ତାମଡା କାର୍ଯ୍ୟାଳୟକୁ ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ଅନୁପସ୍ଥିତି ନେଇ ବର୍ଷିଲେ
ଅନୁଗୋଳ ଅଫିସ, ୬।୧୧-ଅନୁଗୋଳ ଜିଲାପାଳ ତଥା ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡା)ର ଉପାଧ୍ୟକ୍ଷ ମନୋଜ କୁମାର ମହାନ୍ତି ମଙ୍ଗଳବାର ଅପରାହ୍ନରେ ଅଚାନକ ତାମଡା କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିଲେ। ତେବେ କାର୍ଯ୍ୟାଳୟରେ ଅଧାରୁ ଅଧିକ କର୍ମଚାରୀ ଅନୁପସ୍ଥିତ ଥିବା ଦେଖି ଜିଲାପାଳ ବିରକ୍ତି...
ଆବାସ ଯୋଜନାରେ ମିଳୁନି ବିଲ୍: ଜିଲାପାଳଙ୍କୁ ଫେରାଦ ହେଲେ ହିତାଧିକାରୀ
ପାଲଲହଡ଼ା, ୫ା୧୧(ଡି.ଏନ.ଏ.) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଘର ନିର୍ମାଣ କରିଥିବା ଅନୁଗୋଳ ଜିଲା କଣିହାଁ ବ୍ଲକ ଗଣ୍ଡମାଳା ପଞ୍ଚାୟତର ହିତାଧିକାରୀମାନେ ବିଲ୍ ମିଳୁ ନ ଥିବା ଅଭିଯୋଗ କରି ସୋମବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।...
ପୋକତୁଙ୍ଗା ହାଇସ୍କୁଲରେ ପ୍ରଥମ କରି ଲାଗିଲା ସିସି କ୍ୟାମେରା
ବନ୍ତଳା,୫।୧୧(ଡି.ଏନ.ଏ.) ବିଭିନ୍ନ ସମୟରେ ବିଦ୍ୟାଳୟରେ ଲୋକମାନଙ୍କ ଅବାଧ ପ୍ରବେଶ, ଚୋରି, ପାଠପଢାରେ ଅବହେଳା ରୋକିବା ଦିଗରେ ଠୋସ ପଦକ୍ଷେପ ନେଇଛି ଅନୁଗୋଳ ଶିକ୍ଷା ପରିଚାଳନା ଉନ୍ନୟନ କମିଟି। ଜିଲାରେ ପ୍ରଥମ କରି ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ହାଇସ୍କୁଲରେ ଶିକ୍ଷା...
ଧଉରାଗୋଠ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ
ବଇଣ୍ଡା,୫।୧୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରାଗୋଠ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ କରାଯାଇଛି। ଏହି ବଡ଼ଧରଣର ଜଳସେଚନ ପ୍ରକଳ୍ପ ନିର୍ମାଣ କରି ସ୍ଥାନୀୟ ଲୋକଙ୍କ ଦୀର୍ଘବର୍ଷର ଦାବି ପୂରଣ କରିବା ପାଇଁ...
ଫନୀ ଉଜାଡ଼ିଦେଇଛି ଝାଟିମାଟିର ଘର:ଆବାସଟିଏ ମାଗିଲେ ଦୃଷ୍ଟିହୀନ ଦମ୍ପତି
ଅନୁଗୋଳ ଅଫିସ, ୫।୧୧ ଦୃଷ୍ଟିହୀନ ହେଲେ ବି ସେମାନେ ସଂସାର କରିଛନ୍ତି। ଅନୁଗୋଳର କେଦାରଗୌରୀ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ କାମ କରି ଯେନେତେନେ ପେଟ ପୂରାଉଛନ୍ତି। ହେଲେ ମଝିରେ ମଝିରେ ହେଉଥିବା ଦେହ ଅସୁସ୍ଥତା ଯୋଗୁ ହାତରେ କିଛି ସଞ୍ଚୟ...
ଆର୍ଡିସି ଅଫିସ ଦାବି
ତାଳଚେର,୪ା୧୧(ନି.ପ୍ର.)- ତାଳଚେରଠାରେ ଆର୍ଡିସିଙ୍କ ଏକ ନୂତନ ଅଫିସ ଖୋଲାଯିବାକୁ ବ୍ରାହ୍ମଣୀ ଅଞ୍ଚଳ ସୁରକ୍ଷା ପରିଷଦ ସଭାପତି ବିଭୁଧେନ୍ଦ୍ର ପ୍ରତାପ ଦାସ ଦାବି କରିଛନ୍ତି। ତାଳଚେରରେ ଏମ୍ସିଏଲ୍, ଏନ୍ଟିପିସି, ରେଙ୍ଗାଳି ଡ୍ୟାମ୍, ସମଲ ବ୍ୟାରେଜ ଦ୍ୱାରା ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି।...
ଆକ୍ରମଣ ଅଭିଯୁକ୍ତ ଗିରଫ
ତାଳଚେର,୪ା୧୧(ନି.ପ୍ର.)- ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ କଲିୟାରୀ ପୋଲିସ ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ଅବିନାଶ ସାହୁଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରି କୋର୍ଟଚାଲାଣ କରିଛି। ଗତ ଅକ୍ଟୋବର ୧୫ରେ ଡେରା ଛକଠାରେ...
ଭାଲୁ ଆକ୍ରମଣରେ ଜଣେ ଗୁରୁତର
ଛେଣ୍ଡିପଦା,୪।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ପଞ୍ଚାୟତ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ କାଠପାଳ ଗାଁର ଯାଦବ ବେହେରା (୫୧)। ସୂଚନାଯୋଗ୍ୟ, ଯାଦବ ସୋମବାର ସକାଳୁ ଶୌଚ...
ଧିମେଇଛି ଆବାସ ଯୋଜନା: ସମ୍ପୂର୍ଣ୍ଣ ହୋଇପାରିନି ଶତାଧିକ ଘର
ବଅଁରପାଳ,୪।୧୧ (ଡି.ଏନ୍.ଏ) ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟାଦେଶ ପାଇଥିବା ଅନେକ ହିତାଧିକାରୀଙ୍କ ଘର କାମ ସମ୍ପୂର୍ଣ୍ଣ ହୋଇ ନ ପାରି ଅଧପନ୍ତରିଆ ଭାବେ ପଡିରହିଛି। ଯୋଜନାର ସଫଳ କାର୍ଯ୍ୟକାରିତା ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି...
ଓକିଲଙ୍କ ଘରୁ ଡକାୟତି : ନେଇଗଲେ ୫୦ ହଜାର ଟଙ୍କା ସମେତ ସୁନାଗହଣା
ଅନୁଗୋଳ ଅଫିସ,୪।୧୧: ନାଲକୋ ଥାନା କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଓକିଲ ବିଭୂତି ଭୂଷଣ ପଟ୍ଟନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ନଗଦ ୫୦ ହଜାର ଟଙ୍କା ସହ...
ଅନୁଗୋଳ ପୁଅକୁ ଆମେରିକା ଡାକରା; ଶୁଭ୍ରାଂଶୁଙ୍କ ‘ମାଭିକ୍’ ଡ୍ରୋନ୍କୁ ନାସା କହିଲା ମିରାକିଲ୍
ଅନୁଗୋଳ ଅଫିସ, ୪।୧୧: ୨୪ ଘଣ୍ଟା ଆକାଶରେ ଉଡ଼ାଣ କରିପାରିବ। ୧୫ କେଜିର ଫାଷ୍ଟଏଡ୍ ନେଇ ତୁରନ୍ତ ଅପହଞ୍ଚ ଅଞ୍ଚଳର ଗୁରୁତର କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ପହଞ୍ଚାଇ ପାରିବ। ଖଞ୍ଜାଯାଇଥିବା କ୍ୟାମେରାରେ ଡାକ୍ତରଙ୍କ ସହ ଲୋକଙ୍କ ସିଧାସଳଖ କଥା କରାଇ ଜରୁରୀ...
ଚଉ କାଠ ଜବତ, ୨ ଗିରଫ
ବଇଣ୍ଡା,୩।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଚାର ଖେମୁଣ୍ଡି ଜଙ୍ଗଲରେ ରବିବାର ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦ ହଜାର ଟଙ୍କାର ଶାଳ ଚଉକାଠ ଜବତ କରାଯାଇଛି। ଏହି ଘଟଣାରେ କିଶୋରନଗର ଥାନା କରଡିଂବାହାଳ ଗ୍ରାମର ଦୁଃଖିଶ୍ୟାମ ବାଦି, ରେଢାଖୋଲ ଥାନା...
Archives


