ବାଲେଶ୍ୱର ଅଫିସ/ ବାରିପଦା ଅଫିସ, ୨୧।୪-ରାଜ୍ୟ ପ୍ରବେଶପଥଗୁଡ଼ିକ ସିଲ୍ ଥିବା ବେଳେ ପଶ୍ଚିମବଙ୍ଗରେ ଥିବା ଓଡ଼ିଶାର ଲୋକମାନେ ବିଭିନ୍ନ ୪ଚକିଆ ଯାନରେ ନିଜ ରାଜ୍ୟକୁ ଫେରିଆସୁଛନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଲାଗି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଫଳରେ ସୀମାନ୍ତ ଅଞ୍ଚଳରେ ଜଗିଥିବା ପୋଲିସ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠୁଛି। ଏହାର ସମୀକ୍ଷା ପାଇଁ ପୋଲିସ ଡିଜି ଅଭୟ ମଙ୍ଗଳବାର ବାଲେଶ୍ୱର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଡିଜି ସ୍ବତନ୍ତ୍ର ବିମାନ ଯୋଗେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ୧୫ ମିନିଟ୍ରେ ପୋଲିସ ଲାଇନ୍ରେ ପହଞ୍ଚତ୍ ପ୍ରଥମେ ଜିଲାରେ ଲକ୍ଡାଉନ୍ ସ୍ଥିତିକୁ ଅନୁଧ୍ୟାନ କରିବେ। ୧୨ଟା ୪୫ ମିନିଟ୍ରେ ଜଳେଶ୍ୱର ପହଞ୍ଚତ୍ ସିଲ୍ ହୋଇଥିବା ସୀମାନ୍ତର ସ୍ଥିତିକୁ ସମୀକ୍ଷା କରିବେ। ଏହା ପରେ ଡିଜି ମୟୂରଭଞ୍ଜ ଜିଲା ଗସ୍ତ କରି ଅପରାହ୍ନ ୨ଟା୧୫ରେ ଚକଶୁଳିଆପଦା ଏବଂ ଜାମଶୋଳା ଆନ୍ତଃରାଜ୍ୟ ଗେଟ୍ ପରିଦର୍ଶନ କରିବେ। ସେଠାକାର ସ୍ଥିତି ସମୀକ୍ଷା ପରେ ଅପରାହ୍ନ ୪ଟା୩୦ରେ ଫେରିଯିବେ।
ସାରା ବିଶ୍ୱରେ କରୋନା ଭୂତାଣୁ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ବେଳେ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୪ ତାରିଖଠାରୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଇ ପ୍ରତ୍ୟେକ ରାଜ୍ୟର ସୀମାନ୍ତକୁ ସିଲ୍ କରିଥିଲେ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାନ୍ତ ଲକ୍ଷ୍ମଣନାଥ ଓ ଉଦୟପୁର ଗେଟ୍ ତଥା ଉକ୍ତ ଅଞ୍ଚଳରେ ବିଭିନ୍ନ ରାସ୍ତା ଦେଇ ପଶ୍ଚିମବଙ୍ଗରୁ ଟାଟା ମ୍ୟାଜିକ୍, ବୋଲେରୋ ଭଦ୍ରକ ଜିଲାର ବାସୁଦେବପୁର ଓ ଭଣ୍ଡାରିପୋଖରୀ, ଯାଜପୁର ଜିଲାର ୧୫ରୁ ଉର୍ଦ୍ଧ୍ୱ ଲୋକ ଆସିଥିଲେ। ସେମାନଙ୍କ ମଧ୍ୟରୁ ଭଦ୍ରକ ଓ ଯାଜପୁରର ୧୦ଜଣ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସୋମବାର ଅପରାହ୍ନରେ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ବାଲେଶ୍ୱର ଜିଲାର ପୋଲିସ୍ଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠୁଛି। ସୀମାନ୍ତ ସିଲ୍ ହେବା ପରେ ଗତ ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୪ତାରିଖ ଭିତରେ ବିଭିନ୍ନ ଗାଡ଼ିରେ କିପରି ଭାବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କଲେ ତାହା ତଦନ୍ତସାପେକ୍ଷ ହୋଇପଡ଼ିଛି।

ଜଳିଗଲା ଟମାଟୋ ବୋଝେଇ ଟ୍ରକ
ବସ୍ତା, ୨୪।୬(ସ୍ବ.ପ୍ର.)- ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଭେଲୋରା -ରାଜଘାଟ ମଝିରେ ଏକ ଟମାଟୋ ବୋଝେଇ ଟ୍ରକ ସୋମବାର ମଧ୍ୟାହ୍ନରେ ହଠାତ୍ ଜଳିଯାଇଥିବା...

୨ଶହ ଫୁଟର ତ୍ରିରଙ୍ଗା ଶୋଭାଯାତ୍ରା
ଖଇରା, ୧୫।୮(ଡି.ଏନ.ଏ.)-ସ୍ବାଧୀନତା ଦିବସ ପାଳନ ଅବସରରେ ବାଲେଶ୍ୱର ଜିଲା ପତଞ୍ଜଳି ଯୋଗ ସମିତି ଓ ଆଜାଦ ସୁଭାଷ ସେନା ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ୨ଶହ ଫୁଟର...

କମୁଛି ସୁବର୍ଣ୍ଣରେଖା, ବଢୁଛି ଦୁର୍ଦ୍ଦଶା
ବାଲେଶ୍ୱର ଅଫିସ, ୨୩।୮:ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ୍ରୁ ମୋଟ୍ ୨୦ଟି ଗେଟ୍ ଖୋଲାଯାଇଥିବାରୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ରାଜଘାଟସ୍ଥିତ...

ଗତିପଥ ବଦଳାଉଛି ବୁଢ଼ାବଳଙ୍ଗ
ବାଲେଶ୍ୱର ଅଫିସ, ୨୯।୫(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଦୀର୍ଘ ଦୁଇ ଦଶନ୍ଧି ଧରି ଗତିପଥ ବଦଳାଉଥିବାରୁ ସଦର ବ୍ଲକ ଅଧୀନ ଗୋପୀନାଥପୁର...

‘୭ ଦିନ ମଧ୍ୟରେ ରିପୋର୍ଟ ଦିଅ’
ଭୋଗରାଇ, ୨୬।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ଗତ ରବିବାର ଅପରାହ୍ନରେ ହୋଇଥିବା କାଳବୈଶାଖୀରେ କ୍ଷତି ହୋଇଥିବା ଧାନ, ପାନ, ଘର, ରବିଫସଲ ଓ ତୈଳବୀଜର...

ରାଇବଣିଆରେ ହାତୀପଲଙ୍କ ଉତ୍ପାତ
ଜଳେଶ୍ୱର, ୧।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନ ଶ୍ୟାମନଗର, କାଳିକ, ସର୍ଦ୍ଦାରବନ୍ଧ, କଳମା, ଖୁଆଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ ୭ଦିନ ଧରି...

ବାଇକ୍ରେ ମଦ ଚୋରାଚାଲାଣ ବେଳେ ଦୁର୍ଘଟଣା: ବେପାରୀଙ୍କୁ କାବୁ କଲେ ଗ୍ରାମବାସୀ
ବାହାନଗା,୨୨।୯(ଡି.ଏନ୍.ଏ.):ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମର ବାଲେଶ୍ବର -ବାସୁଦେବପୁରକୁ ସଂଯୋଗ କରୁଥିବା ରାସ୍ତରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛିି। ୩ଟି ବାଇକ୍ ଯୋଗେ...

ଗାଁରେ ପଶିଲା ହାତୀ, ଗ୍ରାମବାସୀ ଭୟଭୀତ
ରୂପ୍ସା,୨୫ା୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଜହତା ଗ୍ରାମରେ ଶୁକ୍ରବାର ସକାଳେ ଏକ ଦନ୍ତାହାତୀ ପଶି ଆସିଥିବା ଦେଖିବାକୁ ମିଳିଛି। ଜଣେ...