ନଁ।କୁ ସୀମା ସିଲ୍‌: ପଶ୍ଚିମବଙ୍ଗରୁ ଫେରିଆସୁଛନ୍ତି ଓଡ଼ିଆ

ବାଲେଶ୍ୱର ଅଫିସ/ ବାରିପଦା ଅଫିସ, ୨୧।୪-ରାଜ୍ୟ ପ୍ରବେଶପଥଗୁଡ଼ିକ ସିଲ୍‌ ଥିବା ବେଳେ ପଶ୍ଚିମବଙ୍ଗରେ ଥିବା ଓଡ଼ିଶାର ଲୋକମାନେ ବିଭିନ୍ନ ୪ଚକିଆ ଯାନରେ ନିଜ ରାଜ୍ୟକୁ ଫେରିଆସୁଛନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଲାଗି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଫଳରେ ସୀମାନ୍ତ ଅଞ୍ଚଳରେ ଜଗିଥିବା ପୋଲିସ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠୁଛି। ଏହାର ସମୀକ୍ଷା ପାଇଁ ପୋଲିସ ଡିଜି ଅଭୟ ମଙ୍ଗଳବାର ବାଲେଶ୍ୱର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଡିଜି ସ୍ବତନ୍ତ୍ର ବିମାନ ଯୋଗେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ୧୫ ମିନିଟ୍‌ରେ ପୋଲିସ ଲାଇନ୍‌ରେ ପହଞ୍ଚତ୍ ପ୍ରଥମେ ଜିଲାରେ ଲକ୍‌ଡାଉନ୍‌ ସ୍ଥିତିକୁ ଅନୁଧ୍ୟାନ କରିବେ। ୧୨ଟା ୪୫ ମିନିଟ୍‌ରେ ଜଳେଶ୍ୱର ପହଞ୍ଚତ୍ ସିଲ୍‌ ହୋଇଥିବା ସୀମାନ୍ତର ସ୍ଥିତିକୁ ସମୀକ୍ଷା କରିବେ। ଏହା ପରେ ଡିଜି ମୟୂରଭଞ୍ଜ ଜିଲା ଗସ୍ତ କରି ଅପରାହ୍ନ ୨ଟା୧୫ରେ ଚକଶୁଳିଆପଦା ଏବଂ ଜାମଶୋଳା ଆନ୍ତଃରାଜ୍ୟ ଗେଟ୍‌ ପରିଦର୍ଶନ କରିବେ। ସେଠାକାର ସ୍ଥିତି ସମୀକ୍ଷା ପରେ ଅପରାହ୍ନ ୪ଟା୩୦ରେ ଫେରିଯିବେ।
ସାରା ବିଶ୍ୱରେ କରୋନା ଭୂତାଣୁ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ବେଳେ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୪ ତାରିଖଠାରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଇ ପ୍ରତ୍ୟେକ ରାଜ୍ୟର ସୀମାନ୍ତକୁ ସିଲ୍‌ କରିଥିଲେ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାନ୍ତ ଲକ୍ଷ୍ମଣନାଥ ଓ ଉଦୟପୁର ଗେଟ୍‌ ତଥା ଉକ୍ତ ଅଞ୍ଚଳରେ ବିଭିନ୍ନ ରାସ୍ତା ଦେଇ ପଶ୍ଚିମବଙ୍ଗରୁ ଟାଟା ମ୍ୟାଜିକ୍‌, ବୋଲେରୋ ଭଦ୍ରକ ଜିଲାର ବାସୁଦେବପୁର ଓ ଭଣ୍ଡାରିପୋଖରୀ, ଯାଜପୁର ଜିଲାର ୧୫ରୁ ଉର୍ଦ୍ଧ୍ୱ ଲୋକ ଆସିଥିଲେ। ସେମାନଙ୍କ ମଧ୍ୟରୁ ଭଦ୍ରକ ଓ ଯାଜପୁରର ୧୦ଜଣ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସୋମବାର ଅପରାହ୍ନରେ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ବାଲେଶ୍ୱର ଜିଲାର ପୋଲିସ୍‌ଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠୁଛି। ସୀମାନ୍ତ ସିଲ୍‌ ହେବା ପରେ ଗତ ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୪ତାରିଖ ଭିତରେ ବିଭିନ୍ନ ଗାଡ଼ିରେ କିପରି ଭାବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କଲେ ତାହା ତଦନ୍ତସାପେକ୍ଷ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?