ପରେଡରେ ଅଣଛାତ୍ର ହାତେଇ ନେଲେ ଟ୍ରଫି

ବାଲେଶ୍ୱର ଅଫିସ, ୨୮।୧-ବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ୭୧ତମ ଜନରାଜ୍ୟ ଦିବସରେ ସରକାରୀ, ବେସରକାରୀ ଏମ୍‌ଇ ସ୍କୁଲ, ହାଇସ୍କୁଲ, ମହାବିଦ୍ୟାଳୟ, ବୈଷୟିକ ବିଦ୍ୟାଳୟରୁ ୫୫ଟି ଦଳ ପରେଡ୍‌ରେ ଭାଗ ନେଇଥିଲେ। ବିଭିନ୍ନ ସରକାରୀ ଅନୁଷ୍ଠାନ ଏବଂ ଡିଆର୍‌ଡିଓ (ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେଶନ) ପକ୍ଷରୁ ୧୧ଟି ପ୍ରଜ୍ଞାପନ ମେଢ଼ ସାମିଲ୍‌ କରାଯାଇଥିଲା। ମୁଖ୍ୟଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇଥିଲେ। ଭାଗ ନେଇଥିବା ପରେଡ ଟ୍ରୁପ୍‌ମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ପରେଡ୍‌ ପ୍ରତିଯୋଗିତା ହୋଇଥିଲା। ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ପ୍ରତିଯୋଗିତାରେ ଭାଗ ନେଇପାରିବାର ସରକାରୀ ନିୟମ ଥିବା ବେଳେ କେତେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଦାୟିତ୍ୱରେ ଥିବା ଶିକ୍ଷକମାନେ ଅଣଛାତ୍ର ତଥା ପୂର୍ବତନ ଛାତ୍ରଙ୍କୁୁ ପରେଡ୍‌ରେ ସାମିଲ କରି ବାରମ୍ବାର ଟ୍ରଫି ହାତେଇବା ଘଟଣା ସାମ୍ନାକୁ ଆସିଛି।
ଚଳିତବର୍ଷ ହାଇସ୍କୁଲସ୍ତରରେ ପୋଲିସ ହାଇସ୍କୁଲ ପକ୍ଷରୁ ଏନ୍‌ସିସି ଟିମ୍‌ ପରେଡ୍‌ ପ୍ରତିଯୋଗିତାରେ ପ୍ରଥମ ବିବେଚିତ ହୋଇଥିଲେ। ଉକ୍ତ ଦଳରେ ୭ଜଣ ପିଲା ପୂର୍ବତନ ଛାତ୍ର ଏବଂ ଅଣଛାତ୍ର ପରେଡରେ ସାମିଲ ହୋଇଥିଲେ। ସେମାନଙ୍କୁ ସୁଯୋଗ ଦେଇଥିଲେ ଏନ୍‌ସିସି ଦାୟିତ୍ୱରେ ଥିବା ଶିକ୍ଷକ ସୁଦର୍ଶନ ଜେନା। ଶିକ୍ଷକ ଜେନା ଦୀର୍ଘ ୫ବର୍ଷ ଧରି ପୂର୍ବତନ ଛାତ୍ରୀଛାତ୍ରଙ୍କୁ ଦଳରେ ସାମିଲ କରି ପୁରସ୍କାର ହାତେଇବା ଜାରି ରଖିଛନ୍ତି। ଅଣଛାତ୍ରମାନେ ଜିଲାପାଳ, ଏସ୍‌ପି, ନିମନ୍ତ୍ରିତ ଅତିଥି ମନ୍ତ୍ରୀଙ୍କଠାରୁ ପୁରସ୍କାର ନେଉଥିବା ବେଳେ ବିଦ୍ୟାଳୟର ବର୍ତ୍ତମାନର ଛାତ୍ରୀଛାତ୍ର ଏହି ସୁଯୋଗରୁ ବଞ୍ଚତ୍ତ ହେଉଥିବାରୁ ଏହାର ପ୍ରତିବାଦ କରିଛନ୍ତି। ନିଜର ନାମ ଗୋପନ ରଖି ଛାତ୍ରୀଛାତ୍ରମାନେ କହିଛନ୍ତି ଯେ, ସରକାରୀ ଆଇଟିଆଇ କଲେଜ, ଫକୀରମୋହନ କଲେଜରେ ପଢୁଥିବା ଛାତ୍ର ଯେଉଁମାନେ ପୋଲିସ ହାଇସ୍କୁଲର ପୁରାତନ ଛାତ୍ର ସେମାନଙ୍କୁ ବାରମ୍ବାର ଶିକ୍ଷକ ସୁଯୋଗ ଦେଉଛନ୍ତି। ସେମାନେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ କରି ବାଃ ବାଃ ନେଉଥିବାବେଳେ ଏଥିଯୋଗୁ ପ୍ରକୃତ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଅପମାନିତ ହେଉଥିବା ଅଭିଯୋଗ କରିଛନ୍ତି। ଶିକ୍ଷକଙ୍କ ଏତାଦୃଶ୍ୟ କାର୍ଯ୍ୟ ଏକପ୍ରକାର ଅସମ୍ମାନ ବୋଲି ଚର୍ଚ୍ଚା ହେଉଛି। ଅଣଛାତ୍ରଙ୍କୁ କମାଣ୍ଡର କରାଇବା ସହ ଅତିଥିମାନଙ୍କ ଆଖିରେ ଧୂଳି ଦେଇ ପ୍ରଥମ ସ୍ଥାନ ଅଧିକାର କରି ମନ୍ତ୍ରୀଙ୍କ ହାତରୁ ଟ୍ରଫି ହାସଲ କରିବା ସମସ୍ତଙ୍କୁ ଚକିତ କରିଛି।
ଏନେଇ ଶିକ୍ଷକ ସୁଦର୍ଶନ ଜେନାଙ୍କୁ ପଚାରିବାରୁ ବିଦ୍ୟାଳୟକୁ ପିଲାମାନେ ଆସୁ ନ ଥିବାରୁ ୫ଜଣ ଅଣଛାତ୍ରଙ୍କୁ ନେଇ ପରେଡ୍‌ରେ ସାମିଲ କରାଯାଇଥିଲା ବୋଲି ସ୍ବୀକାର କରିଛନ୍ତି।
ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବାଷ ନିଆଲ କହନ୍ତି, ଏଭଳି ଅଭିଯୋଗ ମିଳିନାହଁି। ଏହା ସତ୍ୟ ହୋଇଥିଲେ ତଦନ୍ତ କରାଯାଇ ଉକ୍ତ ଟ୍ରଫିକୁ ଫେରାଇ ନିଆଯିବା ସହ ସମ୍ପୃକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହନ୍ତି, ଅଭିଯୋଗ ପାଇ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri