ବାଲେଶ୍ୱର

ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ବିଧାୟକ

ଭୋଗରାଇ, ୧୧ା୧୧(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ବୁଲବୁଲ ଶୁକ୍ରବାରଠାରୁ ଶନିବାର ରାତି ପର୍ଯ୍ୟନ୍ତ ବାଲେଶ୍ୱର ଉପକୂଳବାସୀଙ୍କ ଆଖିରୁ ନିଦ ଉଡ଼ାଇ ଦେଇଥିଲା। ଶନିବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ବଢ଼ୁଥିବା ବେଳେ ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ବାତ୍ୟାରେ ଉତ୍ତର ବାଲେଶ୍ୱରର…

ବିବାହିତା ମହିଳା ନିଖୋଜ; ସାଇଣ୍ଟିଫିକ୍‌ ଟିମ୍‌ ନେଇ ତଦନ୍ତ କଲା ପୋଲିସ

ବାହାନଗା,୧୧ା୧୧(ଡି.ଏନ.ଏ.)-ଜଣେ ବିବାହିତା ମହିଳା ନିଖୋଜ ହେବା ଘଟଣା ନେଇ ତାଙ୍କ ବାପା ବାଲେଶ୍ୱର ଜିଲା ସୋର ଥାନାରେ ଗତ ୭ ତାରିଖରେ ଅଭିଯୋଗ କରିଥିଲେ। ସେହିଦିନ ପୋଲିସ ଘଟଣାର ତଦନ୍ତ କରିବା ବେଳେ ଏହି ମହିଳାଙ୍କ ଶାଶୁଘର କାନ୍ଥରେ ରକ୍ତଛିଟା ପଡିଥିବା…

ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଖଇରା,୧୧।୧୧(ଡି.ଏନ.ଏ.)- ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଖଇରା ବ୍ଲକର ୮୦ଭାଗ ଧାନ ପାଣିରେ ବୁଡିରହିଛି ା ପାଚିଲା ଧାନରେ ବର୍ଷା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଚାଷୀଙ୍କର ଏଭଳି ଦୁଃସମୟରେ ସେମାନଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ…

ଜନ୍ମଦିନରେ ବିଭିନ୍ନ ମହଲରୁ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କୁ ଶୁଭେଚ୍ଛା; ବୃଦ୍ଧାଶ୍ରମର ଅନ୍ତେବାସୀ କଲେ ଆଶୀର୍ବାଦ

ବାଲେଶ୍ୱର ଅଫିସ, ୧୧।୧୧-ଭାରତର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୬୪ତମ ଜନ୍ମଦିନ ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ବିଭିନ୍ନ ମହଲରୁ ତାଙ୍କୁ…

ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୩ ଗୁରୁତର

ଜଳେଶ୍ୱର,୧୦।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ନାମ୍ପୋଠାରେ ରବିବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍‌ଟି ଚନ୍ଦନେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଯାଉଥିବା…

ଓଡ଼ିଶା ରାଜ୍ୟ ସ୍କୁଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ

ବାଲେଶ୍ୱର ଅଫିସ, ୧୦।୧୧-ବାଲେଶ୍ୱର ପରମିଟ୍‌ ପଡ଼ିଆରେ ଗତ ୭ତାରିଖ ଗୁରୁବାରରୁ ଉଦ୍‌ଘାଟିତ ହୋଇଥିବା ଓଡ଼ିଶା ରାଜ୍ୟ ୬୫ତମ ବିଦ୍ୟାଳୟ ସମୂହ ଦୌଡ଼କୁଦ ଓ ସଫ୍ଟବଲ ପ୍ରତିଯୋଗିତା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଶନିବାର ସ୍ଥଗିତ ରହିଛି। ଏହି ପ୍ରତିଯୋଗିତା ଗୁରୁବାର ପୂର୍ବାହ୍ନରେ ଆରମ୍ଭ ହୋଇଥିଲା।…

ଝାଉଁ ଜଙ୍ଗଲ ଧରାଶାୟୀ

ଭୋଗରାଇ, ୧୦।୧୧(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ବାଲେଶ୍ୱର ଉପକୂଳରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ଶନିବାର ସକାଳଠୁ ତୁହାକୁ ତୁହା ଅବିଶ୍ରାନ୍ତ ବର୍ଷା ସହ ବତାଶର ବେଗ ବଢ଼ିଛି। ଘଣ୍ଟାକୁ ୮୦ରୁ ୧୦୦ କି.ମି. ବେଗରେ ପବନ ବୋହିବାରୁ ବହୁ ନଡ଼ା ଛପର…

ଭାଙ୍ଗିଲା ଘର, ଉଜୁଡିଲା ଧାନ

ଖଇରା, ୯।୧୧(ଡି.ଏନ.ଏ.): ବୁଲୁବୁଲ ପ୍ରଭାବରେ ଖଇରା ବ୍ଲକରେ ବ୍ୟାପକ କ୍ଷତି ହୋଇଛି। ବହୁ ସ୍ଥାନରେ ଘର ଉପରେ ଗଛ ପଡିବା ଯୋଗୁ ଛପର ଘର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କିଛି ସ୍ଥାନରେ ରାସ୍ତାରେ ଗଛ ପଡିବା ଯୋଗୁ ଯାତାୟାତ ଠପ୍‌ ହୋଇ…

ପାଣିରେ ଭାସୁଛି ପାଚିଲା ଧାନ

ରୂପ୍‌ସା,୯।୧୧(ଡି.ଏନ.ଏ.)-ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ବାଲେଶ୍ୱର ଜିଲା ୨ଦିନ ଧରି ଲାଗି ରହିଛି ଲଘୁଚାପଜନିତ ଲଗାଣବର୍ଷା। ଚାଷଜମି ସବୁ ଜଳମଗ୍ନ ହୋଇ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ବାଲେଶ୍ୱର ସଦର ବ୍ଲକ ଓ ବସ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ ଖରିଫ ଧାନ ଅମଳ…

ଉପକୂଳମୁହାଁ ବୁଲବୁଲ୍‌: ଦୀଘାରେ ହାଇଆଲର୍ଟ

ଭୋଗରାଇ, ୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲବୁଲ୍‌’ ପ୍ରଭାବରେ ବାଲେଶ୍ୱର ଜିଲାର ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଦୀଘା ଉପକୂଳ ସମୁଦ୍ରରେ ଶନିବାର ୫ରୁ ୯ଫୁଟ୍‌ର ଜୁଆର ମାଡ଼ିଆସୁଥିବା ଦେଖାଯାଇଛି। ଏଥିସହ ତୁହାକୁତୁହା ବର୍ଷା ହେବା ସହ ପବନର ବେଗ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗ…

‘ବୁଲ୍‌ବୁଲ୍‌’ ପ୍ରଭାବ: ଚାଷୀ, ଉପକୂଳ ବାସିନ୍ଦା ଆତଙ୍କିତ

ବାଲିଆପାଳ, ୯।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ଦେଖିବାକୁ ମିଳିଛି। ପବନର ବେଗ ଘଣ୍ଟାକୁ ୫୦ରୁ ୬୦ କିମି ରହିଛି। ଏହାର ପ୍ରଭାବରେ ଏକର ଏକର ପାଚିଲା ଧାନ ଜମିରେ ବର୍ଷା ପାଣି ଜମିରହିଛି। ଫଳରେ ଚାଷୀ…

ବୁଲ୍‌ବୁଲ୍‌ ପ୍ରଭାବ: ପାଣିରେ ବୁଡିଲା ଧାନଗଛ

ବାହାନଗା, ୯ା୧୧(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳରେ ଝିପିଝିପି ବର୍ଷା ଦିନତମାମ ଲାଗିରହିଛି। ପବନ ବହିବାରୁ ଧାନଗଛର ଥୋଡ ସବୁ ପାଣିରେ ମିଶିଯାଇଛି। ଫଳରେ ଚାଷୀମାନେ ହତାଶ ହୋଇପଡିଛନ୍ତି। ବ୍ଲକର ୧୮ହଜାର ୭ଶହ ହେକ୍ଟର ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?