ପ୍ରଦ୍ୟୁଷଣମୁକ୍ତ ପରିବେଶ ଗଢି ତୋଳିବାକୁ ପ୍ରୟାସ

ଖଇରା, ୩।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପୂର୍ବପଡା ବାଳିକା ଉଚ୍ଚ ବିଦ୍ୟାଳୟ, ମହତୀପୁର ଉଚ୍ଚ ବିଦ୍ୟାପୀଠ, ଦାଶରଥି ବାରପଡା ଉଚ୍ଚ ବିଦ୍ୟାପୀଠ, କଣ୍ଟାପଡା ୟୁଜିୟୁପି ସ୍କୁଲର କେତେକ ସଚେତନ ଛାତ୍ରୀଛାତ୍ର, ଅଭିଭାବକମାନେ ଖଇରା ଅଞ୍ଚଳକୁ ନିଶା ଓ ପ୍ରଦ୍ୟୁଷଣମୁକ୍ତ ଅଞ୍ଚଳ ଭାବେ ଗଢିବାକୁ ଉଦ୍ୟମ ଜାରି ରଖିଛନ୍ତି ା ଗତ କିଛି ମାସ ହେଲା ଏହି  ପିଲାମାନେ ଶିକ୍ଷକ ପରୀକ୍ଷିତ ଶନିବିଗ୍ରହଙ୍କ ନେତୃତ୍ୱରେ ଗାଁ ଗାଁ ବୁଲି ନିଶା ଓ ବାୟୁ ପ୍ରଦ୍ୟୁଷଣର ଭୟାବହତା ସମ୍ପର୍କରେ ଲୋକଙ୍କୁ  ବୁଝାଇଆସୁଛନ୍ତି। ନିଶା କାରବାରରେ ଲିପ୍ତ ଥିବା ବ୍ୟବସାୟୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖଇରା ଥାନା ଓ ତହସିଲର ଅଧିକାରୀମାନଙ୍କୁ ଦାବିପତ୍ର ଦେଇଆସିଛନ୍ତି। ଏହାର କିଛି ପ୍ରଭାବ ପଡୁନାହିଁ ା ପୂଜା ଭସାଣି ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ତଥା ବିଭିନ୍ନ ଦଳର ନେତୃବୃନ୍ଦଙ୍କ ଆଗମନ ସମୟରେ ବାଣ ଫୁଟା କାର୍ଯ୍ୟ ବଢି ବଢି ଚାଲିଛି ା ବିଭିନ୍ନ ବିଦ୍ୟାଳୟ ନିକଟରେ ବେଆଇନ ମଦ କାରବାର ଅନୁରୂପ ଭାବେ ବଢିଚାଲିଛି ା ଏଭଳିକି ଖଇରା ବଜାରରେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ ରାସ୍ତା କଡରେ କାଉଣ୍ଟର ଖୋଲି ମଦ ବିକ୍ରି କରିଚାଲିଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଛୋଟ ଛୋଟ ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ପ୍ରଦୂଷଣ ମାତ୍ରା ବିପଜ୍ଜନକ ସ୍ଥିତରେ ପହଞ୍ଚିଲାଣି। ଓଡିଶା ସରକାର ପ୍ରଦ୍ୟୁଷଣ ରୋକିବାକୁ ଏ ପର୍ଯ୍ୟନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ନିଶା କାରବାର ବନ୍ଦ ଲାଗି ଗୁରୁତ୍ୱ ଦିଆଯାଉ ନ ଥିବା ପିଲାମାନେ ଅଭଯୋଗ କରିଛନ୍ତି ା ପିଲାମାନେ ରବିବାର ଏକ ଶୋଭାଯାତ୍ରାରେ ଖଇରା କଲେଜ ଛକରୁ ବାହାରି ତୋରାଣିପଦା ଦେଇ ଥାନା ପରିସରରେ ଏକାଠି ହୋଇଥିଲେ। ଖଇରା ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ ତଥା  ଅଫିସିଆଲ କାର୍ଯ୍ୟରେ ଆସିଥିବା ବାଲେଶ୍ୱର ଡିଏସ୍‌ପି ମନୋଜ ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଇଆଇସି ନାୟକ ମଦ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ବାଣ ଫୁଟାଇବା ଭଳି ପ୍ରଦ୍ୟୁଷଣଯୁକ୍ତ ପ୍ରସଙ୍ଗରେ ବିଶେଷ କିଛି ସହାୟତା କରିପାରିବେ ନାହିଁ ବୋଲି କହିଥିଲେ।   ଜ୍ୟୋତିର୍ମୟୀ ଦାସ, ଋତୁପର୍ଣ୍ଣା ବୈଶାଖ, ରଶ୍ମିରଞ୍ଜନ ରାଉତ, ପ୍ରୀତମ ଲେଙ୍କା, ରାଜଶ୍ରୀ ପ୍ରଧାନଙ୍କ ସମେତ ଶତାଧିକ ଛାତ୍ରୀଛାତ୍ର ଏଥିରେ ସାମିଲ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

କଟକ,୯ା୯(ପ୍ରଭୁକଲ୍ୟାଣ ପାଲ୍‌): ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ…

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri