗ୍ରାମବାସୀ ଏଥିରେ ପୂର୍ଣ୍ଣ ସହଯୋଗ କରିଛନ୍ତି। ୧୫ ତାରିଖ ସୋମବାର ଅଙ୍କୁରାରୋପଣ ଅଧିବାସ, ୧୬ ତାରିଖ ମଙ୍ଗଳବାର ମନ୍ଦିର ପ୍ରାଙ୍ଗଣରେ ରୁଦ୍ରାଭିଷେକ, ୧୭ତାରିଖ ଗ୍ରାମର ଶତାଧିକ ମହିଳା ଭକ୍ତଙ୍କ କଳସ ଶୋଭାଯାତ୍ରା ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା। ଆଧ୍ୟାତ୍ମିକ ବାତାବରଣ ପରିସରରେ ହୋମଯଜ୍ଞ ସଂକୀର୍ତ୍ତନ ଓ ବ୍ରାହ୍ମଣମାନଙ୍କ ବେଦ ପାଠରେ ପ୍ରକମ୍ପିତ ହୋଇଉଠିଥିଲା ଆଖପାଖ ଅଞ୍ଚଳ। ଗୁରୁବାର ନବଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣ ଆହୁତି ଦିଆଯାଇଛି। ଦମ୍ପତିଙ୍କ ଏଭଳି ପ୍ରୟାସକୁ ସମସ୍ତେ ଭୂରି ପ୍ରଶଂସା କରିଛନ୍ତି। ଆୟୋଜିତ ମହୋତ୍ସବରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦସେବନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅନିଲ ବରୁଆ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅନିଲ ବରୁଆ ବୁଧବାର ନିଜର ନାମାଙ୍କନପପତ୍ର ଦାଖଲ କରିଛନ୍ତି। ଅନିଲ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ...

ନାମାଙ୍କନପତ୍ର ଦାଖଲ କଲେ ଡା. ଆଶିଷ ଶତପଥୀ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଡା. ଆଶିଷ ଶତପଥୀ ବୁଧବାର ନାମାଙ୍କନ...

ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା

ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦)...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri