ଅନୁଗୋଳ

‘ପ୍ରଗତି ପଥେ ଆଗେଇ ନିଅ’

ଅନୁଗୋଳ ଅଫିସ,୨ ।୪ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଓଡ଼ିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭାପତି ବବିତା ପ୍ରଧାନ ଯୋଗଦେଇ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିଥିଲେ। ମୁଖ୍ୟ…

ସନ୍ଦେହରେ ଅବକାରୀ ବିଭାଗ ଆଭିମୁଖ୍ୟ

ବଇଣ୍ଡା,୧।୪ (ପରିକ୍ଷିତ ସାହୁ) ଭଡ଼ାଘରେ ଚାଲିଥିବା ବଇଣ୍ଡା ଅବକାରୀ ଥାନା ଭଙ୍ଗାଯିବା ପରେ ନୂଆ କାର୍ଯ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଗଲା। ୩୩ ଲକ୍ଷ ଟଙ୍କା ବ୍ୟୟରେ ଏଥିପାଇଁ କୋଠା ନିର୍ମାଣ ହେଲା। ହେଲେ ୨ ବର୍ଷ ତଳୁ କାର୍ଯ୍ୟ ଶେଷ…

ରଣନୀତି ପ୍ରସ୍ତୁତିରେ ବିଜେଡି-ଭାଜପା

ଅନୁଗୋଳ ଅଫିସ,୧।୪ ୨୦୨୨ ପୌର ନିର୍ବାଚନ ଅନୁଗୋଳରେ ଅନେକ ନୂତନତା ଆଣିଛି। ପ୍ରଥମ ଥର ପାଇଁ ପୌର ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତେଇପାରିଛି। ସେହିପରି ଅଧିକ କାଉନସିଲର ପଦବୀ ଅକ୍ତିଆର କରି ଭାଜପା ଏଠାରେ ବିଜେଡିକୁ ପଛରେ ପକାଇ ଦେଇଛି।…

୨୯ରେ ପଦାର୍ପଣ କଲା ଅନୁଗୋଳ

ଅନୁଗୋଳ ଅଫିସ,୧।୪ ୧୯୯୩ ଏପ୍ରିଲ ୧ରେ ଜିଲା ମାନ୍ୟତା ପାଇଥିବା ଅନୁଗୋଳ ୨୯ ବର୍ଷରେ ପଦାର୍ପଣ କରିଛି। ତେଣୁ ଏପ୍ରିଲ୍‌ ୧ ଶୁକ୍ରବାର ଓଡ଼ିଶା ଦିବସ ସହ ଜିଲାର ଏହି ପ୍ରତିଷ୍ଠା ଦିବସକୁ ବେଶ୍‌ ଧୁମ୍‌ଧାମରେ ପାଳନ କରିବାକୁ ଅନୁଗୋଳ ଜିଲା…

ଏନ୍‌ଟିପିସିରେ ଧର୍ମଘଟ ସଫଳ

କଣିହାଁ ,୩୦।୩(ଡି.ଏନ.ଏ.) – ୧୨ ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ କର୍ମଚାରୀ ଫେଡେରେଶନ ପକ୍ଷରୁ ଦିଆଯାଇଥିବା ଦୁଇଦିନିଆ ଧର୍ମଘଟ ଡାକରାର ପ୍ରଭାବ କଣିହାଁସ୍ଥିତ ଏନ୍‌ଟିପିସିରେ ଦେଖିବାକୁ ମିଳିଛି। ଏଆଇୟୁଟିୟୁସି ସହବନ୍ଧିତ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ,…

ଶ୍ରେଣୀଗୃହ ନିର୍ମାଣ ନ ହେଲେ ଆନ୍ଦୋଳନ

ବଇଣ୍ଡା,୩୦।୩(ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ଛକଠାରେ ଥିବା କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତରକୁ ନୁନୁକାପଶି ପଞ୍ଚାୟତ ଲୋକପ୍ରତିନିଧି, ଅଭିଭାବକ ଓ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ମଙ୍ଗଳବାର ବିଦ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ଦୀପ୍ତିମୟୀ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ତାଳଚେର,୨୯।୩(ଡି.ଏନ୍‌.ଏ.): ତାଳଚେର ଆରଆରଡବ୍ଲ୍ୟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଲାଞ୍ଚ ନେବା ଅଭିଯୋଗରେ ଯନ୍ତ୍ରୀ ସାହୁଙ୍କ ଘରେ ଚଢ଼ାଉ ହୋଇଛି। ଏକ କାଳୀନ ଯନ୍ତ୍ରୀ ସାହୁଙ୍କ ତାଳଚେରସ୍ଥିତ କାର୍ଯ୍ୟାଳୟ, ପୈତୃକ ଘର,…

ରାଶନରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୨୯।୩(ଡି.ଏନ.ଏ.) ରାଶନ ଚାଉଳ ଓଜନରେ ଅନିୟମିତତା କରାଯାଉଥିବା ନେଇ ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତ ତିଳେଶ୍ୱର ଗ୍ରାମର କେତେଜଣ ହିତାଧିକାରୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ଦର୍ଶାଇଛନ୍ତି, ତିଳେଶ୍ୱର, ଦାମବାହାଳ, ଜରପଡା, ଖଡକବାହାଳ, ତେନ୍ତୁଳିପଥର, କୃତ୍ତିବାସପୁର ଗ୍ରାମର ଲୋକେ…

୮ ମଧ୍ୟରୁ ୭ ନିର୍ଦ୍ୱନ୍ଦ୍ୱ

ଅନୁଗୋଳ ଅଫିସ, ୨୪।୩: ଅନୁଗୋଳ ଜିଲାରେ ବୁଧବାର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି। ମୋଟ ୮ ବ୍ଲକ ମଧ୍ୟରୁ କେବଳ କଣିହଁାକୁ ବାଦ୍‌ ଦେଲେ ଅନ୍ୟ ୭ ବ୍ଲକ ଉପାଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସମସ୍ତ ବ୍ଲକରେ ବିଜେଡି ସମର୍ଥତ୍ତ…

ପାଣି ଆଣିବାକୁ ଅଧ କି.ମି.

ବଇଣ୍ଡା,୨୪।୩(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ରହିଛି। ହେଲେ ପଞ୍ଚାୟତର ସମସ୍ତ ସାହିକୁ ପାଇପ୍‌ ପାଣି ମିଳୁନି। ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ବୈଷ୍ଣବସାହିବାସୀ। ସାହିରେ ନଳକୂଅ କିମ୍ବା…

୫୮ ମେଧାବୀଙ୍କୁ ଉତ୍କର୍ଷ ବୃତ୍ତି

କଣିହାଁ ,୨୩।୩(ଡି.ଏନ.ଏ.) – କଣିହାଁ ଏନ୍‌ଟିପିସି ପକ୍ଷରୁ ନିକଟବର୍ତ୍ତୀ ଗ୍ରାମର ୫୮ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଉତ୍କର୍ଷ ବୃତ୍ତି ପ୍ରଦାନ କରାଯାଇଛି। ୨୦୨୦-୨୧ ଶିକ୍ଷା ବର୍ଷରେ ଉତ୍ତମ ପ୍ରଦର୍ଶନ କରିଥିବା ଦଶମ, ଦ୍ୱାଦଶ ଶ୍ରେଣୀ, ବି.ଟେକ୍‌ ଓ ଏମ୍‌ବିବିଏସ୍‌ ଛାତ୍ରୀଛାତ୍ରଙ୍କୁ ଏହି…

ସରସ ସୁନ୍ଦର ହେବ ଓଡ଼ିଶା ଦିବସ

ଅନୁଗୋଳ ଅଫିସ,୨୨ ।୩ ଅନୁଗୋଳରେ ଓଡ଼ିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ଜିଲା କାର୍ଯ୍ୟାଳୟ କୋର୍ଟ ରୁମ୍‌ଠାରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri