ଅନୁଗୋଳ

ବିଧବା ମହିଳାଙ୍କୁ ଆକ୍ରମଣ, ୩ ଗିରଫ

ବଇଣ୍ଡା,୧୪।୭(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅମାସମା ଗ୍ରାମର ବିଧବା ମହିଳା ହୀରା ପ୍ରଧାନଙ୍କୁ ସେହି ଗ୍ରାମର ରବି ପ୍ରଧାନ, ଶ୍ରୀରାମ ପ୍ରଧାନ, ଭାଗୀରଥି ପ୍ରଧାନ ଠେଙ୍ଗାରେ ଆକ୍ରମଣ କରିଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ନେଇ ନଂ. ୬୪/୧୯ରେ…

ବଗିଚାକୁ ଯାଉଥିବା ବେଳେ ୩ ଭାଲୁଙ୍କ ଆକ୍ରମଣ: ବାପ, ପୁଅ ଗୁରୁତର

ଛେଣ୍ଡିପଦା,୧୪।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ବ୍ରାହ୍ମଣବିଲା ଗ୍ରାମରେ ରବିବାର ଭାଲୁ ଆକ୍ରମଣରେ ବାପ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମ ଶଙ୍ଖାଡ଼ି ସାହିର ପ୍ରହ୍ଲାଦ ଶଙ୍ଖାରୀ(୫୦) ଏବଂ ପୁଅ ମିଟୁ ଶଙ୍ଖାରୀ। ଉଭୟଙ୍କ…

ବିଭିନ୍ନ ପ୍ରତିଷ୍ଠାନ, ବ୍ୟାଙ୍କ କର୍ମଚାରୀଙ୍କ ସହ ପୋଲିସର ବୈଠକ: ସିସିଟିଭି ଲଗାଅ, ସନ୍ଦିଗ୍ଧଙ୍କ ସୂଚନା ଦିଅ

ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳରେ ଡକାୟତି, ଲୁଟ୍‌ପାଟ ବୃଦ୍ଧି ଏବେ ପୋଲିସ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜିଲା ଏପରିକି ରାଜ୍ୟ ବାହାରର ଲୁଟେରା ଏଠାକୁ ଆସି ସହଜରେ ଲୁଟ୍‌ପାଟ କରି ଚମ୍ପଟ ମାରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅନୁଗୋଳ…

ଗୋଧି ଗିଳୁଥିବା ଅହିରାଜକୁ ଗୁଳି ଘଟଣା: ଶିକାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ରାଜନୈତିକ ଚାପ ଚର୍ଚ୍ଚା

ବନ୍ତଳା,୧୪ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆସ୍ଥିତ ପାଣ୍ଡୁରୀଶୁଣି ପାହାଡ଼ରେ ଗତ ୧୦ ତାରିଖରେ ଗୋଧି ଗିଳୁଥିବା ଏକ ଅହିରାଜକୁ ଶିକାରୀମାନେ ଗୁଳି କରିଥିବା ଚର୍ଚ୍ଚାର ବିଷୟ ହୋଇଥିଲା। ଗ୍ରାମବାସୀଙ୍କ ସୂଚନାକୁ ଆଧାର କରି ବନ ବିଭାଗ ସାପର ମୃତଦେହ…

ଏନ୍‌ଟିପିସି ଡାକ୍ତରଙ୍କ ପ୍ରସ୍ତାବ ଉପରେ ମୋହର : ଗ୍ରହଣଖଣ୍ଡିଆ ରୋଗୀ ଯିବେ ହାଇଦ୍ରାବାଦ

ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳ ଜିଲାରେ ଥିବା ଗ୍ରହଣଖଣ୍ଡିଆ ଓ ଅଗ୍ନି ବିକଳାଙ୍ଗ ରୋଗୀଙ୍କ ପ୍ଲାଷ୍ଟିକ ସର୍ଜରୀ ଚିକିତ୍ସା ହାଇଦ୍ରାବାଦରେ କରାଯିବ। ସେଠାରେ ମାଗଣା ଚିକିତ୍ସାସେବା ଉପଲବ୍ଧ ହେଉଥିବାରୁ ଏହାର ସୁଯୋଗ ଅନୁଗୋଳର ରୋଗୀଙ୍କୁ ଦେବାକୁ କଣିହଁାସ୍ଥିତ ଏନ୍‌ଟିପିସି ଡାକ୍ତରଖାନାର…

ମଧ୍ୟାହ୍ନଭୋଜନ ଖାଇ ୧୯ ଅସୁସ୍ଥ, ୨ ଗୁରୁତର

ତାଳଚେର,୧୩।୭(ନି.ପ୍ର.) : ମଧ୍ୟାହ୍ନଭୋଜନ ଖାଇ ଶନିବାର ପରଜଙ୍ଗ ବ୍ଲକ କଳେଇ ୟୁପିସ୍କୁଲର ୧୯ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପାଇଁ ସମସ୍ତଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବେ ୨ ଜଣ ଡାକ୍ତରଖାନାରେ ଚିକିସତ୍ାଧୀନ ଥିବାବେଳେ ଅନ୍ୟମାନେ…

ଦୁର୍ଘଟଣାରେ ନାଲ୍‌କୋ କର୍ମଚାରୀ ଗୁରୁତର

ବଅଁରପାଳ,୧୩।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସେଲ୍‌ଟର ପ୍ଲାଣ୍ଟ ପରିସର ପଟଲାଇନ କ୍ୟାଣ୍ଟିନ୍‌ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ଏକ ମେଟାଲ୍‌ ବୋଝେଇ ଟ୍ରେଲର (ଏମ୍‌ଟିଟି) ଧକ୍କାରେ ଜଣେ ନାଲ୍‌କୋ କର୍ମଚାରୀ ଗୁରୁତର ହୋଇଛନ୍ତି। ସେ ହେଲେ ବୁଧୁରାମ ମାଝୀ(୫୭)। ବାଇକ ଯୋଗେ ସେ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା ୩ ଜୀବନ

ତାଳଚେର ନି.ପ୍ର./ପବିତ୍ରନଗର,୧୩।୭ (ଡିଏନଏ): ଅନୁଗୋଳ ଜିଲା ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳିଠାରେ ଜାତୀୟ ରାଜପଥ ୧୪୯ରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ…

ଆଜି ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ: ନାମ ଲେଖାଇଲେନି ୧୨୦ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୩।୭- ଅନୁଗୋଳ ଜୁନିୟର ମହାବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଶନିବାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଏହାପରେ ସୋମବାର ଠାରୁ ଛାତ୍ରୀଛାତ୍ରଙ୍କ…

ସ୍ତ୍ରୀଙ୍କୁ ନେଇଗଲେ ବାପଘର ଲୋକେ: ସ୍ବାମୀ ଥାନାର ଦ୍ୱାରସ୍ଥ

ଅନୁଗୋଳ ଅଫିସ, ୧୩।୭ – ଅନୁଗୋଳ ଜିଲା କଲିୟରୀ ଥାନା ଅଞ୍ଚଳର ରବି ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ବାପଘର ଲୋକେ ଜବରଦସ୍ତ ନେଇଯାଇଥିବା ରବି ଥାନାରେ ଅଭିଯୋଗ କରିଛନ୍ତି। ଏପରି କି ପୋଲିସ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନ ଥିବା ରବି…

ବଅଁରପାଳ ପୋଲିସକୁ ଦୁର୍ବୃତ୍ତଙ୍କ ଚ୍ୟାଲେଞ୍ଜ : ଭୁଜାଲିରେ ହାଣି ଲୁଟି ନେଲେ ଟଙ୍କା

ବଅଁରପାଳ,୧୩।୭(ଡି.ଏନ.ଏ.) – ବଅଁରପାଳ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ୩ ଦୁର୍ବୃତ୍ତ। ଶୁକ୍ରବାର ଅପରାହ୍ନରେ ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ଭୁଜାଲି ଦେଖାଇ ଓ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ୨ଟି ମୋବାଇଲ, ନଗଦ ଟଙ୍କା, ନୂଆ ପ୍ୟାଣ୍ଟ ସାର୍ଟ ଥିବା ବ୍ୟାଗ…

ଗ୍ରାହକଙ୍କ ପସନ୍ଦ ଚକୁଳି ପିଠା

ବଅଁରପାଳ,୧୩।୭(ଡି.ଏନ.ଏ.)- ସକାଳ ହେଉ କି ସନ୍ଧ୍ୟା, ତାଙ୍କ ହାତ ତିଆରି ଚକୁଳି ପିଠା ଖାଇବାକୁ ଦୋକାନରେ ବଢ଼ୁଛି ଭିଡ଼। ମସଲା ଦୋସା ପାଇଁ ଗ୍ରାହକଙ୍କଠାରୁ ମିଳୁଛି ବହୁ ଅର୍ଡର। ଗ୍ରାହକଙ୍କୁ ସନ୍ତୁଷ୍ଟ କରିପାରୁଥିବାରୁ ଦୋକାନ ମାଲିକ ମଧ୍ୟ ତାଙ୍କ ଉପରେ ଖୁସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri