ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ
ପଟାଙ୍ଗି,୨୭ା୩(ଶରତ ଧଳ): ଓଡ଼ିଶା ତଥା ପଡ଼େଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଲୁହା ସାମଗ୍ରୀ ଚୋରି କରି ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡ଼ି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…
ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା
ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)। ତାଙ୍କ ଘର ରାୟଗଡ଼ା ସହରର ରେଳବାଇ କୋଲୋନୀରେ। ଘାସିରାମ ଝୋଡିଆ ନାମକ ଯୁବକ ତାଙ୍କୁ…
ଲାଞ୍ଚ ନେଇ ପଡ଼ିଥିଲେ ଧରା, ନିଲମ୍ବିତ ହେଲେ ସବ୍-ଇନ୍ସପେକ୍ଟର
ଭୁବନେଶ୍ୱର,୨୪ା୩: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ି ଭୁବନେଶ୍ୱରର ଶହୀଦନଗର ଥାନା ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ରବିବାର ନିଲମ୍ବିତ ହୋଇଛନ୍ତି। ପୋଲିସ କମିଶନର ତାଙ୍କୁ ନିଲମ୍ବନ କରିଥିବା ଏକ ପ୍ରେସ୍ପିଟ୍ରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା…
୨୪୦ କେଜି ଗଞ୍ଜେଇ ଜବତ, ୬ ଗିରଫ
ବ୍ରହ୍ମପୁର,୨୪ା୩(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ପୃଥକ୍ ସ୍ଥାନରୁ ଜବତ ହୋଇଛି। ୬ ଜଣ ଚାଲାଣକାରୀଙ୍କୁ କାବୁ କରିଛି। ଦୁଇଟି କାର୍, ପିକ୍ଅପ୍ ଗାଡ଼ି ଓ ଦୁଇଟି ବାଇକ୍ ଜବତ କରିଛି। ମୋଟ୍ ୨୪୦…
ମା-ବାପାଙ୍କ ଜୀବନ ନେଲେ ପୁଅ
କେନ୍ଦୁଝର,୨୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ମା ଓ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରବିବାର ସକାଳେ ଏହି ଘଟଣା ଘଟିଛି। ମୃତ…
ବ୍ରାଉନସୁଗାର ର଼୍ୟାକେଟରେ ଶିକ୍ଷିତା ଯୁବତୀ, ପୁଡ଼ିଆ କରି ବିକୁଥିଲେ
ଭୁବନେଶ୍ୱର,୨୪।୩ (ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଘର ଭଡା ନେଇ ଚଳାଇଥିଲେ ବ୍ରାଉନସୁଗାର ବେପାର। ଏଥିରେ ସାମିଲ ଥିଲେ ଶିକ୍ଷିତା ଯୁବତୀ। ମାଷ୍ଟରମାଇଣ୍ଡ ବ୍ରାଉନସୁଗାର ପହଞ୍ଚାଇବା ପରେ ଏହି ଯୁବତୀମାନେ ତାହାକୁ ପୁଡ଼ିଆ କରି ସହରର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିଲେ।…
୫-ଟି ବିଲ୍ କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ, ଧରାପଡ଼ିଲେ ପ୍ରଧାନଶିକ୍ଷକ
ଭବାନୀପାଟଣା,୨୧ା୩(ଉତ୍ତର କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ରୋଣ ତାଣ୍ଡି। ସ୍କୁଲରେ ହୋଇଥିବା ୫-ଟି କାମର ବିଲ୍ କରିଦେବା ପାଇଁ ପ୍ରଧାନଶିକ୍ଷକ ଠିକାଦାର ଜୟରାମ ସାହୁଙ୍କଠାରୁ ୪୦ ହଜାର…
ଏଏସ୍ଓ ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ଗିରଫ ହେଲେ ଅବସରପ୍ରାପ୍ତ କର୍ମଚାରୀ
ଗୋପାଳପୁର,୨୧ା୩(ନବୀନ ରାଜ ଆଚାରୀ): ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଗୁରୁବାର ଗୋପାଳପୁର ଥାନା ପୋଲିସ ଅବସରପ୍ରାପ୍ତ କର୍ମଚାରୀ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ସିଡିଏ-୭…
୨୦ ଲକ୍ଷ ଟଙ୍କା ହଡ଼ପ କରି ବିଇଓ ଗିରଫ
ଦାରିଙ୍ଗବାଡ଼ି/ଫୁଲବାଣୀ ,୨୧ା୩(ଅରୁଣ ସାହୁ/ରାକେଶ ରାଉତ): ନ୍ୟାଶନାଲ ପେନ୍ସନ୍ ସିଷ୍ଟମ(ଏନ୍ପିଏସ୍)ର ୨୦ ଲକ୍ଷ ଟଙ୍କା ହଡ଼ପ କରି ଭିଜଲାନ୍ସ ପଞ୍ଝାରେ ପଡ଼ି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର ଗିରଫ ହୋଇଛନ୍ତି। ବୁଧବାର ତାଙ୍କୁ ଦାରିଙ୍ଗବାଡ଼ିରୁ ଭିଜିଲାନ୍ସ ଉଠାଇ ନେଇ ଫୁଲବାଣୀରେ…
ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ର ଭାରତ ମୁଖ୍ୟ ଗିରଫ
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ ସୁରକ୍ଷା ଏଜେନ୍ସିଂମାନଙ୍କୁ ବଡ଼ ସଫଳତା। କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଇଏସ୍ର ଭାରତ ଚିଫ୍(ମୁଖ୍ୟ) ହାରିଶ ଫାରୁକି ଗିରଫ ହୋଇଛନ୍ତି। ଆସାମର ଧୁବରୀରେ ଭାରତ-ବାଂଲାଦେଶ ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ତାଙ୍କୁ ଗିରଫ କରାଯାଇଛି। ହାରିଶ ଫାରୁକିଙ୍କ…
ବଳାତ୍କାରୀ, ବଳାତ୍କାରରେ ସାହାଯ୍ୟ କରିଥିବା ସାବତ ଆଈଙ୍କୁ ୩୦ ବର୍ଷ ଜେଲ୍
କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଶୁଭଶ୍ରୀ ତ୍ରିପାଠୀ ବୁଧବାର ଏକ ୧୪ ବର୍ଷ ନାବାଳିକା ବଳାତ୍କାର ମାମଲାରେ ଏସ୍.କେ.ଶେହଜାଦ ଅଲ୍ଲୀ(୫୩)ଙ୍କୁ ୩୦ ବର୍ଷ ଜେଲ୍ ଦଣ୍ଡାଦେଶରେ ଦଣ୍ଡିତ କରିଥିବା ବେଳେ…
ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର କରିଥିଲେ ଯୁବକ: ଏବେ ୨୦ ବର୍ଷ ଭୋଗିବେ ଜେଲ୍
କେନ୍ଦୁଝର,୧୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ୧୪ ବର୍ଷ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୨୩ ବର୍ଷୀୟ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ…
Archives


