ବ୍ୟାଙ୍କ ଅଫ୍ ବରୋଦା ଏଟିଏମ୍ ଭାଙ୍ଗିଲେ ଦୁର୍ବୃତ୍ତ
ବଇଣ୍ଡା,୨।୬ (ଡି.ଏନ୍.ଏନ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ଗ୍ରାମରେ ଥିବା ବ୍ୟାଙ୍କ ଅଫ୍ ବରୋଦାରୁ ସୋମବାର ରାତିରେ ଲୁଟ୍ ଉଦ୍ୟମ ବିଫଳ ହୋଇଛି। କେତେକ ଦୁର୍ବୃତ୍ତ ବ୍ୟାଙ୍କର ମୁଖ୍ୟ ଫାଟକ ତାଲାକୁ ଭାଙ୍ଗି ଭିତରେ ଥିବା ଏଟିଏମ୍କୁ ମଧ୍ୟଭାଙ୍ଗି ଦେଇଛନ୍ତି।…
ନୂଆ ଥାଇ ବି ପୁରୁଣା ସାହା
ଛେଣ୍ଡିପଦା, ୨।୬(ସ୍ବ.ପ୍ର.) – ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୩ ବର୍ଷ ତଳୁ ନିର୍ମାଣ ସରିଛି ପୋଲ। ହେଲେ ଆପ୍ରୋଚ ରୋଡ୍ ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ତାହା ବ୍ୟବହାରରେ ଲାଗି ପାରୁନାହିଁ। ଫଳରେ ପୂର୍ବରୁ ଯେଉଁ ପୁରୁଣା ବିପଦସଙ୍କୁଳ…
ଜିଲା କାର୍ଯ୍ୟାଳୟ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ
ଅନୁଗୋଳ ଅଫିସ୍, ୧।୬- ସେସୁ ସହ ଏନ୍ଜେନ୍ର ଚୁକ୍ତି ଶେଷ ହେବା ଓ ସେସୁ ପରିଚାଳନା ଦାୟିତ୍ୱ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ୍କୁ ଯିବା ପରେ ଠିକା କର୍ମଚାରୀଙ୍କ ଭଳି ମିଟର ରିଡିଂ ଓ ବିଲ୍ ଆଦାୟ ଦାୟିତ୍ୱ ତୁଲାଉଥିବା ଅନୁଗୋଳ…
ଟୋଲକବେଡା ଗ୍ରାମବାସୀଙ୍କ ଆନ୍ଦୋଳନ
କଣିହାଁ, ୧ା୬(ଡି.ଏନ.ଏ.)- ପାଉଁଶ ଟ୍ରକ୍, ଭାରିଯାନ ଚଳାଚଳ ଯୋଗୁ ଉପୁଜୁଥିବା ସମସ୍ୟାର ସମାଧାନ ଓ ଅନ୍ୟାନ୍ୟ ଦାବି ନେଇ ସୋମବାର ଅନୁଗୋଳ ଜିଲା କଣିହଁା ବ୍ଲକ ଟୋଲକବେଡା ଗ୍ରାମବାସୀ ଏନ୍ଟିପିସି ପ୍ରକଳ୍ପ ଶକ୍ତିଦ୍ୱାର ନିକଟରେ ଆନ୍ଦୋଳନ କରିଥିଲେ। ଏଥିଯୋଗୁ ପାଉଁଶ ଟ୍ରକ୍…
ଆମ୍ବପାଳ ଗ୍ରାମରେ ଅଗ୍ନିକାଣ୍ଡ: ୩ ବଖରା ସହ ଜଳିଗଲେ ବୃଦ୍ଧା
ବଇଣ୍ଡା,୧ା୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ଆମ୍ବପାଳ ଗ୍ରାମରେ ସୋମବାର ପୂର୍ବାହ୍ନରେ ନିଆଁରେ ପୋଡ଼ି ହୋଇ ପୁଞ୍ଜେଇ ପ୍ରଧାନ(୯୦)ଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କର ୩ ବଖରା ଚାଳ ଘର ଜଳିଯାଇଛି। ଘଟଣା ମୁତାବକ, ଘରେ କେହି ନ ଥିବାବେଳେ ପୁଞ୍ଜେଇ ରୋଷେଇ…
ରେଲ୍ଓ୍ବେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ପ୍ଲାଣ୍ଟକୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
ବଅଁରପାଳ,୧ା୬(ଡି.ଏନ୍.ଏ.): ସୋମବାର ନାଲ୍କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ରେଲଓ୍ବେ ଅପରେଶନରେ କାର୍ଯ୍ୟ କରୁଥିବା ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ପ୍ଲାଣ୍ଟ୍୍କୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ଶ୍ରମିକମାନେ ଦୀର୍ଘ ୨…
ନନ୍ଦିରା ଉପରେ ନିର୍ଭର
ବଅଁରପାଳ,୧ା୬(ଡି.ଏନ.ଏ.) ପ୍ରତି ଘରେ ପହଞ୍ଚିବ ପାଇପ୍ ପାଣି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ବର୍ଷ ବର୍ଷ ଧରି ଏପରି ଆଶ୍ୱାସନା ଦେଉଛନ୍ତି ସରକାର। ହେଲେ ଘର ତ ଦୂରର କଥା ସମସ୍ତ ଗାଁରେ ମଧ୍ୟ ଏଯାଏ ପହଞ୍ଚିନି ସରକାରଙ୍କ ପାନୀୟ ଜଳ…
ଦୂର ହେଉନି ରୀନାଙ୍କ ଦୁଃଖ
ଆଠମଲ୍ଲିକ, ୧ା୬(ଡି.ଏନ.ଏ.) ଭିନ୍ନକ୍ଷମ ବୋଲି ଚିହ୍ନଟ କରିଛି ପ୍ରଶାସନ। ପ୍ରମାଣପତ୍ର ମଧ୍ୟ ଦେଇଛି ତାଙ୍କୁ। ହେଲେ ସେ କେମିତି ସରକାରୀ ଯୋଜନାରେ ସାମିଲ ହୋଇ ଉପକୃତ ହେବେ ସେ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବାରମ୍ବାର ବ୍ଲକକୁ ଦୌଡ଼ି ନିଜ ଦୁଃଖ…
ବ୍ୟାଙ୍କସମୂହର ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ୨୬୦୬.୯୬ କୋଟି ଋଣ ଯୋଗାଣ ଲକ୍ଷ୍ୟ
ଅନୁଗୋଳ ଅଫିସ, ୩୧।୫- ଅନୁଗୋଳ ଜିଲାର ବ୍ୟାଙ୍କଗୁଡ଼ିକର ଏକ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବର୍ଗର…
ବସ୍କୁ ଯାତ୍ରୀ ହେଉନାହାନ୍ତି, କ୍ଷତି ଆଶଙ୍କା
ଅନୁଗୋଳ ଅଫିସ, ୩୧।୫- ରାଜ୍ୟରେ ବସ୍ ଚଳାଚଳକୁ ସରକାର ଅନୁମତି ଦେଇଥିଲେ ହେଁ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନ ଥିବାରୁ ଦ୍ୱନ୍ଦ୍ୱରେ ପଡିଛନ୍ତି ଗାଡ଼ି ମାଲିକ। ଗତ ଗୁରୁବାର ଅନୁଗୋଳରୁ ଆଠମଲ୍ଲିକକୁ ଏକ ବସ୍ରେ ମାତ୍ର ୫ ଜଣ ଯାତ୍ରୀ…
କୋଇଲା ବୋଝେଇ ଟ୍ରେନ୍ରୁ ବାହାରିଲା ଅଜଣା ମୃତଦେହ: ପୋଲିସର ତଦନ୍ତ ଜାରି
ବଅଁରପାଳ,୩୦ା୫(ଡି.ଏନ୍.ଏ.): ଶନିବାର ସକାଳେ ଅନୁଗୋଳ ଜିଲା ତାଳଚେର କୋଇଲା ଖଣିରୁ ନାଲ୍କୋ ସିପିପି ପ୍ଲାଣ୍ଟକୁ ଆସିଥିବା କୋଇଲା ବୋଝେଇ ଟ୍ରେନରେ ଏକ ଅଜଣା ମୃତହେହ ଦେଖିବାକୁ ମିଳିଛି। କୋଇଲା ଭିତରେ ମୃତଦେହଟି ପୋତି ହୋଇ ଯାଇଥିବା ବେଳେ କେବଳ ମୃତକଙ୍କ ଗୋଡ଼…
ଅହମ୍ମଦାବାଦରୁ ଫେରି ନାମ ପଞ୍ଜୀକରଣ ନ କରି ଲୁଚିଥିଲେ ଡିପିଏସ୍ ଅଧ୍ୟକ୍ଷଙ୍କ ପୁଅ: ଥାନାରେ ଅଭିଯୋଗ ପରେ ହସ୍ପିଟାଲରେ କଲେ ସ୍ବାସ୍ଥ୍ୟ ପରୀକ୍ଷା
ବଅଁରପାଳ,୩୦ା୫(ଡି.ଏନ୍.ଏ.): ନାଲ୍କୋ ଡିପିଏସ୍ ଅଧ୍ୟକ୍ଷ ଓ ତାଙ୍କ ପୁଅ କୋଭିଡ୍-୧୯ ପାଇଁ ଜାରି ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଅଧ୍ୟକ୍ଷ ବିକେ ମିଶ୍ରଙ୍କ ପୁଅ ଗତ ୨୫ ତାରିଖରୁ ଅହମ୍ମଦାବାଦରୁ ଅନୁଗୋଳ ଆସି ନାମ ପଞ୍ଜୀକରଣ କରି ନ ଥିବା…
Archives


