ଉଦ୍ଧାର ନାବାଳିକା ଗଲେ ବାଳାଶ୍ରମ: ୮ ଦିନ ହେଲା ଥିଲେ ପ୍ରେମିକ ଘରେ
ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପୋଲିସ ତାଙ୍କ ପ୍ରେମିକଙ୍କ ଘରୁ ଉଦ୍ଧାର କରିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବନ୍ତଳା ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର...
ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହୁ
ବଇଣ୍ଡା,୨୫।୭(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଧିରେ ଧିରେ ଅପରାଧ ବୃଦ୍ଧି ପାଉଛି। ଏଥିପ୍ରତି ଜନସାଧାରଣ ଅଧିକ ଯତ୍ନବାନ ହେବା ଆବଶ୍ୟକ। ପୋଲିସ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଅପରାଧ ହ୍ରାସ ପାଇବ ବୋଲି ବୁଧବାର କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ସଭାଗୃହ...
ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ: ବଅଁରପାଳରେ ପ୍ରଭାବ
ବଅଁରପାଳ,୨୪।୭(ଡି.ଏନ୍.ଏ.): ମୃତଦେହ ବ୍ୟବଚ୍ଛେଦ, ସଂରକ୍ଷଣ ଗୃହରୁ ୨ ମୃତଦେହରୁ ଆଖି ଗାଏବ, ନାବାଳିକାଙ୍କୁ ବଳାତ୍କାର ଓ ଅନୁଗୋଳ ସହରରେ ଆବର୍ଜନା ଭର୍ତ୍ତି ହେବା ଆଦି ଘଟଣାକୁ ନେଇ ବୁଧବାର ଭାଜପା କର୍ମୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ...
ଆଖି ଗାଏବ, ନାବାଳିକା ବଳାତ୍କାର ଘଟଣା : ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ
ଅନୁଗୋଳ ଅଫିସ,୨୪।୭: ଅନୁଗୋଳ ଜିଲାରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ମୃତଦେହରୁ ଆଖି ଗାଏବ ଏବଂ ଜଣେ ଆଠ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଘଟଣା ପ୍ରତିବାଦରେ ବୁଧବାର ଭାଜପା ଅନୁଗୋଳ ନଗର ମଣ୍ଡଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।...
ଅସୁସ୍ଥ ଦନ୍ତାହାତୀ ପୋଖରୀରେ ପଡ଼ି ମୃତ
ବନ୍ତଳା,୨୪।୭(ଡି.ଏନ୍.ଏ.): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ଢେଙ୍କାନାଳ ବନଖଣ୍ଡ ଅଧୀନ ହିନ୍ଦୋଳ ରେଞ୍ଜ କରାବିରା ଗ୍ରାମ ନିକଟ ପୋଖରୀରେ ପଡ଼ି ମଙ୍ଗଳବାର ରାତିରେ ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ଘଟିଛି। ଖବର ପାଇ ହିନ୍ଦୋଳ ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।...
ଭରତପୁର କୋଇଲା ଖଣିରେ ଅଘଟଣ: ମାଟି ଧସି ଫସିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ
ଅନୁଗୋଳ ଅଫିସ, ୨୪।୭: ତାଳଚେର ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ବିଳମ୍ବିତ ରାତିରେ ବ୍ଲାଷ୍ଟିଂ ହେଉଥିବା ବେଳେ ମାଟି ଧସିଯାଇଛି। ଏଥିରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ତେବେ ୮/୧୦ଟି ଭାରିଯାନ ମାଟିରେ ପୋତି ହୋଇଯାଇଥିବା କୁହାଯାଉଛି। ମଙ୍ଗଳବାର ରାତିରେ...
ପାଲଲହଡ଼ାବାସୀଙ୍କୁ ନାଳ ପାଣି ଯୋଗାଣ ଅଭିଯୋଗ
ପାଲଲହଡ଼ା,୨୪ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦର ମହକୁମାବାସୀଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଏକ କମ୍ପାନୀ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ସହଯୋଗରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ...
ଅନୁଗୋଳ ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ବସ୍ଷ୍ଟାଣ୍ଡ ନିକଟ ଆହାରକେନ୍ଦ୍ର ପଛପଟେ ଶନିବାର ରାତିରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାର ଅଭିଯୁକ୍ତ ଅମଲାପଡ଼ାର ଶିବୁ ପଟ୍ଟନାୟକ(୫୫)ଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ନାବାଳିକାଙ୍କ ମାଇଁ କରିଥିବା ଅଭିଯୋଗ ଆଧାରରେ ନଂ. ୫୫୨/୧୯ରେ ମାମଲା...
ବିଦ୍ୟୁତ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, କ୍ଷତିପୂରଣ ଦାବିରେ ଆନ୍ଦୋଳନ
ବଇଣ୍ଡା,୨୩।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ସେସୁ କାର୍ଯ୍ୟାଳୟ ଅଧୀନରେ ଥିବା ନାକିଚି ଛେଳିଆଢିପ ବିଦ୍ୟୁତ ସବ୍ଷ୍ଟେଶନରେ କାର୍ଯ୍ୟରତ ବଇଣ୍ଡା ଗ୍ରାମର ପ୍ରହଲ୍ଲାଦ ମହାପାତ୍ର(୫୫)ଙ୍କ ମୃତଦେହ ମଙ୍ଗଳବାର ହଣ୍ଡପା ପୋଲିସ କାର୍ଯ୍ୟାଳୟ ପରିସରରୁ ଉଦ୍ଧାର କରିଛି। ପ୍ରହଲ୍ଲାଦ ଓ ତାଙ୍କର ଜଣେ ସହଯୋଗୀ ଉକ୍ତ...
ନାଲ୍କୋ ପ୍ଲାଣ୍ଟରେ ଦୁର୍ଘଟଣା, ୪ ଗୁରୁତର
ଅନୁଗୋଳ ଅଫିସ, ୨୩।୭: ଅନୁଗୋଳ ସ୍ଥିତ ନାଲ୍କୋ ପ୍ଲାଣ୍ଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟି ୪ କର୍ମଚାରୀ ଗୁରୁତର ହୋଇଛନ୍ତି। ସ୍ମେଲଟରର କାଷ୍ଟ ହାଉସ ବି’ରେ ଫ୍ଲାଶ୍ ଓଭରରୁ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରାଯିବା ସହ ଗୁରୁତର କର୍ମଚାରୀଙ୍କୁ...
ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ: ସାପ କାମୁଡ଼ିଥିବା ସନ୍ଦେହ
ଛେଣ୍ଡିପଦା, ୨୩।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମର ପୂର୍ବତନ ସମିତି ସଭ୍ୟଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ କୋଶଳା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କପିଳ ଗଡ଼ନାୟକ(୩୭)। ପ୍ରକାଶ ଯେ, କପିଳ ସୋମବାର ରାତିରେ ଘରେ...
ସ୍କୁଲ ଆସିଲେନି ପିଲା, ବସି ବସି ଫେରିଲେ ଶିକ୍ଷକ
ବନ୍ତଳା, ୨୩।୭ (ଡି.ଏନ୍.ଏ.) ଅନୁଗୋଳ ଜିଲା ଅନ୍ତୁଳିଆ ପଞ୍ଚାୟତ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ସୋମବାର କୌଣସି ଛାତ୍ରୀଛାତ୍ର ଆସି ନ ଥିଲେ। ସ୍କୁଲକୁ ଅଧିକ ୨ଜଣ ଶିକ୍ଷକ ନ ଦିଆଯିବା ପର୍ଯ୍ୟନ୍ତ ଅଭିଭାବକମାନେ ପିଲାଙ୍କୁ ଛାଡ଼ିବେ ନାହିଁ ବୋଲି ପୂର୍ବରୁ...
Archives


