ଚାବି ହଜିଲେ ଖୋଜାପଡ଼ନ୍ତି ଯଶୋବନ୍ତ
ଘର ଉତ୍ତରପ୍ରଦେଶ। କିନ୍ତୁ ତାଙ୍କ ପରିଚୟ ରହିଛି ନାଲ୍କୋ ଅଞ୍ଚଳରେ। ଜଣେ ଭଲ ଚାବି କାରିଗର ଭାବେ ବର୍ଷ ବର୍ଷ ଧରି ସେ ଏଠାରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ବାପା ମଧ୍ୟ ନାଲ୍କୋ ଅଞ୍ଚଳରେ ରହି ବ୍ୟବସାୟ ଚଳାଇ ଆସୁଥିଲେ। କୌଳିକ…
ଟ୍ରେନ ଧକ୍କାରେ ଭାଲୁ ମୃତ
ବଇଣ୍ଡା,୧।୮(ଡି.ଏନ.ଏ.)-ତାଳଚେର-ସମ୍ବଲପୁର ରେଳ ପଥର ହଣ୍ଡପା ଥାନା କୃଷ୍ଣପୁରଠାରେ ଟ୍ରେନ ଧକ୍କାରେ ଏକ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି। ଘଟଣାରୁ ଜଣାପଡ଼ିଛି, ରେଳ ଲାଇନ ପାର ହୋଇ ଉକ୍ତ ଭାଲୁଟି ଜଙ୍ଗଲ ଅଭିମୁଖେ ଯାଉଥିବାବେଳେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ପାସେଞ୍ଜର…
ମା’ର ମୃତଦେହକୁ କାନ୍ଧଦେଲେନି ପୁଅ: ପୋଲିସ ଉପସ୍ଥିତିରେ ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ
ଛେଣ୍ଡିପଦା,୧।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ମାଛକୁଟା ପଞ୍ଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ମା’ର ଅନ୍ତିମ ସଂସ୍କାର ପାଇଁ ନିଜ ପୁଅ କାନ୍ଧ ଦେଇ ନ ଥିବା ଜଣାପଡ଼ିଛି। ଦୀର୍ଘ ସମୟ ଧରି ଗଁ।ରେ ମୃତଦେହ ପଡ଼ିଥିବା…
ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା, ପ୍ରତିବାଦରେ ରାସ୍ତା ଅବରୋଧ
ବଇଣ୍ଡା,୧।୮(ଡି.ଏନ୍.ଏ.) : ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ପ୍ରତାପପୁର ଗ୍ରାମରେ ହାତୀ ଆକ୍ରମଣରେ ମଞ୍ଜୁଲତା ସାହୁ(୫୫)ଙ୍କ ଜୀବନ ଯାଇଛି। ଏହାର ପ୍ରତିବାଦ ଏବଂ କ୍ଷତିପୂରଣ ଦାବି କରି ଗ୍ରାମବାସୀ ୫୫ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର…
ନାଲକୋ ପ୍ଲାଣ୍ଟରେ ପୋଡ଼ି ହୋଇଯାଇଥିବା ଶ୍ରମିକଙ୍କ ମୃତ୍ୟୁ
ଅନୁଗୋଳ ଅଫିସ,୧।୮: ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଗତ୨୩ ତାରିଖରେ ଏକ ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକଙ୍କ ଗୁରୁବାର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ହେଲେ…
ଉପଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ଛେଣ୍ଡିପଦା,୧ା୮(ସ୍ବ.ପ୍ର) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ବରମଳିହା ଗ୍ରାମକୁ ୧୫ ଦିନ ହେବ ଯାତାୟାତ ଠପ୍ ହୋଇଯାଇଛି। ଉକ୍ତ ରାସ୍ତାକୁ ଗ୍ରାମର କେତେଜଣ ବ୍ୟକ୍ତି ବନ୍ଦ କରିଦେଇଥିବାରୁ ଗ୍ରାମବାସୀ ଅସୁବିଧା ଭୋଗୁଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀ ବୁଧବାର…
ବିନା ପଞ୍ଜୀକରଣରେ ଚାଲିଛି ରାସ୍ତା ପାର୍ଶ୍ୱ ବ୍ୟବସାୟ: ତଦାରଖ ହେଉନି ଖାଦ୍ୟର ମାନ
ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଛତୁ ଫୁଟିଲା ପରି ଖୋଲୁଛି ଜଳଖିଆ ଦୋକାନ, ହୋଟେଲ। ଠେଲା ଗାଡ଼ିରେ ଭଳିକି ଭଳି ଖାଦ୍ୟ ବିକ୍ରି ହେଉଛି ଜନଗହଳିପୂର୍ଣ୍ଣ ସ୍ଥାନରେ। ହେଲେ ଏଥିରୁ ଅନେକ ବ୍ୟବସାୟ ଅଣପଞ୍ଜୀକୃତ…
ପୁଣି ବିବାଦରେ ଜିଲା ମୁଖ୍ୟ ଚିକିତ୍ସାଳୟ: ୫୦ ହଜାର ମିଳିବ କହି ୫ଶହ ନେଇ ଦଲାଲ ପାର୍
ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଦଲାଲ ରାଜ। ବିଭିନ୍ନ ସମୟରେ ଏମାନେ ଚିକିତ୍ସା ପାଇଁ ଦୂର ଦୂରାନ୍ତରୁ ଆସୁଥିବା ଅଜ୍ଞ୍ୟ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି। ବୁଧବାର ମଧ୍ୟ ଜଣେ ରୋଗୀଙ୍କ ସ୍ବାମୀଙ୍କଠାରୁ ୫ଶହ ଟଙ୍କା…
ଖଣି ବନ୍ଦ ଆନ୍ଦୋଳନରୁ ଓହରିଲା ଭାଜପା
ତାଳଚେର,୧ା୮(ନି.ପ୍ର.) – ପ୍ରଶାସନ ଓ ଏମ୍ସିଏଲ୍ର ଅନୁରୋଧ କ୍ରମେ ଭାଜପା ପକ୍ଷରୁ ୫ ଦଫା ଦାବି ନେଇ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି ଭାଜପା ସାଧାରଣ ସମ୍ପାଦକ କାଳନ୍ଦୀ ସାମଲ ବୁଧବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ…
ଖଣି ସମସ୍ୟା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ : ସୁରକ୍ଷା ସହ ସାଲିସ ହେବନି
ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣା ପରେ ସୃଷ୍ଟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୁଧବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…
ମିଳୁନି ଅଣଧାନ ବିହନ
ବଅଁରପାଳ,୧ା୮(ଡି.ଏନ.ଏ.) – ଅନୁଗୋଳ କୃଷି ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଅଣ ଧାନ ଜାତୀୟ ବିହନ ପାଇପାରୁନାହାନ୍ତି ଚାଷୀ। ବାରମ୍ବାର କୃଷି କାର୍ଯ୍ୟାଳୟଠାରୁ ଆରମ୍ଭ କରି ସମବାୟ ସମିତି ଦୌଡୁଥିଲେ ମଧ୍ୟ ସେମାନଙ୍କୁ ବିହନ ଯୋଗାଯାଉ ନ ଥିବା ଅଭିଯୋଗ ହୋଇଛି।…
ଛେଣ୍ଡିପଦା ବନାଞ୍ଚଳରେ ହାତୀପଲ: ସତର୍କ କଲା ବନବିଭାଗ
ଛେଣ୍ଡିପଦା,୧ା୮(ସ୍ବ.ପ୍ର) – ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ କଙ୍କୁରପାଳ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ବୁଧବାର ୪ଟି ହାତୀ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ଏ ନେଇ ବନ ବିଭାଗ ପକ୍ଷରୁ ଜଙ୍ଗଲକୁ ନ ଯିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି।…
Archives


