ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ ତୁମୁଳକାଣ୍ଡ: ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୩।୧୧-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବାଲେଶ୍ୱର ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ ଠିକ୍‌ ଭାବେ ପାଠପଢା ଯାଉ ନ ଥିବା ଏବଂ ଦୁଇଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସମ୍ପର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀମାନେ ଶନିବାର ସକାଳେ ଛାତ୍ରୀନିବାସ ଛାଡି ଫାଟକ ସାମ୍ନାରେ ବସି ରହିଥିଲେ। ଏହି ଘଟଣା ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସେଠାରେ ଅଟକ ରଖିଥିଲେ। ଖବରପାଇ ଜିଲା ଜନମଙ୍ଗଳ ଅଧିକାରୀ ରାଜୀବ କୁମାର ସାହୁ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଉପସ୍ଥିତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ଜନମଙ୍ଗଳ ଅଧିକାରୀ ଅଭିଯୁକ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଧରି ଜିଲା କାର୍ଯ୍ୟାଳୟକୁ ଆଣୁଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିଯାଇ ଟଣାଓଟରା କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ଜିଲା ଜନମଙ୍ଗଳ ଅଧିକାରୀ ତୁରନ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇ ସେହି ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଗାଡିରେ ବସାଇ ପୂର୍ବାହ୍ନ ୧୦ଟା ବେଳେ ଜିଲା କାର୍ଯ୍ୟାଳୟକୁ ନେଇ ଆସିଥିଲେ। ପରିସ୍ଥିତି ଶାନ୍ତ ପଡିବାରୁ ବିଦ୍ୟାଳୟରେ କିଛି ସମୟ ବିଳମ୍ବରେ ଷାଣ୍ମାସିକ ପରୀକ୍ଷା କରାଯାଇଥିବା ଜଣାପଡିଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ସକାଶେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ପୂର୍ବରୁ ଚାନ୍ଦା ମାଗି ବିଫଳ ହୋଇଥିବା ଏବଂ ଜଣେ ଛାତ୍ରୀଙ୍କୁ ଛାତ୍ରୀନିବାସରୁ ବାହାର କରି ଦିଆଯିବା ଘଟଣା ନେଇ ସେ ଛାତ୍ରୀ ଓ ଗ୍ରାମବାସୀଙ୍କୁ ମତାଇ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ନେଇ ଅଭିଯୁକ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୁକ୍ତ ଶିକ୍ଷକ ମଧ୍ୟ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ପ୍ରଧାନଶିକ୍ଷକ ରାଜୀବଲୋଚନ ପାତ୍ରଙ୍କୁ ନୀଳଗିରି ସଜନାଗଡସ୍ଥିତ ବଣଭୂଇଁ ଆଶ୍ରମ ସ୍କୁଲ ଓ ଶିକ୍ଷୟିତ୍ରୀ ସବିତା ବିଶ୍ୱାଳଙ୍କୁ ଜଳେଶ୍ୱରସ୍ଥିତ କବାଟଘାଟି ଆଶ୍ରମ ସ୍କୁଲକୁ ବଦଳି କରାଯାଇଛି।
ଜିଲା ମଙ୍ଗଳ ଅଧିକାରୀଙ୍କ ତଦନ୍ତ ବେଳେ ଆନ୍ଦୋଳନକାରୀ ଛାତ୍ରୀ ଦର୍ଶାଇଥିଲେ ଯେ, ଆଶ୍ରମ ବିଦ୍ୟାଳୟରେ ୨୪୦ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ମାତ୍ର ୫ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ରହିଛନ୍ତି। ଏହା ପରିସରରେ ଥିବା ଛାତ୍ରୀନିବାସରେ ୧୬୦ ଛାତ୍ରୀ ରହିଛନ୍ତି। ଶ୍ରେଣୀଗୃହରେ ଠିକ୍‌ ଭାବେ ପାଠପଢା ଯାଉ ନ ଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡିଛି। ଏପରିସ୍ଥଳେ ହଷ୍ଟେଲ ଦାୟିତ୍ୱ ତୁଲାଉଥିବା ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କ ସହ ଅନେକ ସମୟରେ ମିଳାମିଶା କରି ଗପିବା ଘଟଣା ଦେଖି ସେମାନେ ନାପସନ୍ଦ କରି ପ୍ରତିବାଦ ଜଣାଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶନିବାର ପୂର୍ବାହ୍ନ ୭ଟା ସମୟରେ ସେମାନେ ହଷ୍ଟେଲରୁ ଜିନିଷପତ୍ର ଧରି ବାହାରି ଆସି ସ୍କୁଲ ଗେଟ୍‌ ଆଗରେ ଧାରଣା ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକେ ପହଞ୍ଚି ସେଠାରେ ହୋହଲ୍ଲା କରିଥିଲେ।
ଜିଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ହସନ୍‌ପୁର ଆଶ୍ରମ ବିଦ୍ୟାଳୟ ଘଟଣା ସମ୍ପର୍କରେ ଖବରପାଇ ପୋଲିସ୍‌ ସହ ବିଦ୍ୟାଳୟରେ ପହଞ୍ଚତ୍ଥିଲି। ସେଠାରେ ଅଟକ ଥିବା ଉଭୟ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ଉଦ୍ଧାର କରି ଛାତ୍ରୀମାନଙ୍କୁ ବୁଝାଶୁଝା କରି ବିଦ୍ୟାଳୟକୁ ପଠାଇଥିଲି। ଏହାପରେ ସେମାନଙ୍କ ଷାଣ୍ମାସିକ ପରୀକ୍ଷା କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ।
ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକ ରାଜୀବଲୋଚନ ପାତ୍ର କହିଛନ୍ତି, କିଛିଦିନ ପୂର୍ବରୁ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ବିଭାଗୀୟ ଅଧିକାରୀ ଓ କମିଟି ସଦସ୍ୟଙ୍କ ନିଷ୍ପତ୍ତିକ୍ରମେ ବିଦ୍ୟାଳୟରୁ ବାହାର କରିଦେବା ଘଟଣା ନେଇ ଜନୈକ ରାଜନୈତିକ ବ୍ୟକ୍ତି ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି। ଛାତ୍ରୀମାନଙ୍କୁ ମତାଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅନୈତିକ ସମ୍ପର୍କ କଥା ଉଠାଉଛନ୍ତି। ବିତାଡ଼ିତ ଛାତ୍ରୀଙ୍କ ମା’ ଏବଂ ଚାନ୍ଦା ମାଗୁଥିବା ରାଜନୈତିକ ବ୍ୟକ୍ତିଙ୍କର କେତେକ ସମର୍ଥକ ବିଦ୍ୟାଳୟ ଭିତରେ ପଶି ମୋତେ ଆକ୍ରମଣ କରିଥିବାରୁ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛି। ସେହିପରି ଛାତ୍ରୀ ନିବାସ ପରିଚାଳିକା ସବିତା ବିଶ୍ୱାଳ ଏହି ଘଟଣାକୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଛନ୍ତି। ଜିଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଶ୍ରମ ବିଦ୍ୟାଳୟରୁ ଫେରିବା ପରେ ଜିଲାପାଳଙ୍କୁ ଲିଖିତ ଭାବେ ସବୁ କଥା ଜଣାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

କଲରାପତରିଆ ବାଘର ମୃତଦେହ ଠାବ: ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି…

ନୀଳଗିରି,୧୨।୫(ପ୍ରଶାନ୍ତ କୁମାର ବିଶ୍ବାଳ)ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତଦେହ ଠାବ। ସୋମବାର ବିଳମ୍ବିତ ରାତିରେ ବାଘଟି କୁଳଡିହା କିମ୍ବା…

ହରିପୁରରେ ମହିଳାଙ୍କୁ କୋଦାଳରେ ହାଣି ହତ୍ୟା: ମୃତଶରୀରକୁ ସାଇକେଲରେ ରଖି ଥାନାକୁ ଆଣିଲେ ପରିବାର

ଖଇରା,୧୨।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲା ଖଇରା ଥାନା ଅଧିନ ହରିପୁର ଗ୍ରାମରେ ଛାତ ସେଣ୍ଟରିଂକୁ କେନ୍ଦ୍ର କରି ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା(୩୯)ଙ୍କୁ କୋଦାଳରେ ହାଣି ହତ୍ୟା କରିବା…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri