ଅପରାଧ

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୯ ଗିରଫ, ୫ ବାଇକ୍‌ ଜବତ

ଦିଗପହଣ୍ଡି,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମନୋଜ ବେହେରା, ହିମାଂଶୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ଦୋରା, କୁନା ସାହୁ, ଆଲୋକ ନାଥ ମହାରଣା, ରମେଶ ମହାରଣା, ସମୀର ବାଡ଼ତ୍ୟା, ସଜ୍ଞନ୍ତ୍ର କୁମାର ଦାସ…

୩୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ବାଇକ୍‌ ଛାଡ଼ି ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ,୮ା୪: ବନ୍ତ ଛକ ପୋଲ ନିକଟରୁ ବୁଧବାର ପୂର୍ବାହ୍ନରେ ପୋଲିସ ଯାଞ୍ଚ କରୁଥିବା ବେଳେ ବାଇକ୍‌ ଡିକିରୁ ୩୨୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩୨ ଲକ୍ଷ ଟଙ୍କା ହେବ। ତେବେ ଅଭିଯୁକ୍ତ ଜଣକ…

ମହିଳାଙ୍କ ଫଟୋ ଭାଇରଲକରି ବ୍ଲାକ୍‌ମେଲ୍‌: ଯୁବକ ଗିରଫ

ଓଡ଼ଗାଁ, ୫।୪(ସ୍ବ.ପ୍ର.): ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରଲକରି ବ୍ଲାକ୍‌ମେଲ କରିବା ଅଭିଯୋଗରେ ନୟାଗଡ଼ା ଜିଲା ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ରବିବାର ଗିରଫକରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସୋମବାର ତାଙ୍କୁ ଜେଲକୁ ପଠାଯାଇଛି। ଅଭିଯୁକ୍ତ ହେଲେ…

ପେଟ୍ରୋଲ ପମ୍ପରେ ଛିଡ଼ା ହୋଇଥିବା ଟ୍ରକରୁ ଲୁଟ ,୨ ଗିରଫ

ବଡବିଲ, ୩ା୪(ସ୍ବ.ପ୍ର.)-ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ଏକ ଟ୍ରକରୁ ଲୁଟ ଅଭିଯୋଗରେ କେନ୍ଦୁଝର ଜିଲା ବଡବିଲ ପୋଲିସ ଶୁକ୍ରବାର ୨ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଯୋଡା ଥାନା ଅନ୍ତର୍ଗତ ପାତ୍ର…

ଲକ୍‌ଡାଉନ୍‌କୁ ନେଇ ଗୁଜବ ପ୍ରଚାର କରି ଯୁବକ ଗିରଫ

ବାଲେଶ୍ୱର ଅଫିସ, ୩୧।୩-ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ବାଇକ୍‌ରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ଗାଡ଼ି ଜବତ କରିବା ପାଇଁ ବାଲେଶ୍ୱର ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏକ …

ମହିଳାଙ୍କୁ ଆକ୍ରମଣ, ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୬୫/୨୦) ରୁଜୁକରି ପୋଲିସ ତଦନ୍ତ ଚଳାଇଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ସୁରେନ୍ଦ୍ର ପାତ୍ର ଗାଁରୁ…

ହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡ଼ା ପଞ୍ଚାୟତ ଜକମେରୀପଲ୍ଲୀ ଗାଁର ୨ ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଦିଗପହଣ୍ଡି ପୋଲିସ ମଙ୍ଗଳବାର ଅଭିଯୁକ୍ତ ସନ୍ତୋଷ ମହାନ୍ତିଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ମାମଲା (ନଂ.୬୪/୨୦) ଅନୁଯାୟୀ ତାଙ୍କୁ କୋର୍ଟ…

ବିବାହର ୪ ମାସ ପରେ ନବବଧୂଙ୍କୁ ହତ୍ୟା

ବାହାନଗା, ୩୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ରସାଳପୁର ପଞ୍ଚାୟତ ଶାସଙ୍ଗ ଗ୍ରାମରେ ବିବାହର ୪ ମାସ ପରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନ ଥିବାରୁ…

ଲକ୍‌ଡାଉନ୍‌କୁ ନେଇ କଳାବଜାରି ସକ୍ରିୟ: ଭଦ୍ରକ ସହର ବନ୍ଦ ଘରୁ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ମଦ ଜବତ

ଭଦ୍ରକ ଅଫିସ,୨୫।୩: ଭଦ୍ରକ ସହରର ଏକ ବନ୍ଦ ଘର ଭିତରୁ ବୁଧବାର ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ମଦ ଜବତ କରାଯାଇଛି। ଖବର ପାଇ ଟାଉନ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ନରିପୁର ଅଞ୍ଚଳରେ ଚଢ଼ାଉ କରି ଏହି ମଦ ଜବତ…

କରୋନା ଗୁଜବ ପ୍ରଚାର କରି ଜଣେ ଗିରଫ

ଧାମନଗର,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ଫେସବୁକ୍‌ ଏବଂ ହ୍ବାଟ୍ସଆପ୍‌ରେ କରୋନା ନେଇ ଗୁଜବ ପ୍ରଚାର ଅଭିଯୋଗରେ ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ବରହମପୁର ଗ୍ରାମର ଦୁର୍ଯ୍ୟୋଧନ କୁଣ୍ଡୁଙ୍କୁ ଗିରଫ କରିଛି । ଏହି ବ୍ଲକର ଧୂଷୁରୀ ଥାନା…

ଘରେପଶି ମାଡ଼ମାରି ସୁନାଗହଣା, ଟଙ୍କା ଚୋରିକଲେ ଦୁର୍ବୃତ୍ତ: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଦିଗପହଣ୍ଡି/ଚିକିଟି,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ଗଡ଼ ଗୋବିନ୍ଦପୁର ପଞ୍ଚାୟତ ଡାବରାସିଙ୍ଗି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ପ୍ରସନ୍ନ ପ୍ରଧାନଙ୍କ ଘରେ ପଶି ନଗଦ ଟଙ୍କା ସହ ସୁନାଗହଣା ଦେଇ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ପ୍ରସନ୍ନ…

ବାପାଙ୍କୁ ହତ୍ୟାକରି ଆତ୍ମହତ୍ୟା କଲେ ପୁଅ

ଚୌଦ୍ୱାର,୨୨।୩(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସହରରେ ଘଟିଛି ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଘଟଣାକୁ ନେଇ ପୁଅ ବାପାଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ମୃତ ବାପା ହେଲେ ଚୌଦ୍ୱାର ପୌରପାଳିକାର ୧୧ ନଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri