ମେମୁ ଟ୍ରେନ୍‌ ବିଳମ୍ବ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ଜଳେଶ୍ୱର, ୩ । ୧୧(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ୬୮୧୦୯ ନଂ. ଖଡ଼ଗପୁର-ଯାଜପୁର(କେଉଁଝର ରୋଡ଼) ମେମୁ ଲୋକାଲ ପାସେଞ୍ଜର ଟ୍ରେନ୍‌ର ପ୍ରତ୍ୟେକ ଦିନ ବିଳମ୍ବ ହେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଅଧିବାସୀ ତଥା ଟ୍ରେନ ଯାତ୍ରୀମାନେ ଶନିବାର ଏକ ଦାବିପତ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଉଦ୍ଦେଶ୍ୟରେ ଜଳେଶ୍ୱର ଷ୍ଟେଶନ ମ୍ୟାନେଜରଙ୍କୁ ପ୍ରଦାନ କରିଛନ୍ତି।
ଜଳେଶ୍ୱରରୁ ବାଲେଶ୍ୱର ଯିବା ପାଇଁ ସରକାରୀ ଚାକିରିଆ ତଥା ଅନ୍ୟ ଯାତ୍ରୀମାନେ ଅପରାହ୍ନରେ ଏକମାତ୍ର ଟ୍ରେନ୍‌ ୬୮୧୦୯ ନଂ ଖଡ଼ଗପୁର-ଯାଜପୁର (କେଉଁଝର ରୋଡ଼) ମେମୁ ଲୋକାଲ ପାସେଞ୍ଜର ଟ୍ରେନ ଉପରେ ନିର୍ଭର କରିଥାନ୍ତି। ପୂର୍ବରୁ ଏହି ଟ୍ରେନର ସମୟ ଅପରାହ୍ନ ୩ଟା ୫୫ମି.ରେ ଖଡ଼ଗପୁର ଷ୍ଟେଶନରୁ ଛାଡ଼ି ବାଲେଶ୍ୱରରେ ୬ଟା ୩୦ମି.ରେ ପହଞ୍ଚୁଥିଲା। କିନ୍ତୁ ନୂଆ ସମୟ ଅନୁଯାୟୀ ଖଡ଼ଗପୁରଠାରୁ ଅପରାହ୍ନ ୪ଟା ୫୦ରେ ଛାଡ଼ି ଜଳେଶ୍ୱରଠାରେ ଅପରାହ୍ନ ୬ଟା ୯ମି.ରେ ଓ ବାଲେଶ୍ୱରଠାରେ ୭ଟା ୫ରେ ପହଞ୍ଚତ୍ବା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହି ଟ୍ରେନ୍‌ ପ୍ରତ୍ୟେକ ଦିନ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଳମ୍ବରେ ଚାଲିବା ଓ ରାତ୍ରୀ ୮ଟା୧୫ମି.ପରେ ବାଲେଶ୍ୱରରେ ପହଞ୍ଚୁଛି। ଫଳରେ ସାଧାରଣ ଯାତ୍ରୀ ତଥା ମହିଳା ଯାତ୍ରୀମାନେ ବହୁତ ଅସୁବିଧାରେ ପଡୁଛନ୍ତି। ଏହାଛଡ଼ା ଜଳେଶ୍ୱରରୁ ବାଲେଶ୍ୱର ଯିବା ପାଇଁ ପୂର୍ବାହ୍ନ ୧୦ଟା୪୦ମି.ରୁ ଅପରାହ୍ନ ୭ଟା୫ମି. ଯାଏ କୌଣସି ଟ୍ରେନ୍‌ ନ ଥିବାରୁ ବାଲେଶ୍ୱର ଯିବା ପାଇଁ ଲୋକମାନଙ୍କର ବହୁତ ଅସୁବିଧା ହେଉଛି। ତେଣୁ ଏହି ଅସୁବିଧାକୁ ନଜର ଦେଇ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ସମୟ ଅନୁଯାୟୀ ଟ୍ରେନ୍‌କୁ ଚଲାଇବା ତଥା ପୂର୍ବାହ୍ନ ଦିନ ୧୦ଟା ୪୦ମି.ରୁ ଅପରାହ୍ନ ୭ଟା୫ମି. ମଧ୍ୟରେ ଏକ ନୂଆ ଟ୍ରେନ୍‌ର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀଙ୍କ ନିକଟରେ ଆବେଦନ କରାଯାଇଛି। ଦାବିପତ୍ର ଏକ ନକଲ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର, ଡିଆରଏମ୍‌ ଖଡ଼ଗପୁର, ଡିଆରଏମ୍‌ ଖୋର୍ଦ୍ଦାରୋଡ଼, ବରିଷ୍ଠ ଡିଓଏମ ଖଡ଼ଗପୁର, ଷ୍ଟେଶନ ମ୍ୟାନେଜର ବାଲେଶ୍ୱର, ଷ୍ଟେଶନ ମ୍ୟାନେଜର ଜଳେଶ୍ୱରଙ୍କ ଅବଗତି ନିମନ୍ତେ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri