୨ ବଖରା ଜଳିଗଲା
ବାହାନଗା, ୨୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତର ୮ନମ୍ବର ୱାର୍ଡରେ ଅଗ୍ନିକାଣ୍ଡ ଘଟି ନନ୍ଦକିଶୋର ପ୍ରଧାନଙ୍କର ୨ବଖରା ସମେତ ତାଙ୍କର ଏକ ଦୋକାନ ଘର ପୋଡିପାଉଁଶ ହୋଇଯାଇଛି। ନନ୍ଦକିଶୋରଙ୍କ ଘର ଉପର ଦେଇ ବିଦ୍ୟୁତ ତାର ଯାଇଥିବା ବେଳେ ପବନ…
ରିଲିଫ ଫଣ୍ଡକୁ ଶିଳ୍ପପତି ଦେଲେ ୨ଲକ୍ଷ
ରୂପ୍ସା, ୨୦।୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶ ଓ ରାଜ୍ୟରେ ବିଭିନ୍ନ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଓ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ବିଭିନ୍ନ ବର୍ଗର ଲୋକେ ସହାୟତାର ହାତ ବଢ଼ାଇଛନ୍ତି। ବାଲେଶ୍ୱର ଜିଲା…
ସହାୟତା ଦେଲା ବରିଷ୍ଠ ନାଗରିକ ମଞ୍ଚ
ବାଲିଆପାଳ, ୨୦।୪(ସ୍ବ.ପ୍ର)-କରୋନା ମୁକାବିଲା ପାଇଁ ଲଙ୍ଗଳେଶ୍ୱର ଉତ୍କଳମଣି ବରିଷ୍ଠ ନାଗରିକ ମଞ୍ଚ ଲଙ୍ଗଳେଶ୍ୱର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ପରିଷଦର ଉପସଭାପତି ସୁଶାନ୍ତ ବେହେରା, ସମ୍ପାଦକ ପୁରୁଷୋତ୍ତମ ସାହୁ, ସହସମ୍ପାଦକ ବିନୋଦ କୁମାର…
ରିଲିଫ ଫଣ୍ଡକୁ ୨ଲକ୍ଷ ସହାୟତା
ରୂପ୍ସା, ୨୦।୪(ଡି.ଏନ.ଏ.)-ସମଗ୍ର ଦେଶ ଓ ରାଜ୍ୟବ୍ୟାପୀ କରୋନା ମୁକାବିଲା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବହୁ ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଛନ୍ତି। ବାଲେଶ୍ୱର ଜିଲା ରୂପ୍ସା ଥାନା ସାମିଲ…
ଦିବ୍ୟାଙ୍ଗଙ୍କୁ ମାକ୍ସ ବଣ୍ଟନ
ବାଲିଆପାଳ, ୧୯।୪(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଙ୍ଗଠନ ୟୁଥ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ (ୱାଇଡ଼ିପି) ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ଏହି ମହାମାରୀରୁ କିପରି ନିଜକୁ ସୁରକ୍ଷିତ ରଖିବେ ସେନେଇ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ବଣିଆଡ଼ିହା ପଞ୍ଚାୟତର ସଦାନନ୍ଦପୁର ଗ୍ରାମରେ…
ଅଟୋରିକ୍ସା ଚାଳକଙ୍କୁ ସହାୟତା
ବାଲେଶ୍ୱର ଅଫିସ, ୧୯।୪-ଲକ୍ଡାଉନ ଯୋଗୁ ଦୈନନ୍ଦିନ ରୋଜଗାର କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ସହରର ବିଭିନ୍ନ ଛକ ସ୍ଥାନରେ ରହି ଦୈନନ୍ଦିନ ଯାତ୍ରୀ ପରିବହନ କରି ପରିବାର ପ୍ରତିପୋଷଣ କରୁଥିବା ୬୦୦ ଅଟୋ…
ବାଲେଶ୍ୱର ସଂକ୍ରମିତଙ୍କ ସଂସ୍ପର୍ଶରେ ଜଣେ ସ୍ବାସ୍ଥ୍ୟକର୍ମୀ: ସାନିଟାଇଜ୍ ହେଲା ସନ୍ତରାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
ସଜନାଗଡ଼, ୧୯।୪(ଡି.ଏନ.ଏ.)-ଓଡ଼ିଶାର ୬୧ନଂ. କରୋନା ସଂକ୍ରମିତ ବାଲେଶ୍ୱର ସହରର ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଏହି ସମୟ ମଧ୍ୟରେ ସଂକ୍ରମିତ ବ୍ୟକ୍ତି କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ତଥ୍ୟ ସଂଗ୍ରହ କରାଯାଉଛି। ନୀଳଗିରି…
କରୋନାକୁ ନେଇ ଗୁଜବ: ଜଣେ ଗିରଫ
ବାରିପଦା ଅଫିସ, ୧୯ା୪- ମୟୂରଭଞ୍ଜ ଜିଲା ବାରିପଦା ସହରର ୧୭ ନମ୍ବର ୱାର୍ଡ଼ରେ କରୋନା ହୋଇଥିବା ନେଇ ଫେସବୁକ୍ରେ ଗୁଜବ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ସେହି ୱାର୍ଡ଼ ବଳରାମପୁରର ଶରାଫତ ଟୁଲ୍ଲା। ପୋଲିସ ସୂଚନା ଅନୁଯାୟୀ,…
ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର
କେନ୍ଦୁଝର,୧୯ା୪(ଡି.ଏନ୍.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଦେଉଳଡିହାଠାରେ ରବିବାର ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ତେଲକୋଇ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା…
ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନ୍ମେଣ୍ଟ କଟକଣା: ବାଲେଶ୍ୱରର ୩ ଅଞ୍ଚଳ ସିଲ୍ କଲା ପ୍ରଶାସନ
ବାଲେଶ୍ୱର ଅଫିସ,୧୯।୪: ରାଜ୍ୟରେ ଶନିବାର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ ବାଲେଶ୍ୱରର। ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ମ୍ୟୁନିସିପାଲିଟି ଅଧୀନ ୨୭ ଏବଂ ୨୮ ନଂ ଓ୍ବାର୍ଡ ସହ ୨୯ନଂ ଓ୍ବାର୍ଡର ଆଶିଂକ ଅଞ୍ଚଳକୁ ୭ ଦିନ ପାଇଁ…
ଜୀବନବିନ୍ଦୁରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ
ଖଇରା, ୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡୁଙ୍ଗୁରାସ୍ଥିତ ଦର୍ଶନ ପ୍ରସାଦ ହାଇସ୍କୁଲ ପରିସରରେ ଶୁକ୍ରବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାକୁ ଉଦ୍ଘାଟନ କରିଥିଲେ। ଡୁଙ୍ଗୁରା, ନହଙ୍ଗ, ଝିଙ୍କିରିଆ, ମାଣିତ୍ରୀ,…
ରକ୍ତଦାନ କଲେ ପଞ୍ଚାୟତବାସୀ
ଖଇରା,୧୯।୪(ଡି.ଏନ.ଏ.)-ଏବେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତ ଆବଶ୍ୟକତା ରହିଛି। ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦୂର ପାଇଁ ଆଗେଇ ଆସିଛନ୍ତି ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁରୁଣ୍ଟା ପଞ୍ଚାୟତବାସୀ। ଶନିବାର କୁରୁଣ୍ଟା ହାଇସ୍କୁଲ ପରିସରରେ ଆୟୋଜିତ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ…

