ମହିଳାଙ୍କ ମୃତ୍ୟୁକୁ ନେଇ ଗଣ୍ଡଗୋଳ, ସ୍ବାମୀ ଗିରଫ: ବାପଘର-ଶ୍ୱଶୁର ଘର ଲୋକେ ମୁହାଁମୁହିଁ
ବାଲେଶ୍ୱର ଅଫିସ/ରୂପ୍ସା, ୨୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପରମାନନ୍ଦପୁର ଗ୍ରାମର ଜଣେ ମହିଳାଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମଧ୍ୟରାତ୍ରିରେ ମୃତ୍ୟୁ ହୋଇଛି। ଏହାକୁ କେନ୍ଦ୍ର କରି ସୋମବାର ପୂର୍ବାହ୍ନରେ ଡାକ୍ତରଖାନା ପରିସରରେ ମହିଳାଙ୍କ ବାପଘର ଓ ଶ୍ୱଶୁର…
ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ଗୃହ ନିର୍ମାଣର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ
ସଜନାଗଡ଼,୨୧।୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ୫୦ ଶଯ୍ୟା ବିଶିଷ୍ଟ ଅର୍ନ୍ତବିଭାଗ ଓ ବର୍ହିବିଭାଗ ଗୃହ ନିର୍ମାଣର ଶୁଭ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ବିଧାୟକ। ସୋମବାର ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସ୍ଥାନୀୟ ବିଧାୟକ ସୁକାନ୍ତ…
ପ୍ରସୂତି ଗୃହ ନିର୍ମାଣରେ ଅନିୟମିତତା
ଖଇରା, ୨୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପ୍ରଦତ୍ତ ୨୦ଲକ୍ଷ ଟଙ୍କା ଅନୁଦାନରେ ପ୍ରସୂତି ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ଦ୍ଧାରିତ ସମୟର ୧ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୭୦ଭାଗ କାର୍ଯ୍ୟ…
ଅସହାୟ ୬ ଅନାଥ ଭଉଣୀ ଭାଇ
ବଡ଼ସାହି,୨୧ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ମୁଖ୍ୟାଳୟଠାରୁ ମାତ୍ର ୫ କି.ମି. ଦୂର ବଳଭଦ୍ରପୁର ଗ୍ରାମରେ ଦୁଇ ପରିବାରର ୬ ଅନାଥ ପିଲା ଏବେ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି। ପରପିଣ୍ଡା ଓ ଗଛମୂଳ ପାଲଟିଛି ସେମାନଙ୍କ ଆଶ୍ରୟ ସ୍ଥଳ ା ଓଳିଏ ଖାଇଲେ…
ରାଜନୀତି ମାନବଧର୍ମୀ ହେବା ଜରୁରୀ : ଶଙ୍କରାଚାର୍ଯ୍ୟ
ଭୋଗରାଇ, ୨୧।୧୦(ଡି.ଏନ.ଏ.)-ଦିଶାହୀନ ରାଜନୀତି ଆମ ଦେଶକୁ କଳୁଷିତ କରୁଛି। ଅତ୍ୟାଧୁନିକ ଯୁଗରେ ଶାସନତନ୍ତ୍ର ବିଶ୍ୱସ୍ତ ଓ କ୍ରିୟାଶୀଳ ହେବାରେ ସକ୍ଷମ ହେଉନାହିଁ। ଯାହାକି ଆମ ସଂସ୍କୃତି ଉପରେ କୁଠାରଘାତ ସଦୃଶ। ରାଜନୀତି ବିକାଶ ଦିଗରେ କ୍ରିୟାଶୀଳ ସହ ମାନବଧର୍ମୀ ହେବା ଆବଶ୍ୟକ…
ଶାରୀଶୁଆ ପାହାଡରେ ଖଣି ଖନନ ଉପରେ ରହିତାଦେଶ
ଖଇରା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ ପାଦଦେଶରେ ରହୁଥିବା ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶୁକ୍ରବାର କଲିକତା ଗ୍ରୀନ ଟ୍ରିବ୍ୟୁନାଲର ଏକ ଚିଠି ଖଇରା ତହସିଲରେ ପହଞ୍ଚିବା ପରେ ଖଣି ମାଲିକମାନଙ୍କ ଚିନ୍ତା ବଢିଯାଇଛି। ପାହାଡତଳି ଅଞ୍ଚଳରେ ରହୁଥିବା…
ଗଛରେ ପିଟିହେଲା ବାଇକ୍ : ୨ ଯୁବକ ମୃତ
ସିମୁଳିଆ,୨୦।୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ଅଞ୍ଚଳରେ ଲକ୍ଷ୍ମୀପୂଜା ଅବସରରେ ଅପେରା ଦେଖିବା ପାଇଁ ଆସି ଦୁଇ ଯୁବକ ରବିବାର ଭୋର୍ ୪ଟାରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ତେବେ ବାଇକ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ…
ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଜଳେଶ୍ୱର ଷ୍ଟେଶନରେ ସମ୍ବର୍ଦ୍ଧନା
ଭୋଗରାଇ,୨୦।୧୦(ଡି.ଏନ୍.ଏ.): ପୁରୀ ଗୋବର୍ଦ୍ଧନ ପୀଠର ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ନନ୍ଦନକାନନ ଏକ୍ସପ୍ରେସ୍ରେ ରବିବାର ଜଳେଶ୍ୱର ଷ୍ଟେଶନରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l ଗୁରୁଜୀ ଆଜି ଅପରାହ୍ନ ୪ଟାରେ ଭୋଗରାଇ…
ଗୋଳାବାରୁଦ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଶିବିର
ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ଖଡୁପାହି ବାତ୍ୟା ଆଶ୍ରୟସ୍ଥଳୀରେ ଶନିବାର ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ) ପକ୍ଷରୁ ଗୋଳାବାରୁଦ ସମ୍ବନ୍ଧୀୟ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପିଏକ୍ସଇର ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡି. କେ. ଯୋଶୀଙ୍କ…
ଚତୁର୍ଥ ରାଜ୍ୟସ୍ତରୀୟ ଟେନିସ୍ ଭଲିବଲ ଚାମ୍ପିୟନଶିପ୍: ଭାଗ ନେଲେ ୧୦ ଜିଲାରୁ ୪୦ ଟିମ୍
ସିମୁଳିଆ, ୨୦ା୧୦(ଡି.ଏନ୍.ଏ.)-ଚତୁର୍ଥ ରାଜ୍ୟସ୍ତରୀୟ ସବ୍ଜୁନିୟର ଓ ଜୁନିୟର ଟେନିସ୍ ଭଲିବଲ ଚମ୍ପିୟନଶିପ୍-୨୦୧୯ ଶନିବାର ସିମୁଳିଆର ରଘୁନାରାୟଣ ହାଇସ୍କୁଲ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉଦ୍ଘାଟିତ ହୋଇଛି ା ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ,…
ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ: ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଶୋଭାଯାତ୍ରା
ବାଲିଆପାଳ,୧୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଚୌମୁଖଠାରେ ନିର୍ମାଣ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ କରି ଶନିବାର ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଏହାପରେ ତହସିଲ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା। ବନ୍ଦର ଦ୍ୱାରା କ୍ଷତିଗ୍ରସ୍ତ…
ଡାକ୍ତର ନାହାନ୍ତି: ଖରାସାହାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ
ବାହାନଗା, ୧୯।୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ଶନିବାର ଗ୍ରାମବାସୀ ତାଲାପକାଇ ଧାରଣାରେ ବସିଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭୟ ପଣ୍ଡା ଡେପୁଟେସନରେ ନିଯୁକ୍ତି ପାଇବାରୁ ସେଠାରେ ଫାର୍ମାସିିଷ୍ଟ ଡାକ୍ତରଙ୍କ ବଦଳରେ…
Archives


