ଉଦ୍ଧାର ହେଲା ଚୋରି ବାଇକ୍, ୨ ଅଭିଯୁକ୍ତ ଗିରଫ
ଅତାବିରା/ସରଣ୍ଡା,୧୩ା୨(ହୃଷୀକେଶ ଖମାରୀ/ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ମଙ୍ଗଳବାର ଚୋରି ହୋଇଥିବା ବାଇକ୍(ନଂ-ଓଡି ୧୭ ଏସ୍ ୧୫୭୯)କୁ ପୋଲିସ ଜବତ କରିଛି। ଏହା ସହିତ ଏହି ଚୋରି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…
ବିବାହର ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ , ଗର୍ଭପାତ ପାଇଁ ଚାପ ପକାଇ ବନ୍ଧାହେଲେ ପ୍ରେମିକ
ରାଜକନିକା,୧୧ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଓ ପ୍ରତାରଣା ମାମଲା ବଢ଼ିବାରେ ଲାଗିଛି। ଏ ନେଇ ଥାନା ଅଞ୍ଚଳରେ ସୋମବାର ଏମିତି ଏକ ପ୍ରେମ, ବିବାହ ପ୍ରତିଶ୍ରୁତି ପରେ ଗର୍ଭବତୀ ଓ ଧୋକା…
ଧରାପଡ଼ିଲେ ଆନ୍ତଃରାଜ୍ୟ ସାଇବର ଠକ, ନଗଦ ୨ ଲକ୍ଷ ଟଙ୍କା ଜବତ
କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ସାଇବର ପୋଲିସ ଦ୍ୱାରା ସୋମବାର ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରାଯିବା ସହ ତାଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା୧୦ ଟି ଚେକ୍ ବୁକ୍ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୋମବାର ସ୍ଥାନୀୟ…
ପଥରରେ ଛେଚି ଯୁବକଙ୍କୁ ହତ୍ୟା, ବାଇକ୍ ସହ ମୃତଦେହ ଜବତ
ଦିଗପହଣ୍ଡି,୧୦ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ଡୋଳବ ଗାଁ ନିକଟ ରାସ୍ତାକଡ ଚାଷଜମିରୁ ଜଣେ ଯୁବକଙ୍କ ମୃତଦେହକୁ ସୋମବାର ସକାଳେ ପାଟପୁର ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ପୋଡ଼ାମାରି ଗ୍ରାମ ଢ଼ିମିରା ସାହିର…
ମଦ୍ୟପଙ୍କୁ ମାରି ପୋତିଦେଲେ ସ୍ତ୍ରୀ-ପୁଅ-ଜ୍ୱାଇଁ, ମାଟିତଳୁ ବାହାରିଲା…
କୋକସରା,୮ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ମୁନୁଗାପଦର ଗ୍ରାମର ଯଦୁ ଦଳପତିଙ୍କୁ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଦଳପତି, ଦୁଇ ପୁଅ…
ଡ୍ୟୁଟିରେ ଥିବା SIଙ୍କୁ ନିର୍ଧୂମ ପିଟିଲେ..ଗାଡ଼ିରେ ବସାଇ କ୍ଷମା ମାଗିବାକୁ କହି ଭିଡିଓ ଶୁଟ୍ କଲେ… ଚକିତ କରୁଛି Video
ଇନ୍ଦୋର,୬।୨: ଦିନ ଥିଲା ପୋଲିସକୁ ଦେଖି ଲୁଚି ଯାଉଥିଲେ ଅପରାଧୀ। ହେଲେ ଏବେ ଖୁଲମ୍ଖୁଲା ଭାବେ ଚାଲିଛି ଅପରାଧ। ରୋକିବାକୁ ଯାଇ ପୋଲିସ ହଟହଟା ହେବା ସହ ମାଡ଼ ଖାଉଛନ୍ତି। ମଧ୍ୟପ୍ରଦେଶରେ ଏଭଳି କିଛି ଦୃଶ୍ୟ ଖବର ଶିରୋନାମା ପାଲଟିଛି। ଏଠାରେ…
ପଦ୍ମପୁରରେ ବଡ଼ଧରଣର ବାଇକ୍ ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ, ୭ ଗିରଫ
ପଦ୍ମପୁର,୫ା୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ବାଇକ ଚୋର ମାତିଥିବାରୁ ପୋଲିସ ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ନେବାକୁ ଆରକ୍ଷୀ ଅଧୀକ୍ଷକ ପିଏସ୍ ମୀନା ଆଦେଶ ଦେଇଥିଲେ। ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଅମ୍ରିତ ପାଳ କୌର ଓ ଥାନା…
ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଲେ ସ୍ବାମୀ, ଥାନାର ଦ୍ୱାରସ୍ଥ ହୋଇ ସ୍ତ୍ରୀ କହିଲେ…
ଦିଗପହଣ୍ଡି,୫ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମ କୁମ୍ଭାର ସାହିର ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କୁ ତାଙ୍କ ସ୍ବାମୀ କିଶୋର ପ୍ରଧାନ ଅଧିକ ଯୌତୁକ ପାଇଁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ବିରୋଧରେ…
ମନ୍ଦିର ଯାଇଥିବାବେଳେ ମହିଳାଙ୍କୁ ହତ୍ୟା ଧମକ, ଅଭିଯୁକ୍ତଙ୍କ ନାଁରେ ମାମଲା
ଦିଗପହଣ୍ଡି,୫ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଗ୍ରାମର ପିଣ୍ଟୁ ପ୍ରଧାନ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ କେସ୍ ନଂ…
ମଦ୍ୟପ ବାପାଙ୍କ ଉନ୍ମତ୍ତ କାଣ୍ଡ: ନାବାଳକ ପୁଅଙ୍କୁ ଛୁରିରେ କଲେ ଆକ୍ରମଣ
ହିଞ୍ଜିଳିକାଟୁ,୫ା୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଡିଙ୍ଗି ଗାଁରେ ବୁଧବାର ମଦନିଶାରେ ନାବାଳକ ପୁଅଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି ବାପା। ଆକ୍ରମଣ ପରେ ଅଭିଯୁକ୍ତ ବାପା ଫେରାର ଅଛନ୍ତି। ହିଞ୍ଜିଳି ପୋଲିସ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ…
ଦୁର୍ବୃତ୍ତ ଚାଲାଣ କରୁଥିଲେ ଶୁଆ, ୪ ଜଣଙ୍କୁ ବାନ୍ଧିଲା ବନବିଭାଗ
ବୌଦ୍ଧ,୩ା୨ (ଅଜିତ କୁମାର ବାରିକ): ବେଆଇନ ଶୁଆ, କଇଁଛ ଚାଲାଣ ଅଭିଯୋଗରେ ବୌଦ୍ଧ ବନ ବିଭାଗ ପକ୍ଷରୁ ରବିବାର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ କଣ୍ଟୁଆଣି ଗ୍ରାମର କିଶୋର କୁମାର…
ନାକ୍ ମାନ୍ୟତା ପାଇଁ ଲାଞ୍ଚ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ସମେତ ୧୦ ଗିରଫ
ସମ୍ବଲପୁର(ପ୍ରମୋଦ ବହିଦାର)/ ନୂଆଦିଲ୍ଲୀ(ଏଜେନ୍ସି),୩ା୨: ଦେଶର ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ର଼୍ୟାଙ୍କିଙ୍ଗ୍ ପାଇଁ ଆବଶ୍ୟକ ମାପଦଣ୍ଡ ପୂରଣରେ ବିଫଳତା ସତ୍ତ୍ୱେ ସେଗୁଡ଼ିକୁ କେନ୍ଦ୍ରୀୟ ସ୍ବୀକୃତି ପ୍ରଦାନ ସକାଶେ କିପରି ଜାଲିଆତି ଓ ଲାଞ୍ଚ କାରବାର ଚାଲିଛି, ସିବିଆଇ ପକ୍ଷରୁ ଦେଶର ୨୦ଟି ସ୍ଥାନରେ…

