ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ, ସ୍ବାମୀ ଗିରଫ
ରୂପ୍ସା, ୩।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଡ଼ିହା ପଞ୍ଚାୟତ କୋଇଲିସାହି ଗ୍ରାମର ରାମଚନ୍ଦ୍ର ଦାସଙ୍କ ସ୍ତ୍ରୀ କୁନିଲତା (୨୩) ବୁଧବାର ଫାଶୀ ଦେଇ ମୃତ୍ୟୁ ହେବା ଘଟଣା ଭିନ୍ନମୋଡ଼ ନେଇଛି। ଝିଅକୁ ହତ୍ୟା କରାଯାଇଥିବା ନେଇ କୁନିଲତାଙ୍କ ବାପା ଯୋଗେନ୍ଦ୍ର ସେଠୀ...
ପାରିବାରିକ କଳହର ପରିଣତି: ସାବତ ମା’ଙ୍କୁ ହତ୍ୟାକଲା ପୁଅ
ମାଲକାନଗିରି, ୩।୧୦(ଡି.ଏନ୍.ଏ.): କ୍ରୋଧ ବ୍ରହ୍ମଚଣ୍ଡାଳ। ରାଗର ବଶବର୍ତ୍ତୀ ହେଇ ମଣିଷ ନିଜର ହିତାହିତ ଜ୍ଞାନ ହରାଇ କିପରି ଅଭାବନୀୟ କାଣ୍ଡ କରିବସେ ମାଲକାନଗିରି ଜିଲା ସଦର ଥାନା ଅଧୀନ ଗୁଦୁନାଡ ଗାଁରେ ତାହା ଦେଖିବାକୁ ମିଳିଛି। ପାରିବାରିକ କଳହକୁ କେନ୍ଦ୍ରକରି...
ମୋବାଇଲ ଚୋରି ର଼୍ୟାକେଟ୍: ୪ ଗିରଫ
ମୁରିବାହାଲ, ୩।୧୦ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ପୋଲିସ ମୋବାଇଲ ଲୁଟ ର଼୍ୟାକେଟର ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରାଯାଇଛି। ଲୁଟ୍ ସମ୍ପର୍କରେ ପଚରାଉଚରା ପରେ ଗୁରୁବାର ଅପରାହ୍ନରେ...
ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: କୋଟିପତି ଶିକ୍ଷୟିତ୍ରୀ ଗିରଫ
ଭୁବନେଶ୍ୱର,୩।୧୦(ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୬ସ୍ଥିତ ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗୁରୁବାର ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ତିଳୋତ୍ତମାଙ୍କ ଘରେ ଗୁରୁବାର ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।...
୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା ଅଫିସ, ୩।୧୦: ଖୋର୍ଦ୍ଧା ଅବକାରୀ ବିଭାଗର କର୍ମଚାରୀମାନେ ବଡ଼ବେରଣା ଗଁାରୁ ଗୁରୁବାର ପୂର୍ବାହ୍ନରେ ଚଢ଼ାଉକରି ୩୨ ଗା୍ରମ ବ୍ରାଉନସୁଗାର ଜବତ କରିଛନ୍ତି। ଏହି ଘଟଣାରେ ଗ୍ରାମର ଧରଣୀଧର ମହାପାତ୍ର(୪୨)ଙ୍କୁ ଗିରଫ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ...
ନନ୍ଦିଗାଁ ଡକାୟତି ଘଟଣା : ୬ ଅଭିଯୁକ୍ତ କୋର୍ଟ ଚାଲାଣ
କୋରାପୁଟ,୩।୧୦(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ନନ୍ଦିଗାଁ ଗ୍ରାମରେ ଗତ ସେପ୍ଟେମ୍ବର ୧୩ ରାତିରେ ହୋଇଥିବା ଏକ ବଡ଼ଧରଣର ଡକାୟତି ଘଟଣାରେ ଜଡ଼ିତ ୬ ଅଭିଯୁକ୍ତଙ୍କୁ ଗୁରବାର କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ସଦର ଥାନାଧିକାରୀ ସମର୍ପିତା...
ବ୍ରହ୍ମପୁର ପୋଲିସ ହାବୁଡ଼ରେ ଇରାନିଅନ୍ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ: ନକଲି ପୋଲିସ ପରିଚୟ ଦେଇ କରୁଥିଲେ ଲୁଟ୍
ବ୍ରହ୍ମପୁର ଅଫିସ, ୨।୧୦ – ବ୍ରହ୍ମପୁର ପୋଲିସ ହାବୁଡରେ ପଡ଼ିଛନ୍ତି ଇରାନିଅନ୍ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସିକନ୍ଦର ଅଲ୍ଲୀ। ସେ କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଲୂଟତରାଜ ଚଳାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ ତାଙ୍କ ରାଜ...
ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା: ଭିଡିଓ ଭାଇରାଲ ହେବା ପରେ ଗିରଫ ହେଲେ ବିଜେଡି ନେତା
ଝାରସୁଗୁଡା ଅଫିସ/ଲଖନପୁର, ୨।୧୦(ଡି.ଏନ୍.ଏ.)-ଝାରସୁଗୁଡା ଜିଲା ବେଲପାହାଡ ସହରରେ ପୋଲିସର ଟ୍ରାଫିକ ସଚେତନତା ବେଳେ ଜଣେ ବିଜେଡି ନେତା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସମ୍ବେଦନଶୀଳ ଘଟଣାକୁ ପୋଲିସ ଚାପି ଦେବାକୁ ଉଦ୍ୟମ କରିଥିଲା। ମାତ୍ର ପରମୁହୂର୍ତ୍ତରେ ଏହାକୁ ନେଇ...
ପାରିବାରିକ କଳହରୁ ହତ୍ୟାକାଣ୍ଡ: ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ, ଦୈତାରୀ ପୋଲିସର ତଦନ୍ତ ଆରମ୍ଭ
କେନ୍ଦୁଝର,୨।୧୦(ସ୍ବ.ପ୍ର): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ରେବଣା(ରାଘପୁର) ସାହିରେ ମଙ୍ଗଳବାର ପାରିବାରିକ କଳହକୁ କେନ୍ଦ୍ର କରି ବଡଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କରଣ ମୁର୍ମୁ(୧୭)। ସୂଚନାନୁଯାୟୀ, ସନ୍ଧ୍ୟାରେ ବଡ଼ଭାଇ ରେପ ମୁର୍ମୁ ଘରକୁ...
ଖୋର୍ଦ୍ଧା ଆର୍ଟିଓ ଅଫିସରୁ ୨ ଦଲାଲ ଗିରଫ: ୧୦୦ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଫର୍ମ, ୮୩ହଜାର ଟଙ୍କା ଜବତ
ଖୋର୍ଦ୍ଧା ଅଫିସ,୨ା୧୦: ଦଲାଲ ଦମନ ଅଭିଯାନରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ୨ ଜଣ ଦଲାଲଙ୍କୁ ମଙ୍ଗଳବାର ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖୋର୍ଦ୍ଧାର ଶରତ ମିଶ୍ର, ନୟାଗଡର ଲକ୍ଷ୍ମୀଧର ପ୍ରଧାନ। ସେମାନଙ୍କଠାରୁ ୧୦୦ଟି...
ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ୍
କେନ୍ଦୁଝର, ୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା କୃଷକ ବଜାର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ଲୁଟ୍ର ଶିକାର ବ୍ୟବସାୟୀ ହେଲେ ନିଲମ ସାହୁ। ପ୍ରକାଶ ଯେ, ମଙ୍ଗଳବାର ରାତିରେ ନିଲମ ଦୋକାନ...
ତେଲିସାହି ପଡ଼ିଆ ଫାଙ୍କା ଗୁଳିଚାଳନା ଘଟଣା: ଚାଲିଛି ନାରୁଆଙ୍କ ଅପରାଧ ପୃଷ୍ଠଭୂମି ଯାଞ୍ଚ
ପୁରୀ ଅଫିସ, ୧ା୧୦: ଟାଉନ ଥାନା ଅଧୀନ ତେଲିସାହି ପଡ଼ିିଆରେ ଗତ ଅଗଷ୍ଟ ମାସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଫାଙ୍କା ଗୁଳି ଚାଳନା ଘଟଣାର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରଥମେ ପୋଲିସ ଏହାକୁ ଚତୁରତାର...
Archives


